ତନିସ୍କର ନୂଆ ପାର୍ବଣ କଲେକ୍ସନ‘ଏକତ୍ୱମ’

ଭୁବନେଶ୍ୱର : ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ପାର୍ବଣ ଉପଲକ୍ଷେ ନୂଆ ‘ଏକତ୍ୱମ’ କଲେକ୍ସନ ଶୁଭାରମ୍ଭ କରାଯାଇଛି। ଦେଶର ଶ୍ରେଷ୍ଠ କାରିଗିରଙ୍କ ଦ୍ୱାରା ଏହି କଲେକ୍ସନ ପ୍ରସ୍ତୁତ କରାଯାଇଛି। ଏହା ଏକତାକୁ ଦର୍ଶାଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ପ୍ରାୟ ୧୧ ସ୍ବତନ୍ତ୍ର ଆର୍ଟ ଫର୍ମକୁ ଏଥିରେ ସ୍ଥାନିତ କରାଯାଇଛି। ଏକତାର ମୂଲ୍ୟବୋଧ ଏବଂ ସୁନ୍ଦରତା ଏହି କଲେକ୍ସନରେ ପ୍ରତିଫଳିତ ହୋଇଛି। ଏଥିରେ ଶ୍ରେଷ୍ଠ କାରିଗରଙ୍କ କଳାକୁ ସମ୍ମାନ କରାଯାଇଛି। ବିଭିନ୍ନ ପ୍ରାନ୍ତର କଳାକୁ ଏକୀକରଣ କରାଯିବାକୁ ସହ ଏହି କଲେକ୍ସନକୁ ମାଷ୍ଟରପିସ୍‌ ଭାବେ ଗଢ଼ି ତୋଳାଯାଇଛି। ଏଥିରେ ଗ୍ରାହକ ଆକର୍ଷଣୀୟ ଡିଜାଇନ ପାଇପାରିବେ। ଏକତା ଏବଂ ଆଧୁନିକତାର ମିଳନ ସହ ନକାଶି, ରାଓ୍ବା, କିଟ୍‌ କିଟା, ଚାଣ୍ଡକ ଲେୟାରିଂ ଭଳି ସ୍ବତନ୍ତ୍ର କାରିଗରି ଏଠାରେ ଗ୍ରାହକ ଲାଭ କରିପାରିବେ। ସୂକ୍ଷ୍ମ ପ୍ୟାଟର୍ନ ଏବଂ ନିପୁଣ ହସ୍ତକଳାର ପ୍ରତିଫଳନ କଲେକ୍ସନରେ ରହିଥିବା ବେଳେ କାରିଗରିର ଉତ୍କୃଷ୍ଟତା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ଭାରତୀୟ କଳାର ସ୍ବତନ୍ତ୍ରତା ସହ ଏକତା ଏବଂ ସୁନ୍ଦରତାର ସମ୍ମିଶ୍ରଣ ଏହି କଲେକ୍ସନରେ ସ୍ଥାନିତ କରାଯାଇଥିବା ଟାଇଟାନ କମ୍ପାନୀ ଲିମିଟେଡ୍‌ର ମୁଖ୍ୟ ଡିଜାଇନର ଅଫିସର ସୁଶ୍ରୀ ରେବତୀ କାନ୍ତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri