ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବୈଷ୍ଣୋଦେବୀ ମନ୍ଦିର ପୀଠ ତୁରୁଙ୍ଗାରେ ଶନିବାର ପ୍ଲାଷ୍ଟିକମୁକ୍ତ ବଣଭୋଜି ଆୟୋଜନ ଉପରେ ଏକ ସଭା ହୋଇଥିଲା। ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂହ ବାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସହକାରୀ ବନ ସଂରକ୍ଷକ ଡଃ ହରମୋହନ ରଥ, ବରଗଡ଼ ସେକ୍ସନ ଫରେଷ୍ଟର ସୁଦୀପ୍ତ କୁମାର ରଥ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ସେହିପରି ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଡ଼ୋଲାମଣି ଶତପଥୀ, ଆଞ୍ଚଳିକ ହାଇସ୍କୁଲ ଶ୍ରୀହରି ନଗରର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ଦଳପତି, ପ୍ରକୃତି ବନ୍ଧୁ ନୀଳକଣ୍ଠ ସା, ପ୍ରକୃତି ପ୍ରେମୀ ମୀନକେତନ ସାହୁ, ସ୍ବେଚ୍ଛାସେବୀ ପୁରନ୍ଦର ଭୋସାଗର, ପୂର୍ବତନ ସରପଞ୍ଚ ପୁରନ୍ଦର ସେଠ୍, ପ୍ରଶ୍ନ ଭୁଏ, ବରଗଡ଼ ବନାଞ୍ଚଳର ସମସ୍ତ ପଦାଧିକାରୀ, ଏସ୍ଏଚ୍ଜି ମହିଳା, ଛାତ୍ରୀଛାତ୍ରମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଭାରେ ପ୍ଲାଷ୍ଟିକମୁକ୍ତ ଅଭିଯାନର ଏକ ପଦଯାତ୍ରା ବଣଭୋଜିସ୍ଥଳୀକୁ ଯାଇ ପ୍ଲାଷ୍ଟିକ ଅଳିଆ ଆବର୍ଜନା ସଫା କରିବା ସହିତ ଏକକ ବ୍ୟବହାର ପ୍ଲାଷ୍ଟିକ ଦ୍ବାରା ପରିବେଶରେ ହେଉଥିବା କ୍ଷତି ବିଷୟରେ ଆଲୋଚନା କରାଯାଇଥିଲା। ପ୍ଲାଷ୍ଟିକ ଦ୍ୱାରା ପ୍ରକୃତି ଉପରେ କିପରି କୁପ୍ରଭାବ ପଡୁଛି, ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବା ସହିତ ପ୍ଲାଷ୍ଟିକର ପୁନଃଚକ୍ରଣ, ପୁନଃ ବ୍ୟବହାର ଇତ୍ୟାଦି ବିଷୟରେ ସମସ୍ତେ ମତ ରଖିଥିଲେ। ବରଗଡ଼ ସେକ୍ସନ ଫରେଷ୍ଟର ସୁଦୀପ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Dharitri – The Largest & Most Trusted Odia Daily

