Posted inଖେଳ

କୁଲଦୀପଙ୍କ ପ୍ରଭାବୀ ବୋଲିଂ

ଗୁଏନା,୯ା୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟି୨୦ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଦୃଢ ପ୍ରଦର୍ଶନ। କୁଲଦୀପ ଯାଦବ ପ୍ରଭାବୀ ବୋଲିଂ କରିବା ସହିତ ୩ ଉଇକେଟ ନେଇଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୧୫୯ ରନ୍‌ ସ୍କୋର କରିଛି। ଦଳ ପକ୍ଷରୁ ବ୍ରାଣ୍ଡନ କିଙ୍ଗ ସର୍ବାଧିକ ୪୨ ରନ୍‌ କରିଥିବା ବେଳେ ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ଉଇକେଟ ନେଇଥିଲେ।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଦୁଇ ଓପନର ପ୍ରଥମ ଉଇକେଟରେ ୫୫ ରନ୍‌ ଯୋଡିଥିଲେ। ବ୍ରାଣ୍ଡନ୍‌ କିଙ୍ଗ ସର୍ବାଧିକ ୪୨ ରନ୍‌ ସ୍କୋର କରିଥିବା ବେଳେ ଅନ୍ୟତମ ଓପନର କାଇଲ ମେୟର୍ସ ୨୫ ରନ୍‌ କରିଥିଲେ। ଅକ୍ଷର ପଟେଲଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ମେୟର୍ସ ଆଉଟ ହୋଇଥିଲେ। ଏହାର ଦୁଇ ଓଭର ପରେ ୧୨ ରନ୍‌ କରି ଜନସନ୍‌ ଚାଲର୍‌ସ ଆଉଟ ହୋଇଥିଲେ। ଗତ ମ୍ୟାଚ୍‌ର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ନିକୋଲାସ ପୁରନ(୨୦) ଓ ବ୍ରାଣ୍ଡନ କିଙ୍ଗ ତୃତୀୟ ଉଇକେଟରେ ୩୦ ରନ୍‌ ଯୋଡିଥିଲେ। ୧୫ ତମ ଓଭରରେ ୪ ବଲ ବ୍ୟବଧାନରେ କୁଲଦୀପ ଯାଦବ ଉଭୟ ଖେଳାଳିଙ୍କୁ ଆଉଟ କରିଥିଲେ। ପୁରନ୍‌ ୧୨ ବଲ୍‌ ଖେଳି ୨ ଚୌକା ଓ ୧ ଛକା ସହ ୨୦ ରନ୍‌ କରିଥିଲେ। ଅନ୍ୟ ପକ୍ଷରେ କିଙ୍ଗ ୪୨ ବଲ୍‌ ଖେଳି ୫ଚୌକା ଓ ୧ ଛକା ମାରିଥିଲେ। ଶେଷ ଆଡକୁ ଅଧିନାୟକ ରୋଭମାନ ପାଓ୍ବେଲଙ୍କ ଦ୍ରୁତ ୪୦ ରନ୍‌ ବଳରେ ଘରୋଇ ଦଳ ୧୫୯ ରନରେ ପହଞ୍ଚିଥିଲା। ପାଓ୍ବେଲ ୧୯ ବଲ୍‌ ଖେଳି ୪୦ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୧ ଚୌକା ଓ ୩ ଛକା ସାମିଲ ଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷର ପଟେଲ ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୧୫୯/୫ (ବ୍ରାଣ୍ଡନ୍‌ କିଙ୍ଗ-୪୨, ରୋଭମାନ ପାଓ୍ବେଲ-୪୦*, କାଇଲ ମେୟର୍ସ-୨୫, କୁଲଦୀପ ଯାଦବ-୩/୨୮, ମୁକେଶ କୁମାର-୧/୧୯, ଅକ୍ଷର ପଟେଲ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri