ଟଙ୍କା ମୂଲ୍ୟରେ ସୁଧାର

ନୂଆଦିଲ୍ଲୀ,୫ା୧୧: ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ହେଲେ ଏହାର ପ୍ରଭାବ ସମସ୍ତ ଦେଶର ଅର୍ଥନୀତିକୁ ବିଗାଡ଼ିଦେଇଥିବା କୁହାଯାଉଛି। ଏପରିକି ମାନ୍ଦାବସ୍ଥା ଯୋଗୁ ଭାରତୀୟ ଅର୍ଥବ୍ୟବସ୍ଥା ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ମଧ୍ୟ ଲଗାତର ହ୍ରାସ ପାଇ ଚାଲିଛି। ଭାରତୀୟ ମୁଦ୍ରାର ଅଭିବୃଦ୍ଧି ପାଇଁ ଭାରତୀୟ ରିର୍ଜଭ ବ୍ୟାଙ୍କ(ଆର୍‌ବିଆଇ) ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଆର୍‌ବିଆଇର ହସ୍ତକ୍ଷେପ ଯୋଗୁ ଭାରତୀୟ ମୁଦ୍ରା ମୂଲ୍ୟରେ ସୁଧାର ପରିଲକ୍ଷିତ ହୋଇଛି। ଗତ କିଛିଦିନ ହେବ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ମଧ୍ୟ ବୃଦ୍ଧି ଘଟୁଛି। ଫଳରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିବା ସହ ସୁଧାର ମଧ୍ୟ ପରିଲକ୍ଷିତ ହେଉଛି। ଏହାର ପ୍ରଭାବ ଭାରତୀୟ ଅର୍ଥ ବ୍ୟବସ୍ଥା ଓ ବଜାର କାରବାର ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି। ଏପରିକି କ୍ରମାଗତ ଭାବେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଜାରି ରହିଥିଲା। ଶୁକ୍ରବାର ଟଙ୍କା (ରୁପେୟା)ର ମୂଲ୍ୟ ଡଲାର ତୁଳନାରେ ୪୭ ପଇସା ବଢ଼ି ଶେଷ ଖବର ସୁଦ୍ଧା ୮୨.୪୧ ଟଙ୍କାରେ ବଜାର କାରବାର ବନ୍ଦ ହୋଇଛି। ଅପରପକ୍ଷରେ ଇଣ୍ଟର ବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଭାରତୀୟ ବଜାର ୮୨.୮୮ ରେ ଖୋଲିଥିବା ବେଳେ ବଜାର ବନ୍ଦ (କାରବାର) ବେଳକୁ ଏହାର ମୂଲ୍ୟ ୮୨.୪୧ ରେ ବନ୍ଦ ହୋଇଥିଲା। ସେହିଭଳି ଆମେରିକୀୟ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଦୀର୍ଘଦିନ ପରେ ୪୭ପଇସା ବଢ଼ିଥିବା ଜଣାପଡ଼ିଛି। କାରଣ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପରେ ଟଙ୍କାର ଏହା ବୃହତ୍‌ ମୂଲ୍ୟ ବୃଦ୍ଧି ବୋଲି କୁହାଯାଉଛି। ଘରୋଇ ଇକ୍ୱିଟିର ସକାରାତ୍ମକ ଉନ୍ନତି ପରିଲକ୍ଷିତ ପରେ ଟଙ୍କା(ମୁଦ୍ରା)ର ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ଚଳିତ ସପ୍ତାହର ଗୁରୁବାର କାରବାରର ଫଳାଫଳ ଅନୁଯାୟୀ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୮ ପଇସା ହ୍ରାସ ପାଇଥିଲା। ଫଳରେ ଆମେରିକୀୟ ମୁଦ୍ରା ମୂଲ୍ୟ ଗୁରୁବାର ୮୨.୮୮ ଟଙ୍କାରେ ପହଞ୍ଚତ୍ଥିଲା। ଅପରପକ୍ଷରେ ଶୁକ୍ରବାର ଆମେରିକୀୟ ଡଲାର ମୂଲ୍ୟ ଭାରତୀୟ ମୁଦ୍ରା (ଟଙ୍କା)ର ମୂଲ୍ୟଠାରୁ ୦.୩୪% ହ୍ରାସ ପାଇ ୧୧୨.୫୪ରେ ରହିଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ୨.୦୫% ବୃଦ୍ଧି ପାଇଁ ୯୬.୬୧ ଆମେରିକୀୟ ଡଲାରରେ ପହଞ୍ଚତ୍ଛି। କେବଳ ଭାରତୀୟ ମୁଦ୍ରା ନୁହେଁ ବରଂ ଡଲାର ମୂଲ୍ୟ ହ୍ରାସ ହେବା ପରେ ୟୁରୋ ଓ ପାଉଣ୍ଡ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ଦିଲୀପ ପର୍‌ମାର ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri