ଟଙ୍କା ମୂଲ୍ୟରେ ସୁଧାର

ନୂଆଦିଲ୍ଲୀ,୫ା୧୧: ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ହେଲେ ଏହାର ପ୍ରଭାବ ସମସ୍ତ ଦେଶର ଅର୍ଥନୀତିକୁ ବିଗାଡ଼ିଦେଇଥିବା କୁହାଯାଉଛି। ଏପରିକି ମାନ୍ଦାବସ୍ଥା ଯୋଗୁ ଭାରତୀୟ ଅର୍ଥବ୍ୟବସ୍ଥା ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ମଧ୍ୟ ଲଗାତର ହ୍ରାସ ପାଇ ଚାଲିଛି। ଭାରତୀୟ ମୁଦ୍ରାର ଅଭିବୃଦ୍ଧି ପାଇଁ ଭାରତୀୟ ରିର୍ଜଭ ବ୍ୟାଙ୍କ(ଆର୍‌ବିଆଇ) ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଆର୍‌ବିଆଇର ହସ୍ତକ୍ଷେପ ଯୋଗୁ ଭାରତୀୟ ମୁଦ୍ରା ମୂଲ୍ୟରେ ସୁଧାର ପରିଲକ୍ଷିତ ହୋଇଛି। ଗତ କିଛିଦିନ ହେବ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ମଧ୍ୟ ବୃଦ୍ଧି ଘଟୁଛି। ଫଳରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିବା ସହ ସୁଧାର ମଧ୍ୟ ପରିଲକ୍ଷିତ ହେଉଛି। ଏହାର ପ୍ରଭାବ ଭାରତୀୟ ଅର୍ଥ ବ୍ୟବସ୍ଥା ଓ ବଜାର କାରବାର ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି। ଏପରିକି କ୍ରମାଗତ ଭାବେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଜାରି ରହିଥିଲା। ଶୁକ୍ରବାର ଟଙ୍କା (ରୁପେୟା)ର ମୂଲ୍ୟ ଡଲାର ତୁଳନାରେ ୪୭ ପଇସା ବଢ଼ି ଶେଷ ଖବର ସୁଦ୍ଧା ୮୨.୪୧ ଟଙ୍କାରେ ବଜାର କାରବାର ବନ୍ଦ ହୋଇଛି। ଅପରପକ୍ଷରେ ଇଣ୍ଟର ବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଭାରତୀୟ ବଜାର ୮୨.୮୮ ରେ ଖୋଲିଥିବା ବେଳେ ବଜାର ବନ୍ଦ (କାରବାର) ବେଳକୁ ଏହାର ମୂଲ୍ୟ ୮୨.୪୧ ରେ ବନ୍ଦ ହୋଇଥିଲା। ସେହିଭଳି ଆମେରିକୀୟ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଦୀର୍ଘଦିନ ପରେ ୪୭ପଇସା ବଢ଼ିଥିବା ଜଣାପଡ଼ିଛି। କାରଣ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପରେ ଟଙ୍କାର ଏହା ବୃହତ୍‌ ମୂଲ୍ୟ ବୃଦ୍ଧି ବୋଲି କୁହାଯାଉଛି। ଘରୋଇ ଇକ୍ୱିଟିର ସକାରାତ୍ମକ ଉନ୍ନତି ପରିଲକ୍ଷିତ ପରେ ଟଙ୍କା(ମୁଦ୍ରା)ର ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ଚଳିତ ସପ୍ତାହର ଗୁରୁବାର କାରବାରର ଫଳାଫଳ ଅନୁଯାୟୀ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୮ ପଇସା ହ୍ରାସ ପାଇଥିଲା। ଫଳରେ ଆମେରିକୀୟ ମୁଦ୍ରା ମୂଲ୍ୟ ଗୁରୁବାର ୮୨.୮୮ ଟଙ୍କାରେ ପହଞ୍ଚତ୍ଥିଲା। ଅପରପକ୍ଷରେ ଶୁକ୍ରବାର ଆମେରିକୀୟ ଡଲାର ମୂଲ୍ୟ ଭାରତୀୟ ମୁଦ୍ରା (ଟଙ୍କା)ର ମୂଲ୍ୟଠାରୁ ୦.୩୪% ହ୍ରାସ ପାଇ ୧୧୨.୫୪ରେ ରହିଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ୨.୦୫% ବୃଦ୍ଧି ପାଇଁ ୯୬.୬୧ ଆମେରିକୀୟ ଡଲାରରେ ପହଞ୍ଚତ୍ଛି। କେବଳ ଭାରତୀୟ ମୁଦ୍ରା ନୁହେଁ ବରଂ ଡଲାର ମୂଲ୍ୟ ହ୍ରାସ ହେବା ପରେ ୟୁରୋ ଓ ପାଉଣ୍ଡ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ଦିଲୀପ ପର୍‌ମାର ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri