ଭାବ ଆଦାନପ୍ରଦାନରେ ସାଙ୍କେତିକ ଭାଷାର ଗୁରୁତ୍ୱ

ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ ଥାଏ। ଶ୍ରବଣ ସମସ୍ୟା ଯୋଗୁ ବାକ କ୍ଷମତା ହରାଇଥିବା ଶିଶୁ ବଡ଼ ହୋଇ କିଭଳି ସହଜରେ ନିଜ ଜୀବନ ଜିଇଁପାରିବ ସେ ନେଇ ବିଭିନ୍ନ ସାଙ୍କେତିକ ଭାଷା ମାଧ୍ୟମରେ ତା’ର ବୋଧଗମ୍ୟତାର ବିକାଶ କରାଯାଇଥାଏ।
ପୃଥିବୀରେ ଏଭଳି ଲୋକଙ୍କ ସଂଖ୍ୟା ୭୦ ନିୟୁତରୁ ଅଧିକ। ୱାଲର୍ଡ ଫେଡେରେଶନ ଅଫ ଡିଫ (ଡବ୍ଲ୍ୟୁଏଫ୍ଡି) ଅନୁସାରେ ଅନ୍ୟର ଭାବନାକୁ ବୁଝିବା ପାଇଁ ସେମାନେ ୩୦୦ରୁ ଅଧିକ ସାଙ୍କେତିକ ଭାଷାର ବ୍ୟବହାର କରିଥାନ୍ତି।
ଏଭଳି ଲୋକଙ୍କ ମାନବିକ ଅଧିକାରକୁ ସୁରକ୍ଷିତ କରିବା ଲାଗି ଅନ୍ତର୍ଜାତୀୟସ୍ତରରେ ପ୍ରୟାସ କରାଯାଇଥିଲା। ଶ୍ରବଣବାଧିତଙ୍କ ଭାଷା ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ୧୯୫୧ ସେପ୍ଟେମ୍ବର ୨୩ରେ ଡବ୍ଲ୍ୟୁଏଫ୍ଡି ଗଠନ ହୋଇଥିଲା। ଏଥିରେ ୧୩୫ଟି ଜାତୀୟ ସଂଗଠନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଶ୍ରବଣବାଧିତଙ୍କ ଲାଗି ଅନ୍ତର୍ଜାତୀୟ ସପ୍ତାହ ପ୍ରଥମେ ୧୯୫୮ ସେପ୍ଟେମ୍ବରରେ ପାଳନ କରାଯାଇଥିଲାା ପରେ ୨୦୧୭ ଡିସେମ୍ବର ୧୯ରେ ଜାତିସଂଘର ସାଧାରଣ ସଭାରେ ୯୭ ଜଣ ସଦସ୍ୟ ରାଷ୍ଟ୍ର ଡବ୍ଲ୍ୟୁଏଫ୍ଡି ଗଠନ ସ୍ମୃତିରେ ୨୩ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଭାବରେ ପାଳନ କରିବାକୁ ସହମତି ପ୍ରକାଶ କରିଥିଲେ। ୨୦୧୮ ସେପ୍ଟେମ୍ବର ୨୩ରେ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏହି ଅବସରରେ ଶ୍ରବଣବାଧିତଙ୍କ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ ଦିଆଯାଇଥାଏ। ସେହିପରି ଭାଷାଭିତ୍ତିକ ଏବଂ ସାଂସ୍କୃତିକ ବିବିଧତାର ଏକ ଅଂଶ ଭାବରେ ସଙ୍କେତ ଭାଷାଗୁଡ଼ିକୁ ସଂରକ୍ଷଣ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri