ଗୁଣାତ୍ମକ ଯାତ୍ରୀସେବାକୁ ପୂର୍ବତଟ ରେଳପଥର ଗୁରୁତ୍ୱ: ୧୦ ବର୍ଷରେ ୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଭାରତୀୟ ରେଳ ଯାତ୍ରୀ ପରିବହନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ରେଳପଥରେ ଗମନାଗମନ କରୁଥିବା ଯାତ୍ରୀଙ୍କୁ ଗୁଣାତ୍ମକ ମାନର ଯାତ୍ରୀସେବା ଯୋଗାଇଦେବାକୁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଯୋଜନା ଓ ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ ପୂର୍ବତଟ ରେଳପଥ ନେଟ୍‌ଓ୍ବର୍କରେ ଜାରି ରହିଥିବା ଯାତ୍ରୀସେବା ପୂର୍ବାପେକ୍ଷା ଯଥେଷ୍ଟ ଉନ୍ନତ ହୋଇଛି। ପୂର୍ବରୁ ଯାତ୍ରୀଙ୍କୁ ଦିଆଯାଉଥିବା ବେଡ୍‌ରୋଲ ସେଟ୍‌ଗୁଡିକର ମାନ ସନ୍ତୋଷଜନକ ଥିଲାବେଳେ ବର୍ତ୍ତମାନ ସମୟରେ ଦିଆଯାଉଥିତ୍ବା ବେଡ୍‌ରୋଲ ବେଶ୍‌ ଗୁଣାତ୍ମକ ଓ ପରିଷ୍କାର ପରିଚ୍ଛନ୍ନ ରହିଛି। କାରଣ ପୂର୍ବତଟ ରେଳପଥ ରେଳ ନେଟ୍‌ଓ୍ବର୍କରେ ବର୍ତ୍ତମାନ ଉନ୍ନତ ଲିଲେନ୍‌ ଓ୍ବାଶିଂ ସିଷ୍ଟମର ପ୍ରୟୋଗ ସହ ଯାତ୍ରୀମାନଙ୍କ ସ୍ବଚ୍ଛତା ଓ ଆରାମକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏପରିକି ଶୀତତାପ ନିୟନ୍ତ୍ରିତ କୋଚ୍‌ରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀ ପରିଷ୍କାର ପରିଚ୍ଛ୍ନନ୍ନତା ସହ ସ୍ବଚ୍ଛତା ଏବଂ ସୁପରିଚାଳିତ ଲିଲେନ୍‌ ଗ୍ରହଣ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତଟ ରେଳପଥ ଅଞ୍ଚଳରେ ବର୍ତ୍ତମାନ ୨୪୨୮ଏଲ୍‌ଏଚ୍‌ବି କୋଚ୍‌ ( ୧୩୨୭ ଏସି ଏବଂ ୧୧୦୧ ନନ୍‌-ଏସି କୋଚ୍‌) ସହ ୯୩୮ ଆଇସିଏଫ୍‌ କୋଚ ( ୨୩୯ ଏସି ଏବଂ ୬୯୯ ନନ୍‌-ଏସି କୋଚ୍‌)ର କୋଚ ଚଳାଚଳ କରୁଛି। ଏପରିକି ରେଳ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଶୀତତାପ ନିୟନ୍ତ୍ରିତ କୋଚ୍‌ରେ ଲିଲେନ୍‌ ରଖିବା ସହ ଯାତ୍ରୀମାନଙ୍କୁ (ଯାତ୍ରୀଙ୍କୁ ଦିଆଯାଇଥିବା ବେଡ୍‌ରୋଲ ସେଟ୍‌ରେ ୨ଟି ବେଡ୍‌ସିଟ୍‌, ଗୋଟିଏ କମ୍ବଳ, ଗୋଟିଏ ଫେସ୍‌ ଟାଓ୍ବେଲ, ଗୋଟିଏ ତକିଆ କଭର ଏବଂ ଗୋଟିଏ ତକିଆ) ପରିଷ୍କାର ଓ ତାଜା ସାମଗ୍ରୀ ଯୋଗାଇ ଦିଆଯାଉଛି। ସେହିପରି ଯାତ୍ରୀ ସେବାକୁ ଉନ୍ନତ କରିବା ପାଇଁ ରେଳପଥ ବର୍ତ୍ତମାନ ସତେଜ ଓ ପରିଷ୍କାର ବେଡ୍‌ରୋଲ ଯୋଗାଇଦେଉଛି। ପୂର୍ବରୁ ଦିଆଯାଇଥିବା କମ୍ବଳ ୩ ମାସରେ ଥରେ ବଦଳା ଓ ସଫା ହେଉଥିଲାବେଳେ ବର୍ତ୍ତମାନ ଏହା ପ୍ରତି ମାସରେ ଅତ୍ୟାଧୁନିକ ପ୍ରଣାଳୀରେ ସଫା କରିବା ସହ ବଦଳାଯାଉଛି। ଏପରିକି ଅତ୍ୟାଧୁନିକ ପ୍ରଣାଳୀରେ ବେଡ୍‌ରୋଲ ସାମଗ୍ରୀର ସଫେଇ ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ କରାଯାଉଛି।

ଭାରତୀୟ ରେଳପଥ କ୍ରମାଗତ ଭାବେ ମାନବ ସମ୍ବଳ (କର୍ମଚାରୀ ନିଯୁକ୍ତି ବୃଦ୍ଧି) ବୃଦ୍ଧି ଦିଗରେ କାର୍ଯ୍ୟ କରୁଛି। ଏପରିକି ୨୦୧୪ରୁ୨୪ ( ୨୦୧୪-୨୦୨୪ ବର୍ଷ) ମଧ୍ୟରେ ରେଳ ବୋର୍ଡ ମୋଟ ୫ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତ ଦେଇଥିବାବେଳେ ପୂର୍ବ ୧ ଦଶନ୍ଧି ମଧ୍ୟରେ (୨୦୦୪-୨୦୧୪ ବର୍ଷ) କେବଳ ୪ଲକ୍ଷ କର୍ମଚାରୀ ରେଳପଥରେ ନିଯୁକ୍ତି ପାଇଥିଲେ। ଏପରିକି ପୂର୍ବ ୧ ଦଶନ୍ଧି ତୁଳନାରେ ଭାରତୀୟ ରେଳପଥ ଦ୍ୱାରା ପ୍ରଦାନ କରାଯାଇଥିବା ନିଯୁକ୍ତିରେ ଏହା ୨୫% ମାନବ ସମ୍ବଳ ବୃଦ୍ଧି ହୋଇଛି ବୋଲି ରେଳବାଇ ବୋର୍ଡ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଭାରତୀୟ ରେଳପଥ ଇତିହାସରେ ପ୍ରଥମ ଥର ପାଇଁ ଏକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡର ସୂଚୀ ଅନୁଯାୟୀ ରେଳପଥର ସମସ୍ତ ଖାଲି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି କ୍ୟାଲେଣ୍ଡରର ଯୋଜନା ଅନୁଯାୟୀ ୨୦୨୪ ଫେବୃଆରୀରେ ମୋଟ ୧୮,୭୯୯ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ (ଏଏଲ୍‌ପି) ପଦବୀ ପାଇଁ ଘୋଷଣା କରାଯାଇଥିଲା। ଏପରିକି ଏଏଲ୍‌ପି ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ସାରା ଦେଶରେ ୫ଦିନ ଧରି କରାଯାଇଥିଲା। ଏହି ପରୀକ୍ଷା ମୋଟ ୨୯ ରାଜ୍ୟ, ୧୫୬ ସହର, ୩୪୬ କେନ୍ଦ୍ର ଏବଂ ୩ ଶିଫ୍ଟରେ ଅନୁଷ୍ଠିତ ହୋଇଥିଲା। ସେହିଭଳି କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) କଠୋର ତତ୍ତ୍ୱାବଧାନରେ କରାଯାଇଥିଲାବେଳେ ପ୍ରାର୍ଥୀଙ୍କ ସତ୍ୟତା ନିଶ୍ଚିତ କରିବାକୁ ୯୨% ପ୍ରାର୍ଥୀଙ୍କ ପାଇଁ ଆଧାର ଆଧାରିତ ପରିଚୟ ଯାଞ୍ଚ କରାଯାଇଥିଲା। ଏପରିକି ମୋଟ ୧୮,୭୯୯ ପଦବୀ ପାଇଁ ୧୮.୪ ଲକ୍ଷ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?