ପିଲାଙ୍କ ପାଇଁ ଆର୍ଥିକ ଶିକ୍ଷାର ମହତ୍ତ୍ୱ

ସୌରଜିତ ପ୍ରଧାନୀ

 

ପରିଣତ ବୟସରେ ବ୍ୟକ୍ତିଗତ ଅର୍ଥ ପରିଚାଳନା ଜୀବନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆର୍ଥିକ ଯୋଜନା ଏବଂ ଆର୍ଥିକ ଲକ୍ଷ୍ୟ ନିର୍ଦ୍ଧାରଣ ବିନା ଆମେ କେଉଁଠି ବି ପହଞ୍ଚିପାରିବୁ ନାହିଁ। ତେଣୁ ପିଲାଙ୍କ ପାଇଁ ଆର୍ଥିକ ସାକ୍ଷରତା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ପିଲାମାନେ ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ଅର୍ଥ ବ୍ୟବସ୍ଥାର ମୌଳିକ ତତ୍ତ୍ୱକୁ ବୁଝିପାରନ୍ତି କିମ୍ବା ଅତିକମ୍‌ରେ ତା’ ସହିତ ସମ୍ପର୍କ ସ୍ଥାପନ କରିପାରନ୍ତି, ତେବେ ସେମାନେ ବଡ଼ ହେବା ପରେ ଆର୍ଥିକ ଯୋଜନାର ଗୁରୁତ୍ୱକୁ ବୁଝିପାରିବେ। ସେମାନେ ନିଜେ ନିଜର ଭବିଷ୍ୟତ ପାଇଁ ଆର୍ଥିକ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ।
ଆର୍ଥିକ ସାକ୍ଷରତାର ଅର୍ଥ ହେଉଛି ଦୃଢ଼ ଆର୍ଥିକ ନିଷ୍ପତ୍ତି ନେବାର କ୍ଷମତା। ଏଭଳି ନିଷ୍ପତ୍ତି ବଜେଟ ପ୍ରସ୍ତୁତ କରିବା, ସଞ୍ଚୟ କରିବା, ନିବେଶ କରିବା ଭଳି ହୋଇପାରେ। ଯେହେତୁ ଆର୍ଥିକ ଯୋଜନା ଏବଂ ଆର୍ଥିକ ଲକ୍ଷ୍ୟ ସ୍ଥିର କରିବା ମୁଖ୍ୟତଃ ମାତାପିତାଙ୍କ ଦ୍ୱାରା କରାଯାଇଥାଏ, ତେବେ ପିଲାମାନଙ୍କୁ ଆର୍ଥିକ ସାକ୍ଷରତା ବିଷୟରେ ଶିଖାଇବାର କ’ଣ ଆବଶ୍ୟକତା ଅଛି? ସଚିନ ତେନ୍ଦୁଲକର ମାତ୍ର ଷୋହଳ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ। ତାଙ୍କ ପରିବାର ନିଶ୍ଚିତ କରିଥିଲେ ଯେ ତାଙ୍କର ସମସ୍ତ ଧ୍ୟାନ ଏବଂ ଶକ୍ତି କ୍ରିକେଟ ଉପରେ ରହିବ। ତାଙ୍କ ବଡ଼ ଭାଇ ଅଜିତ ତେନ୍ଦୁଲକର ଆର୍ଥିକ ବ୍ୟାପାର ସମ୍ଭାଳୁଥିଲେ। ଜଣେ ବ୍ୟକ୍ତିର ଜୀବନରେ ଅର୍ଥର ଗୁରୁତ୍ୱକୁ ସମର୍ଥନ କରୁଥିବା ଦୃଢ଼ ପାରିବାରିକ ମୂଲ୍ୟବୋଧ ବ୍ୟବସ୍ଥା ଯୋଗୁ ସଚିନଙ୍କ ଧ୍ୟାନ ବ୍ୟତିବ୍ୟସ୍ତ ହୋଇ ନ ଥିଲା। ପାରିବାରିକ ମୂଲ୍ୟବୋଧ ବ୍ୟବସ୍ଥାର ଏହି ଅଂଶ ସଚିନଙ୍କୁ ବିନମ୍ର ରହିବାକୁ ସାହାଯ୍ୟ କରିଥିଲା। ଅପରପକ୍ଷରେ ଦୃଢ଼ ମୂଲ୍ୟବୋଧ ବ୍ୟବସ୍ଥାର ଅଭାବ ଯୋଗୁ ତେନ୍ଦୁଲକରଙ୍କ ସଫଳତାକୁ ଅନୁକରଣ କରିବାରେ ତାଙ୍କ ବନ୍ଧୁ ବିନୋଦ କାମ୍ବଲି ବିଫଳ ହୋଇଥିଲେ। ଆଜି ପର୍ଯ୍ୟନ୍ତ ସେ ଆର୍ଥିକ ସ୍ତରରେ ସଙ୍ଘର୍ଷ ଜାରି ରଖିଛନ୍ତି।
ପିଲାଙ୍କ ଯୁବ ମନ ସକ୍ରିୟ ଥାଏ ଏବଂ ଅନେକ ତଥ୍ୟକୁ ଗ୍ରହଣ କରିପାରେ। ସ୍କୁଲରେ ଯେଉଁ ସବୁ କଥା ଆମେ ଶିଖୁ, ସାରା ଜୀବନ ମନେ ରଖିଥାଉ। ତେଣୁ କମ୍‌ ବୟସରେ ଆର୍ଥିକ ଶିକ୍ଷା ପିଲାଙ୍କ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ କୌଶଳକୁ ବିକଶିତ କରିବାରେ ସାହାଯ୍ୟ କରିପାରିବ। ସେମାନେ ହୁଏତ ଫାଇନାନ୍ସର ବୈଷୟିକ ଅଂଶ ପାଇଁ ପ୍ରସ୍ତୁତ ନ ହୋଇପାରନ୍ତି, କିନ୍ତୁ ସେମାନେ ନିଶ୍ଚିତ ଭାବେ ମୌଳିକ କଥାକୁ ଗ୍ରହଣ କରିବେ ଏବଂ ତାହା ଉପରେ କାର୍ଯ୍ୟ କରିବେ। ପିଲାଙ୍କ ମନରେ ଆର୍ଥିକ ଶିକ୍ଷାକୁ ସାମିଲ କରିବାର ଆଉ ଏକ ବଡ଼ ଲାଭ ହେଉଛି କମ ବୟସରେ ଦୃଢ଼ ଅଭ୍ୟାସ ତିଆରି କରିବା। ସ୍ବଭାବତଃ ଅଭ୍ୟାସଗୁଡ଼ା ଛାଡ଼ିବା କଷ୍ଟକର । ଯେତେବେଳେ ଆମେ ଏକ ଅଭ୍ୟାସ ତିଆରି କରିଥାଉ, ଆମ ମସ୍ତିଷ୍କ ‘ଡୋପାମାଇନ’ କ୍ଷରଣ କରିଥାଏ। ଏହା ସୁଖ ଓ ଆନନ୍ଦର ଅନୁଭବକୁ ବଢ଼ାଇଥାଏ, ଯାହା ଅଭ୍ୟାସକୁ ଆହୁରି ମଜଭୁତ କରିଥାଏ।
କମ୍‌ ବୟସରେ ଆର୍ଥିକ ସାକ୍ଷରତା ବିକାଶ ହେଲେ ଡୋପାମାଇନ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ। ପିଲାମାନେ ଉତ୍ତମ ଆର୍ଥିକ ନିଷ୍ପତ୍ତି ନେବାର ଅନୁଭୂତିକୁ ଉପଭୋଗ କରିବେ। ସେମାନେ ଏହି ଅଭ୍ୟାସକୁ ପରିଣତ ବୟସରେ ପାଳନ କରିବେ। ଷ୍ଟିଭ ଜବ୍ସ (ଆପଲର ପ୍ରତିଷ୍ଠାତା), ମାର୍କ ଜୁକରବର୍ଗ (ଫେସ୍‌ବୁକ୍‌ର ପ୍ରତିଷ୍ଠାତା) ଆଦି ସଫଳ ଉଦ୍ୟୋଗୀଙ୍କ ଜୀବନକୁ ଦେଖିଲେ ଜଣାପଡ଼େ ଯେ ଏହି ବ୍ୟକ୍ତିମାନେ ଖୁବ୍‌ କମ ବୟସରେ ଅର୍ଥର ମୂଲ୍ୟ ଓ ଗୁରୁତ୍ୱକୁ ହୃଦୟଙ୍ଗମ କରି ଏହା ଉପରେ କାର୍ଯ୍ୟ କରିଥିଲେ। ତେଣୁ ଆର୍ଥିକ ସାକ୍ଷରତା ଓ ଉଦ୍ୟମିତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ।
ବିଶ୍ୱବ୍ୟାପୀ ଶିକ୍ଷା ପାଠ୍ୟକ୍ରମରେ ଆର୍ଥିକ ସାକ୍ଷରତାକୁ ଏକ ସ୍ବତନ୍ତ୍ର ବିଷୟ ଭାବେ କ୍ୱଚିତ ସ୍ଥାନ ଦିଆଯାଉଛି। କୋଡିଂ, ବ୍ଲକ୍ଚେନ ଟେକ୍ନୋଲୋଜି ଆଦି ଧାରଣା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଆର୍ଥିକ ସାକ୍ଷରତା ନାହିଁ। ପିଥାଗୋରସ୍‌ ଥିଓରମ୍‌, ତ୍ରିକୋଣମିତି ଆଦି ଗାଣିତିକ ଧାରଣା ପିଲାମାନଙ୍କୁ ଶିକ୍ଷା ଦିଆଯାଏ, ଯାହା ହୁଏତ ସେମାନଙ୍କ ଦୈନନ୍ଦିନ ଜୀବନରେ କାମରେ ଆସି ନ ପାରେ। ଆର୍ଥିକ ଶିକ୍ଷାକୁ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶରେ ସରକାରମାନଙ୍କୁ ଆହ୍ବାନ କରାଯାଇଛି। ସଞ୍ଚୟ, ବଜେଟିଂ, ନିବେଶ ଆଦି ବିଷୟ ସ୍କୁଲରେ ନିଶ୍ଚିତ ଭାବେ ପାଇବା ଉଚିତ। ବିଦ୍ୟାଳୟଗୁଡ଼ିକ ଏହା ଉପଲବ୍ଧି କରିବାର ଆବଶ୍ୟକତା ରହିଛି ଯେ ଆର୍ଥିକ ଶିକ୍ଷା ଦ୍ୱାରା ଆର୍ଥିକ ବିଶ୍ଳେଷଣ, ନିବେଶ ବ୍ୟାଙ୍କିଙ୍ଗ, ଋଣ ବିଶ୍ଳେଷଣ ଆଦି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।
କେତେକ ଶିକ୍ଷାନୁଷ୍ଠାନ ଏବେ ବି ଟଙ୍କା କଥା କହିବାକୁ ‘ଟାବୁ’ ବୋଲି ବିବେଚନା କରନ୍ତି ଏବଂ ସେମାନଙ୍କର ଲୋକାଚାର ବିରୋଧରେ। କିନ୍ତୁ ଦ୍ରୁତଗତିରେ ପରିବର୍ତ୍ତିତ ହେଉଥିବା ଉଦ୍ୟୋଗୀ ବାତାବରଣ ସହିତ ଶିକ୍ଷା ପାଠ୍ୟକ୍ରମକୁ ପରିବର୍ତ୍ତିତ ପରିବେଶ ସହ ଖାପ ଖୁଆଇବା ଆବଶ୍ୟକ। ଆର୍ଥିକ ଶିକ୍ଷା ବିଷୟକୁ କାହାଣୀ ମାଧ୍ୟମରେ ପିଲାମାନଙ୍କୁ ସବୁଠାରୁ ଭଲ ଭାବେ ବୁଝାଇହେବ ଏବଂ ସେହି କାହାଣୀଗୁଡ଼ିକ ଆମର ଦୈନନ୍ଦିନ ଜୀବନ ସହିତ ସମ୍ବନ୍ଧିତ କରିବା ଦରକାର। ଧୀରେ ଧୀରେ ଏହା ପରିବାରର ମୂଲ୍ୟବୋଧର ଅଂଶ ଓ ପିଲାଙ୍କ ବ୍ୟକ୍ତିତ୍ୱର ଅଂଶ ହୋଇଯାଏ।
ଷ୍ଟାର୍ଟିଙ୍ଗ ପଏଣ୍ଟ ଭାବେ ଜଣେ ‘ଆବଶ୍ୟକତା ଏବଂ ଇଚ୍ଛା’ ଭଳି ଧାରଣାରୁ ବ୍ୟାଖ୍ୟା କରିହେବ।
ଏହାଦ୍ୱାରା ସେମାନେ ଅର୍ଥର ମୂଲ୍ୟ ବୁଝିପାରିବେ ଏବଂ ଅଯଥା ଖର୍ଚ୍ଚରୁ ରକ୍ଷା ପାଇପାରିବେ। ଦ୍ୱିତୀୟ ପରିକଳ୍ପନା ଯାହା ଆଲୋଚନା କରାଯାଇପାରେ ତାହା ହେଉଛି ‘ସଞ୍ଚୟ’ର ଅଭ୍ୟାସ। ସଞ୍ଚୟ କରିବା ମାନେ ଟଙ୍କାକୁ ଅଲଗା ରଖିବା ନୁହେଁ, ଏହାକୁ ସ୍ବଳ୍ପକାଳୀନ ଏବଂ ଦୀର୍ଘକାଳୀନ ଆର୍ଥିକ ଲକ୍ଷ୍ୟ ସହିତ ଯୋଡ଼ିବା ଉଚିତ। ଏକ ସାଧାରଣ ଉଦାହରଣ ହେଉଛି ନିଜ ମାତାପିତାଙ୍କ ପାଇଁ ବାର୍ଷିକୀ ଉପହାର କିଣିବା ପାଇଁ ଅର୍ଥ ସଞ୍ଚୟ କରିବା। କିଶୋରମାନଙ୍କ ପାଇଁ ‘ବିନିଯୋଗ’ର ମୂଳ କଥା ବୁଝିବା ହେଉଛି ମୌଳିକ ଲକ୍ଷ୍ୟ। ଆୟର ସ୍ରୋତ ପୁରସ୍କାର ରାଶିଠାରୁ ଆରମ୍ଭ କରି ଆତ୍ମୀୟଙ୍କ ସୌଜନ୍ୟମୂଳକ ଇଙ୍ଗିତରେ ଭିନ୍ନ ହୋଇପାରେ। ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ସମ୍ପତ୍ତି ସୃଷ୍ଟି କରିବା ଲାଗି ଏଭଳି ଆୟ ବିନିଯୋଗ କରିବା ଉଚିତ।
ପରିଶେଷରେ କହିବାକୁ ଗଲେ, ଯେହେତୁ ଆର୍ଥିକ ସାକ୍ଷରତା ଆନୁଷ୍ଠାନିକ ଶିକ୍ଷା ପାଠ୍ୟକ୍ରମର ଏକ ଅଂଶ ନୁହେଁ, ତେଣୁ ପରିବାର ସଦସ୍ୟଙ୍କ ଦାୟିତ୍ୱ ହେଉଛି ନିଜ ପିଲାଙ୍କୁ ଆର୍ଥିକ ସାକ୍ଷରତାର ମୌଳିକ ପରିକଳ୍ପନା ସମ୍ପର୍କରେ ଅବଗତ କରାଇବା। କିନ୍ତୁ ଯୋଗାଯୋଗକୁ ପିଲାଙ୍କ ଅନୁକୂଳ ଢଙ୍ଗରେ ଜଣାଇବା ଉଚିତ। ଆର୍ଥିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଜଟିଳତା ବୃଦ୍ଧି ପାଉଥିବାରୁ ଶିକ୍ଷା ବ୍ୟବସ୍ଥାରେ ଆର୍ଥିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ଆବଶ୍ୟକ। ସମାଜର ଢାଞ୍ଚାଗତ ପରିବର୍ତ୍ତନ ହେଉଛି, ବୈଷୟିକ ଜ୍ଞାନକୌଶଳର ସମନ୍ବୟ ମାଧ୍ୟମରେ ଉଦ୍ୟୋଗୀତା ଏହି ମହାନ୍‌ ଦେଶର ଯୁବବର୍ଗଙ୍କ ପାଇଁ ମାର୍ଗ ଦର୍ଶନ କରୁଛି। ଯେହେତୁ ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାବେ ଉଭା ହୋଇଛି, ତେଣୁ ଦକ୍ଷତା ବୃଦ୍ଧି ପୂର୍ବକ ‘ଜନସଂଖ୍ୟାଗତ ଲାଭ’ ହାସଲ କରିବା ଆବଶ୍ୟକ।
ପ୍ଲଟ୍‌ ନଂ. ୧୩୭, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ଓଡ଼ିଶା
ମୋ: ୯୯୬୭୧୦୨୨୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri