ଆଲୁମିନିୟମ ଶିଳ୍ପର ଅଭିବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୩୦।୧୦: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆ(ଏଏଆଇ)ର ପ୍ରସ୍ତାବ ଅନୁଯାୟୀ ଆଲୁମିନିୟମ ଉଦ୍ୟୋଗ ଘରୋଇ ବଜାର ପ୍ରବେଶକୁ ସୁରକ୍ଷା ଓ ସଦ୍ୟ ନିବେଶକୁ ଆକର୍ଷିତକରିବା ଲାଗି ସର୍ଜିଂ ଇମ୍ପୋର୍ଟ ବିପକ୍ଷରେ ସୁରକ୍ଷା ଚାହୁଁଛି। ଏପରିକି ଆଗାମୀ ୬ ବର୍ଷ ମଧ୍ୟରେ ୩ଲକ୍ଷ କୋଟି ବିନିଯୋଗ ଆବଶ୍ୟକ ରହିଛି। ସେହିଭଳି ଆଲୁମିନିୟମ ଆମଦାନୀ ଉପରେ ଅତ୍ୟଧିକ ଶୁଳ୍କ ଲଗାଯାଇ ଘରୋଇ ଉଦ୍ୟୋଗୀଙ୍କୁ ସୁରକ୍ଷା ଦେବା ସହିତ ଅତ୍ୟାବଶ୍ୟକ କଞ୍ଚାମାଲ ଉପରେ ବିଦ୍ୟମାନ ଶୁଳ୍କ ଯଥାର୍ଥ ହେବା ଉଚିତ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଭାରତର ସର୍ବୋଚ୍ଚ ଆଲୁମିନିୟମ ଉପତ୍ାଦକମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ସଂସ୍ଥା ତଥା ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡିପାର୍ଟମେଣ୍ଟ ଫର୍‌ ପ୍ରୋମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ୍‌ (ଡିପିଆଇଆଇଟି) ଜରିଆରେ ଏଏଆଇ ଏହାର ପୂର୍ବ ବଜେଟ ପ୍ରତିନିଧିତ୍ୱ ଦାଖଲ କରିଛି। ଏପରିକି ଏହା ଦେଶର ଆଲୁମିନିୟମ ଅଭିବୃଦ୍ଧି ଉପରେ ନିରନ୍ତର ଗୁରୁତ୍ୱ ଦେଇଥାଏ। ବିଶେଷକରି ୨୦୪୭ ସୁଦ୍ଧା ଦେଶ ଏକ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବା ଲାଗି ପ୍ରୟାସୀ ଥିଲାବେଳେ ଏହାଦ୍ୱାରା ଆମେରିକା, ମାଲେସିଆ ଓ ଇଣ୍ଡୋନେସିଆ ପରି ଅନେକ ଦେଶ ଆଲୁମିନିୟମକୁ ଏକ ରଣନୀତିକ କ୍ଷେତ୍ର ଭାବେ ବିବେଚନା କରିଛନ୍ତି।
ସେହିଭଳି ଶିଳ୍ପ ଆକଳନ ଅନୁସାରେ ବିଶ୍ୱର ହାରାହାରି ୧୨ କିଲୋଗ୍ରାମ ତୁଳନାରେ ଭାରତର ମୁଣ୍ଡ ପିଛା ଆଲୁମିନିୟମ ବାର୍ଷିକ ୩ କିଲୋ ରହିଛି। ଏପରିକି ୨୦୩୦ ସୁଦ୍ଧା ଆଲୁମିନିୟମର ୧୦ ଏମ୍‌ଟିପିଏରେ ପହଞ୍ଚତ୍ିବାକୁ ଥିବା ଘରୋଇ ଚାହିଦା ସତ୍ତ୍ୱେ ଏହି କ୍ଷେତ୍ର ନୂଆ ପୁଞ୍ଜି ନିବେଶକୁ ଆକର୍ଷିତ କରିବାର ପ୍ରମୁଖ ଆହ୍ବାନର ସମ୍ମୁଖୀନ ହୋଇଛି। ଏହି ଆଶା କରାଯାଉଥିବା ଚାହିଦା ପୂରଣ ଲାଗି ଆଗାମୀ ୬ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ବିନିଯୋଗ ଆବଶ୍ୟକ ରହିଛି। ଏହା ହେଲେ ଦେଶରେ ଏକ ବ୍ୟାପକ ନିଯୁକ୍ତି ସୃଷ୍ଟି ମଧ୍ୟ ହୋଇପାରିବ।
ଏ ନେଇ ଶିଳ୍ପ ସଦସ୍ୟମାନେ ଉଲ୍ଲେଖ କରିଛନ୍ତି, ଘରୋଇ ବଜାରରେ ଆମଦାନୀ ପ୍ରବାହ ଓ ପୁଞ୍ଜି ବିନିଯୋଗ କରିବାରେ ଏକ ପ୍ରତିବନ୍ଧକ ରହିଛି, ଯେତେବେଳେ କି ଭାରତରେ ଆଲୁମିନିୟମ ହବ୍‌ ଉପତ୍ନ୍ନ ହେବା ପାଇଁ ସବୁ ପ୍ରକାର ଉପାଦାନ ଉପଲବ୍ଧ ଅଛି। ତେଣୁ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି ଶିଳ୍ପ ସଦସ୍ୟମାନେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।
ତେଣୁ ଏଏଆଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି, ଦେଶର ଆତ୍ମନିର୍ଭରଶୀଳତାକୁ ସହାୟକ ହେବା ଓ ପ୍ରାଥମିକ/ଡାଉନଷ୍ଟ୍ରିମ୍‌ ଉପତ୍ାଦ ଉପରେ ଆମଦାନୀ ଶୁଳ୍କକୁ ବିଦ୍ୟମାନ ୭.୫% ରୁ ୧୦%କୁ ବୃଦ୍ଧି କରାଗଲେ ଦେଶ ନୂଆ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ। ଅପରପକ୍ଷରେ ଶସ୍ତା ଆମଦାନୀକୁ ନିୟନ୍ତ୍ରଣ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ରହିବା ଉଚିତ ରହିଛି।
ବିଶ୍ୱର ପ୍ରତିଦ୍ୱନ୍ଦ୍ୱିତାକୁ ସୁନିଶ୍ଚିତ କରିବା ଲାଗି ଏହା ଜରୁରୀ ଯେ ନୀତିଗୁଡ଼ିକ ଏକ ସ୍ଥାୟୀ ପରିବେଶ ପ୍ରତିପୋଷଣ କରିବା ସହ ଘରୋଇ ଶିଳ୍ପ ଲାଗି ଅଭିବୃଦ୍ଧି ଘଟାଇବା ସହ ବିଶ୍ୱ ବଜାରରେ ଏକ ଅଗ୍ରଣୀ ଭାବେ ସ୍ଥାନିତ କରିବ। ବର୍ତ୍ତମାନ ଶିଳ୍ପ ଏହାର ଉପତ୍ାଦନ ମୂଲ୍ୟର ୧୭% ଟିକସ, ଶୁଳ୍କ ବହନ କରୁଛି। ଏହାକୁ ହ୍ରାସ କରିବା ଲାଗି ଏଏଆଇ ପ୍ରସ୍ତାବ ଦେଇଛି।
ଘରୋଇ ଆଲୁମିନିୟମ ଉଦ୍ୟୋଗର କ୍ଷମତା ବିନିଯୋଗରେ ୮ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିଲା ଏବଂ ଦୁର୍ଗମ ଅଞ୍ଚଳରେ ବିଶେଷକରି ଡାଉନଷ୍ଟ୍ରିମ କ୍ଷେତ୍ରରେ ୪୦୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶରେ ସହାୟକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri