ସିଷ୍ଟମେଟିକ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌ରେ ନିବେଶକୁ ଗୁରୁତ୍ୱ

ନୂଆଦିଲ୍ଲୀ,୯।୧୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଏକ ଉନ୍ନତ ଅବସର ପାଣ୍ଠି ଗଠନ କରିବା ପାଇଁ ଆଗୁଆ ପ୍ରସ୍ତୁତି ହେବା ସହିତ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ, ଡେବ୍‌ଟ ମ୍ୟୁଚୁଆଲ ଫଣ୍ଡ ଓ ହାଇବ୍ରିଡ ଫଣ୍ଡ୍‌ଗୁଡ଼ିକୁ ରିସ୍କ ଓ ରିଟର୍ନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ରଣନୈତିକ ଭାବେ ଚୟନ କରାଯାଇପାରିବ, ଯାହା ଅବସରକାଳୀନ ସଞ୍ଚୟର ନିରନ୍ତର ବୃଦ୍ଧି ସୁନିଶ୍ଚିତ କରିଥାଏ। ଏଭଳି ଅନେକ ଅବସର ପାଣ୍ଠି ନିବେଶ ଉପତ୍ାଦ ରହିଛି, ଯାହା ଖୁବ୍‌ ଉପଯୋଗୀ ହୋଇପାରେ ବୋଲି ବନ୍ଧନ ଏଏମ୍‌ସିର ସେଲ୍‌ସ ଓ ମାର୍କେଟିଂ ବିଭାଗର ମୁଖ୍ୟ ଗୌରବ ପରିଜା କହିଛନ୍ତି। ଅପରପକ୍ଷରେ ମ୍ୟୁଚୁଆଲ ଫଣ୍ଡ୍‌ଗୁଡ଼ିକ ନିବେଶକମାନେ ପସନ୍ଦ କରୁଥିବା ରିସ୍କ ସ୍ତର ଓ ନିବେଶ ଅବଧିରୁ ସୃଷ୍ଟି ହେଉଥିବା ବିବିଧତା ସହିତ ଆସିଥାଏ। ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ, ଡେବ୍‌ଟ ମ୍ୟୁଚୁଆଲ ଫଣ୍ଡ ଓ ହାଇବ୍ରିଡ ଫଣ୍ଡ୍‌ଗୁଡ଼ିକୁ ରିସ୍କ ଓ ରିଟର୍ନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ରଣନୈତିକ ଭାବେ ଚୟନ କରାଯାଇପାରିବ, ଯାହା ଅବସରକାଳୀନ ସଞ୍ଚୟର ନିରନ୍ତର ବୃଦ୍ଧି ସୁନିଶ୍ଚିତ କରିଥାଏ। ସେହିପରି ସିଷ୍ଟମେଟିକ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌ (ଏସ୍‌ଆଇପି)ରେ ନିବେଶ କରି ଶୃଙ୍ଖଳିତ ଓ ନିୟମିତ ନିବେଶ କରାଯାଇପାରିବ; ଯାହା ଦୀର୍ଘାବଧିରେ ସମ୍ପତ୍ତି ସୃଷ୍ଟିକୁ ସୁଗମ କରିଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଜଣେ ପିଲା ବୃଦ୍ଧାବସ୍ଥାରେ ମାତାପିତାଙ୍କ ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରିବା ଉଚିତ ବୋଲି ରହିଥିବା ପ୍ରଚଳିତ ଧାରା ବର୍ତ୍ତମାନ ଧୀରେ ଧୀରେ ଅସମ୍ଭବ ହୋଇଛି। ଅପରପକ୍ଷରେ ବଞ୍ଚତ୍ବା ପାଇଁ ଅଧିକ ଖର୍ଚ୍ଚ, ଶିକ୍ଷା ଖର୍ଚ୍ଚ ଓ ନିଜର ଭବିଷ୍ୟତ ପାଇଁ ସଞ୍ଚୟ କରିବାର ଆବଶ୍ୟକତା ସହିତ ଯୁବପିଢ଼ିଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି ପାଉଛି। ତେଣୁ ପିଲାମାନଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ଲୋକମାନେ ଅବସର ପରେ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ୍‌ ଓ ବୃତ୍ତିଗତ ସମ୍ପତ୍ତି ପରିଚାଳନା ସେବା (ପ୍ରଫେଶନାଲ ଆସେଟ୍‌ ମ୍ୟାନେଜମେଣ୍ଟ ସର୍ଭିସ) ଭଳି ବିଭିନ୍ନ ନିବେଶ ବିକଳ୍ପଗୁଡ଼ିକୁ ଅନ୍ବେଷଣ କରି ନିଜର ଆର୍ଥିକ ଭବିଷ୍ୟତ ଦାୟିତ୍ୱ ନିଜେ ବହନ କରିବା ଉଚିତ ବୋଲି ପରିଜା କହିଛନ୍ତି। ଏହି ପରିବର୍ତ୍ତିତ ସ୍ଥିତିଗୁଡ଼ିକୁ ଦୃଷ୍ଟିରେ ରଖି ଲୋକମାନେ ନିଜର ଅବସର ପରବର୍ତ୍ତୀ ଜୀବନ ପାଇଁ ଆର୍ଥିକ ଯୋଜନା କ୍ଷେତ୍ରରେ ସମୟ ଓ ସମ୍ବଳର ନିବେଶ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଶୀଘ୍ର ଯୋଜନା କରିବା ଦ୍ୱାରା ପର୍ଯ୍ୟାପ୍ତ ଅବସରକାଳୀନ ପାଣ୍ଠି ସଂଗ୍ରହ ହୋଇଥାଏ, ଯାହା ବୃଦ୍ଧାବସ୍ଥାରେ ଆର୍ଥିକ ସ୍ବାଧୀନତା ସୁନିଶ୍ଚିତ କରିଥାଏ। ଶୀଘ୍ର ନିବେଶ ଯୌଗିକ ବୃଦ୍ଧିର ଲାଭ ମଧ୍ୟ ଦେଇଥାଏ, ଯେଉଁଠାରେ ସମୟ ସହିତ ନିବେଶ ଉପରେ ରିଟର୍ନ ବୃଦ୍ଧି ପାଇଥାଏ। ଏହି ଆଭିମୁଖ୍ୟ କେବଳ ଜଣେ ବ୍ୟକ୍ତିର ଭବିଷ୍ୟତକୁ ସୁରକ୍ଷିତ ରଖେ ନାହିଁ ବରଂ ପିଲାମାନଙ୍କ ଉପରୁ ଚାପ ହଟାଇଥାଏ ଏବଂ ସେମାନଙ୍କୁ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ସକ୍ଷମ କରିଥାଏ ବୋଲି ପରିଜା ବ୍ୟାଖ୍ୟା କରିଛନ୍ତି। ଲୋକମାନଙ୍କ ପାଇଁ ପ୍ରଫେଶନାଲ ଆସେଟ ମ୍ୟାନେଜମେଣ୍ଟ ସର୍ଭିସ୍‌ଗୁଡ଼ିକର ସେବା ବେଶ୍‌୍‌ ସହାୟକ ହୋଇଥାଏ। ଏହା ସମ୍ପୃକ୍ତ ବିପଦ ପରିଚାଳନା ଓ ନିବେଶ ପୋର୍ଟଫୋଲିଓଗୁଡ଼ିକର ବିବିଧକରଣ ସହ ଜଡ଼ିତ ବୃତ୍ତିଗତ ପରାମର୍ଶ ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଥୁଟ୍‌ ଫାଇନାନ୍ସ ଫ୍ରି ଲକର ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨।୧: ଦୀର୍ଘ ୧୨ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ‘ମହାକୁମ୍ଭ’ (ମହା କୁମ୍ଭ ପ୍ରୟାଗରାଜ-୨୦୨୫) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଥୁଟ୍‌ ଫାଇନାନ୍ସ ପକ୍ଷରୁ...

୩ୟ ତ୍ରୈମାସରେ ୬୩୯ କୋଟିର ନେଟ୍‌ ଲାଭ

ନୂଆଦିଲ୍ଲୀ,୨୨।୧(ଅଭୟ ଦାଶ): ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏପରିକି ୨୦୨୪ ଡିସେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କ ଚଳିତ...

ବଜେଟ ପୂର୍ବବର୍ତ୍ତୀ ସମୟ ସୁନା କିଣିବାର ସୁବର୍ଣ୍ଣ ସୁଯୋଗ:ହଂସ

ଭୁବନେଶ୍ୱର,୨୨।୧: ଚଳିତ ବର୍ଷ ଫେବୃଆରୀରେ ସରକାର ଆସନ୍ତା ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଏହି ସମୟର ସରକାର ସୁନା ଉପରେ ସୀମାଶୁଳ୍କ ବଢ଼ାଇପାରନ୍ତି। ଏପରିକି...

ଆର୍ଥିକ ଏକୀକରଣ ଉପରେ ଧ୍ୟାନଦେବା ଆବଶ୍ୟକ

ଭୁବନେଶ୍ୱର,୨୨ା୧(ଅନୁରାଧା ମହାରଣା): ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟରେ ଉପଭୋକ୍ତା ଚାହିଦା ଏବଂ ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହିତକରି ଆର୍ଥିକ ଏକୀକରଣ ଢାଞ୍ଚା ଉପରେ ଧ୍ୟାନଦେବା ଆବଶ୍ୟକ...

ପୁଞ୍ଜିବଜାରରେ ଟ୍ରମ୍ପ୍‌ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୨।୧(ପି.ଟି.):ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବା ମାତ୍ରେ ଦୋହଲିଗଲା ଭାରତୀୟ ପୁଞ୍ଜିବଜାର। ଟ୍ରମ୍ପ୍‌ଙ୍କ ଟାରିଫ୍‌ ଘୋଷଣା ଯୋଗୁ ମଙ୍ଗଳବାର ସେସନ୍‌ରେ...

ବଜାରରେ ଅଲ୍‌ ନ୍ୟୁ ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍‌

ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଆଇଏଲ) ର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକଟ୍ରିକ ଭେହିକଲ (ଇଭି) ‘ଇ-କ୍ରେଟା’ର...

ବିଶ୍ୱସ୍ତରୀୟ ଇଭି ଉତ୍କର୍ଷ କେନ୍ଦ୍ର ହେବ ଭାରତ

ନୂଆଦିଲ୍ଲୀ,୨୧।୧: ବର୍ତ୍ତମାନର ପରିବେଶ ଓ ବଜାର ଚାହିଦାକୁ ଆଖିଆଗରେ ରଖି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ) ମଧ୍ୟ ଇଲେକ୍‌ଟ୍ରିକ୍‌ ଭେଇକଲ ବା ଇଭି ଉତ୍ପାଦନରେ ମନୋନିବେଶ...

ଅଂଶୀଦାରମାନଙ୍କ ସହ ଆଲୋଚନା କଲେ କିଶନ ରେଡ୍ଡୀ

ଭୁବନେଶ୍ୱର,୨୧।୧: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା। ଏପରିକି ଭୁବନେଶ୍ୱରସ୍ଥିତ ନାଲ୍‌କୋ ଭବନଠାରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri