Posted inଜାତୀୟ

ଫିଲ୍ମ ପର୍ଯ୍ୟଟନ ବୃଦ୍ଧିକୁ ଗୁରୁତ୍ୱ

ଶ୍ରୀନଗର, ୨୩।୫: ଜମ୍ମୁ ଓ କଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମେଳନ କେନ୍ଦ୍ରରେ ସୋମବାର ଅତି କଡ଼ା ସୁରକ୍ଷା ମଧ୍ୟରେ ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ଆରମ୍ଭ ହୋଇଛି। ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ। ଦୁଇଦିନିଆ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରୁ ଅତିକମ୍‌ରେ ୬୦ ଜଣ ପ୍ରତିନିଧି ଯୋଗ ଦେଇଥିବା ବେଳେ ୨୦ ଜଣ ସାମ୍ବାଦିକ ଅଂଶଗ୍ରହଣ କରିଛନ୍ତି।
ମୁଖ୍ୟ ସମନ୍ବୟକାରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ, ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ଅନ୍ୟତମ ମୁଖ୍ୟ କାର୍ଯ୍ୟସୂଚୀ ହେଉଛି ଫିଲ୍ମ ଟୁରିଜମ୍‌। ସିନେମା ପର୍ଯ୍ୟଟନରେ ଜମ୍ମୁ ଓ କଶ୍ମୀରର ସମ୍ଭାବ୍ୟ ଶକ୍ତିକୁ ପ୍ରଦର୍ଶନ ଲାଗି ଏଭଳି ପ୍ରଚେଷ୍ଟା କରାଯାଇଛି। ସେ କହିଛନ୍ତି, ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଏଠାରେ ଅନୁଷ୍ଠିତ ଜି ୨୦ ବୈଠକ କଶ୍ମୀର ପର୍ଯ୍ୟଟନକୁ ନୂଆ ରୂପ ଦେବ। ଏଥିସହିତ ଏହି ସମ୍ମିଳନୀ ଜମ୍ମୁ ଓ କଶ୍ମୀର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ବୈଠକରେ ପୂର୍ବାପେକ୍ଷା ସର୍ବାଧିକ ପ୍ରତିନିଧି ଯୋଗ ଦେଇଛନ୍ତି ବୋଲି ଶ୍ରୀଙ୍ଗଲା କହିଛନ୍ତି। ଚାଇନା ସମେତ କେତେକ ସଦସ୍ୟ ରାଷ୍ଟ୍ର ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ସେ ପ୍ରକାଶ କରିଛନ୍ତି। ଜମ୍ମୁ ଓ କଶ୍ମୀର ଏକ ବିବାଦୀୟ ଅଞ୍ଚଳ ବୋଲି ଅଭିହିତ କରି ଚାଇନା ଜି୨୦ରେ ଯୋଗ ଦେଇ ନ ଥିବା ବେଳେ ସାଉଦି ଆରବ ଏହି କାର୍ଯ୍ୟକ୍ରମ ପାଇଁ ନାମ ପଞ୍ଜୀକରଣ କରିନାହିଁ। ସେହିପରି ତୁର୍କୀ ଏହି ବୈଠକରୁ ନିଜକୁ ଦୂରେଇ ରଖିଛି। ହେଲେ ଇସ୍‌ଲାମୀୟ ରାଷ୍ଟ୍ର ସଙ୍ଗଠନ (ଓଆଇସି)ର ସଦସ୍ୟ, ନାଇଜେରିଆ ଓ ଇଣ୍ଡୋନେସିଆର ରାଷ୍ଟ୍ରଦୂତମାନେ ଏଥିରେ ଯୋଗ ଦେଇଛନ୍ତି। ପ୍ରତିନିଧିମାନେ ପରି ମହଲ, ଚେସ୍‌ମାସାହି ଓ ମୋଗଲ ଗାର୍ଡେନ ପରିଦର୍ଶନ କରିବେ। ଏଥିସହିତ ସେମାନେ ପୁନରୁଦ୍ଧାର ହୋଇଥିବା ପୋଲୋ ଭିଉ ମାର୍କେଟ ବୁଲିବା ସହ ବୁଧବାର କଶ୍ମୀର ଉପତ୍ୟକା ଯିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱ ସ୍ତରୀୟ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିବାରୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରିଦିଆଯାଇଛି। ଏନ୍‌ଏସ୍‌ଜିର ଡ୍ରୋନ୍‌ ନିରୋଧୀ ଟିମ୍‌ ଆକାଶମାର୍ଗ ଉପରେ ନଜର ରଖିଥିବା ବେଳେ ଡାଲ୍‌ ହ୍ରଦ ନିକଟରେ ମରିନ୍‌ କମାଣ୍ଡୋମାନେ ପଇଁତରା ମାରୁଛନ୍ତି। ଚେନାବ ନଦୀରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ଡଙ୍ଗାରେ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ଜମ୍ମୁର ଅଖନୁର ସ୍ଥିତ ଭାରତ-ପାକିସ୍ତାନ ସୀମାନ୍ତ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ସେନା ସହ ଜମ୍ମୁ ଓ କଶ୍ମୀର ପୋଲିସ ମିଶି ବୈଠକ ସ୍ଥଳ ଜବାରଓ୍ବାନ୍‌ ରେଞ୍ଜ ଉପରେ ଦୃଷ୍ଟି ରଖିଛନ୍ତି। ଦେଶର ବିଭିନ୍ନ ଭାଗରେ ହୋଇଥିବା ନିର୍ବାଚନ ଲାଗି ଜମ୍ମୁ ଓ କଶ୍ମୀରରୁ ଯାଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କୁ ଜି୨୦ ସମ୍ମିଳନୀ ସ୍ଥଳକୁ ଫେରାଇ ଅଣାଯାଇଛି। ପଣବନ୍ଦୀ ଭଳି ସ୍ଥିତିକୁ ଟାଳିବା ଲାଗି ‘ବ୍ଲାକ୍‌ କ୍ୟାଟ୍‌’ କମାଣ୍ଡୋମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri