Advertisement

ଟଙ୍କା ମୂଲ୍ୟରେ ସୁଧାର

ନୂଆଦିଲ୍ଲୀ,୫ା୧୧: ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ହେଲେ ଏହାର ପ୍ରଭାବ ସମସ୍ତ ଦେଶର ଅର୍ଥନୀତିକୁ ବିଗାଡ଼ିଦେଇଥିବା କୁହାଯାଉଛି। ଏପରିକି ମାନ୍ଦାବସ୍ଥା ଯୋଗୁ ଭାରତୀୟ ଅର୍ଥବ୍ୟବସ୍ଥା ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ମଧ୍ୟ ଲଗାତର ହ୍ରାସ ପାଇ ଚାଲିଛି। ଭାରତୀୟ ମୁଦ୍ରାର ଅଭିବୃଦ୍ଧି ପାଇଁ ଭାରତୀୟ ରିର୍ଜଭ ବ୍ୟାଙ୍କ(ଆର୍‌ବିଆଇ) ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଆର୍‌ବିଆଇର ହସ୍ତକ୍ଷେପ ଯୋଗୁ ଭାରତୀୟ ମୁଦ୍ରା ମୂଲ୍ୟରେ ସୁଧାର ପରିଲକ୍ଷିତ ହୋଇଛି। ଗତ କିଛିଦିନ ହେବ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ମଧ୍ୟ ବୃଦ୍ଧି ଘଟୁଛି। ଫଳରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିବା ସହ ସୁଧାର ମଧ୍ୟ ପରିଲକ୍ଷିତ ହେଉଛି। ଏହାର ପ୍ରଭାବ ଭାରତୀୟ ଅର୍ଥ ବ୍ୟବସ୍ଥା ଓ ବଜାର କାରବାର ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି। ଏପରିକି କ୍ରମାଗତ ଭାବେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଜାରି ରହିଥିଲା। ଶୁକ୍ରବାର ଟଙ୍କା (ରୁପେୟା)ର ମୂଲ୍ୟ ଡଲାର ତୁଳନାରେ ୪୭ ପଇସା ବଢ଼ି ଶେଷ ଖବର ସୁଦ୍ଧା ୮୨.୪୧ ଟଙ୍କାରେ ବଜାର କାରବାର ବନ୍ଦ ହୋଇଛି। ଅପରପକ୍ଷରେ ଇଣ୍ଟର ବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଭାରତୀୟ ବଜାର ୮୨.୮୮ ରେ ଖୋଲିଥିବା ବେଳେ ବଜାର ବନ୍ଦ (କାରବାର) ବେଳକୁ ଏହାର ମୂଲ୍ୟ ୮୨.୪୧ ରେ ବନ୍ଦ ହୋଇଥିଲା। ସେହିଭଳି ଆମେରିକୀୟ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଦୀର୍ଘଦିନ ପରେ ୪୭ପଇସା ବଢ଼ିଥିବା ଜଣାପଡ଼ିଛି। କାରଣ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପରେ ଟଙ୍କାର ଏହା ବୃହତ୍‌ ମୂଲ୍ୟ ବୃଦ୍ଧି ବୋଲି କୁହାଯାଉଛି। ଘରୋଇ ଇକ୍ୱିଟିର ସକାରାତ୍ମକ ଉନ୍ନତି ପରିଲକ୍ଷିତ ପରେ ଟଙ୍କା(ମୁଦ୍ରା)ର ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ଚଳିତ ସପ୍ତାହର ଗୁରୁବାର କାରବାରର ଫଳାଫଳ ଅନୁଯାୟୀ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୮ ପଇସା ହ୍ରାସ ପାଇଥିଲା। ଫଳରେ ଆମେରିକୀୟ ମୁଦ୍ରା ମୂଲ୍ୟ ଗୁରୁବାର ୮୨.୮୮ ଟଙ୍କାରେ ପହଞ୍ଚତ୍ଥିଲା। ଅପରପକ୍ଷରେ ଶୁକ୍ରବାର ଆମେରିକୀୟ ଡଲାର ମୂଲ୍ୟ ଭାରତୀୟ ମୁଦ୍ରା (ଟଙ୍କା)ର ମୂଲ୍ୟଠାରୁ ୦.୩୪% ହ୍ରାସ ପାଇ ୧୧୨.୫୪ରେ ରହିଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ୨.୦୫% ବୃଦ୍ଧି ପାଇଁ ୯୬.୬୧ ଆମେରିକୀୟ ଡଲାରରେ ପହଞ୍ଚତ୍ଛି। କେବଳ ଭାରତୀୟ ମୁଦ୍ରା ନୁହେଁ ବରଂ ଡଲାର ମୂଲ୍ୟ ହ୍ରାସ ହେବା ପରେ ୟୁରୋ ଓ ପାଉଣ୍ଡ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ଦିଲୀପ ପର୍‌ମାର ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଆଇସିର ୨୫% ଅଂଶଧନ ବିକ୍ରି ହୋଇପାରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ୨୫% ଅଂଶଧନ ବିକିପାରନ୍ତି। ଏହି ପ୍ରକ୍ରିୟାକୁ ପର୍ଯ୍ୟାୟ ଭିତ୍ତିରେ କରିବା ଲାଗି ସରକାର ବିଚାର କରୁଥିବା...

ଅଭିବୃଦ୍ଧିଶୀଳ ବଜାରକୁ ମିଶ୍ରିତ ଫଳାଫଳ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଚୂଡ଼ାନ୍ତ ମତଦାନ ଶେଷ ହୋଇଛି। ଜାନୁୟାରୀରେ ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ...

ଅମ୍ବାନୀ ପରିବାରର ବଡ଼ ବୋହୂ ସଙ୍ଗୀତ ସେରିମନିରେ ପିନ୍ଧିଥିଲେ ‘ଲଭ୍‌ ଷ୍ଟୋରୀ ଲେହେଙ୍ଗା’, ଜାଣନ୍ତୁ ଏହା ପଛର କାହାଣୀ…

୯ ମାାର୍ଚ୍ଚ ୨୦୧୯ରେ ଅମ୍ବାନୀ ପରିବାର ସେମାନଙ୍କ ବଡ଼ ବୋହୁ ଶ୍ଲୋକା ମେହେଟ୍ଟାଙ୍କୁ ଘରକୁ ସ୍ବାଗତ କରିଥିଲେ। ଏହି ବିବାହ ସାଧାରଣ ବିବାହ ନ ଥିଲା।...

ଇନ୍‌ଫୋସିସ୍‌କୁ ସେପ୍ଟେମ୍ବର ୧୫ ଯାଏ ମହଲତ

ନୂଆଦିଲ୍ଲୀ,୨୪।୮ ନୂଆ ଆୟକର ଇ-ଫାଇଲିଂ ପୋର୍ଟାଲରେ ବିଭିନ୍ନ ସମସ୍ୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଟିକସଦାତା ଏ ନେଇ ବାରମ୍ବାର ସରକାରଙ୍କ ନିବେଦନ କରିବା ପରେ...

ଏସ୍‌ବିଏସ୍‌ ବାୟୋଟେକ୍‌-ଫିଲ୍ମ ଭାରତ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ,୧୫-୬: ଫିଲ୍ମ ଭାରତର ପ୍ରମୋଶନ ଲାଗି ଏସ୍‌ବିଏସ୍‌ ବାୟୋଟେକ୍‌ ଏହି ସିନେମା ନିର୍ମାଣ କରିଥିବା ସଂସ୍ଥା ସହ ଚୁକ୍ତିରେ ସାମିଲ ହୋଇଛି। କମ୍ପାନୀ ଏହାର ଲୋକପ୍ରିୟ...

ସର୍ବନିମ୍ନ ଇପିଏଫ୍‌ ପେନସନ ୯,୦୦୦ କରିବାକୁ ଯୋଜନା…

ନୂଆଦିଲ୍ଲୀ, ୫।୧ : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ଏହାର ଧାରକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବର ନେଇ ଆସିବାର ଆଶା ରହିଛି।...

ରିଲାଏନ୍ସ ରିଟେଲରେ ‘ଏନ୍‌ବିଏ ମର୍ଚ୍ଚାଣ୍ଡାଇଜ୍‌ ରେଞ୍ଜ୍‌’

ନୂଆଦିଲ୍ଲୀ,୧୪।୧୦:ରିଲାଏନ୍ସ ରିଟେଲ ଲିମିଟେଡ୍‌ ଏବଂ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏସନ (ଏନ୍‌ବିଏ) ପକ୍ଷରୁ ଭାରତ ବଜାରରେ ଏନ୍‌ବିଏ ମର୍ଚ୍ଚଣ୍ଡାଇଜ୍‌ର ବିସ୍ତୃତ ବର୍ଗମାଳାର ଉନ୍ମୋଚନ କରାଯାଇଛି। ଏହି ନୂଆ...

ସିବିଡିଟି, ସିବିଆଇସି ମିଶ୍ରଣ ହେବନି

ନୂଆଦିଲ୍ଲୀ,୬।୭ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ମିଶ୍ରଣ ହେବ ନାହିଁ। ଏ ନେଇ...

Advertisement
Archives

Model This Week