ଶିକ୍ଷାରେ ସୃଜନଶୀଳତାକୁ ଗୁରୁତ୍ୱ

ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଗରିବ ଓ୍ବାର୍କର୍ସ କଲୋନିରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା ବେଶ୍‌ ସ୍ମରଣୀୟ। ଦୁର୍ଗାପୁରରୁ ପାଠପଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ବହୁରାଷ୍ଟ୍ରୀୟ କମ୍ପାନୀରେ ଅଧିକାରୀ ଭାବେ କାର୍ଯ୍ୟକରି ସେ ଅନେକ ସଫଳତା ହାସଲ କରିଛନ୍ତି। ଏପରିକି କର୍ମମୟ ଜୀବନରେ ମଧ୍ୟ ସେ ବହୁ ସଫଳ ହୋଇଛନ୍ତି। ଜଣେ ମେଧାବୀ ଓ ଦକ୍ଷ ଇଞ୍ଜିନିୟରଙ୍କର ମନ କିନ୍ତୁ ଥିଲା ଜନ୍ମଭୂମିରେ କିଛି ଭିନ୍ନ କରିବା ପାଇଁ ଏବଂ ଆମେରିକାରେ ଥାଇ ମଧ୍ୟ ସେ ଆରମ୍ଭ କରିଥିଲେ ତାଙ୍କ ଯାତ୍ରାର ଅୟମାରମ୍ଭ। ବିଶେଷକରି ଦୀର୍ଘ ବର୍ଷର ଅଭିଜ୍ଞତା ଓ ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ଭୁବନେଶ୍ୱର ନିକଟ ଖୋର୍ଦ୍ଧାଠାରେ ଏକ ବିଶ୍ୱସ୍ତରୀୟ ବିଦ୍ୟାଳୟ କେ.ଟି. ଗ୍ଲୋବାଲ ସ୍କୁଲ ଜରିଆରେ ଆରମ୍ଭ ହେଲା ତାଙ୍କ ଭାବନାର ପ୍ରୟୋଗଶାଳା। ଭିନ୍ନ ଏକ ଚିନ୍ତାଧାରାରେ ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ବିଦ୍ୟାଳୟ ଚେୟାରମ୍ୟାନ ସୋମଦତ୍ତ ବେହୁରାଙ୍କ ସହ ଧରିତ୍ରୀର ବିଶେଷ ଆଲୋଚନା….

ପ୍ର-୧: ରାଜ୍ୟର ଅନ୍ୟ ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରୁ କେ.ଟି. ଗ୍ଲୋବାଲ ସ୍କୁଲ ଭିନ୍ନ କାହିଁକି?
ଉ- ରାଜ୍ୟରେ ଯେଉଁ କେତେକ ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି, ସେ ସମସ୍ତଙ୍କଠାରୁ ଆମେ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏକ ପ୍ରଥମ ଧରଣର ବିଦ୍ୟାଳୟ ଭାବେ କମ୍‌ ଦିନ ମଧ୍ୟରେ ବେଶ୍‌ ପରିଚିତ ହୋଇପାରିଛୁ। ବିଶେଷକରି ଅନ୍ୟ ସ୍କୁଲ ଭଳି ପାଠପଢ଼ା ଓ ଅନ୍ୟ କେତେକ କ୍ଷେତ୍ରରେ ଶିକ୍ଷା ଦିଆଯାଉଛି। ହେଲେ ଆମ ବିଦ୍ୟାଳୟରେ ପାଠପଢ଼ାଠାରୁ ଆରମ୍ଭକରି ସବୁ ପ୍ରକାର କ୍ଷେତ୍ରରେ ଭିନ୍ନତା ରହିଛି। ଏଠାରେ ଆମେ ପିଲାଙ୍କୁ ପରିପକ୍ୱ ଓ ସୃଜନଶୀଳତାର ଶିକ୍ଷା ଦେଇଥାଉ।

ପ୍ର-୨: ବର୍ତ୍ତମାନର ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ କିଭଳି ଦେଖୁଛନ୍ତି?
ଉ- ବର୍ତ୍ତମାନ ସମୟରେ ପିଲାଙ୍କଠାରୁ ଅଭିଭାବକ ବେଶି ବ୍ୟସ୍ତ ଓ ନମ୍ବର ପଛରେ ପଡ଼ିଛନ୍ତି। ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ସେହି ଅନୁଯାୟୀ ଅଗ୍ରସର ହେଉଛି। କାରଣ ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଭଲ ନମ୍ବର ଓ ବିଦ୍ୟାଳୟ ନାମକୁ ଆଗକୁ ନେବା ପାଇଁ ଦିନ ତମାମ ପରିଶ୍ରମ କରୁଛନ୍ତି। ଏପରିକି ପିଲା କିପରି ଅଧିକ ନମ୍ବର ପାଇବେ ସେ ବିଷୟରେ ଅଧିକ ଗୁରୁତ୍ୱାରୋପ କରାଯାଉଛି। ଶିକ୍ଷାର ମାନ ପରିବର୍ତ୍ତନ ହେବା ଆବଶ୍ୟକତା ରହିଛି ନ ହେଲେ ନମ୍ବର ଓ ନଁା ପଛରେ ଶିକ୍ଷାର ଗଭୀର ଭଣ୍ଡାର ଶେଷ ହୋଇଯିବ।

ପ୍ର-୩: ଜାତୀୟ ଶିକ୍ଷାନୀତିକୁ କିଭଳି ଦେଖୁଛନ୍ତି। ସେ ସମ୍ପର୍କରେ କ’ଣ କହିବେ?
ଉ- ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକ ଦିଗଗୁଡ଼ିକ ପରିବର୍ତ୍ତନ କରାଯିବା ସହ ପିଲାଙ୍କୁ ପ୍ରାଥମିକ ସ୍ତରରୁ ସୃଜନଶୀଳତାର ଶିକ୍ଷା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷାକୁ ସରଳୀକରଣ କରାଯାଇ ଛାତ୍ରୀଛାତ୍ରଙ୍କର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଯେପର୍ଯ୍ୟନ୍ତ ଯାଏ ତା’ର ପ୍ରଣୟନ କରାଯାଇ ନାହିଁ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନ କରିବା ମଧ୍ୟ ମନଗଢ଼ା ଭଳି ଲାଗିବ। ଏପରିକି ଶିକ୍ଷାକୁ ବହି ଖାତାରେ ସୀମିତ ନ ରଖି ପରିମଣ୍ଡଳ ପରି ବ୍ୟାପକ କରିଦେଲେ ପିଲାର ବିକାଶ ହୋଇପାରିବ।

ପ୍ର-୪: ଛାତ୍ରର ଦକ୍ଷତା ବିକାଶ ପାଇଁ କିଭଳି ପରିବେଶ ଆବଶ୍ୟକ?
ଉ- ମାଆ ପରେ ମାଉସୀ ପରି ଘର ପରେ ବିଦ୍ୟାଳୟ ହେଉଛି ପିଲାର (ଛାତ୍ରୀଛାତ୍ରଙ୍କର) ପ୍ରାଥମିକ ଶିକ୍ଷା ବୃଦ୍ଧିର ପ୍ରୟୋଗଶାଳା ଭାବେ ପରିଗଣିତ ହୋଇଥାଏ। ହେଲେ ପିଲାର ଆବଶ୍ୟକତାକୁ ଠିକ୍‌ ଭାବେ ଚିହ୍ନଟକରି ତା’ର ଦକ୍ଷତା ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ, ଯାହା ଘରଠାରୁ ବିଦ୍ୟାଳୟରେ ଅଧିକ ମିଳିଥାଏ। କାରଣ ଘର ଅପେକ୍ଷା ବିଦ୍ୟାଳୟରେ ପିଲାର ସୃଜନଶୀଳତା ଅଧିକ ବୃଦ୍ଧି ଘଟିଥାଏ। ବିଶେଷକରି ସେ ଏକ ବୃହତ୍‌ ପରିବେଶ ଓ ବାତାବରଣରେ ସମୟ ଅତିବାହିତ କରିଥାଏ। ଫଳରେ ବିଦ୍ୟାଳୟ ପରିବେଶ ସେହି ଅନୁଯାୟୀ ପ୍ରସ୍ତୁତ ହେବା ଆବଶ୍ୟକ।

ପ୍ର-୫: ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ଆଗକୁ ବଢ଼ିବା ପାଇଁ କ’ଣ କରିବେ?
ଉ- ପ୍ରତିଯୋଗିତା ମଇଦାନରେ ହୋଇଥାଏ। ହେଲେ ବିଦ୍ୟାଳୟରେ ପ୍ରତିଯୋଗୀ ଚୟନ କରାଯାଇଥାଏ। ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ଖାଲି ଯେ ଭଲ ନମ୍ବର ଓ ବଡ଼ ବଡ଼ କ୍ୟାମ୍ପସ କରିଦେଲେ ହେବ ନାହିଁ, ସେଥିପାଇଁ ସ୍ବତନ୍ତ୍ର ପଥ ନିର୍ଣ୍ଣୟ କରିବାକୁ ପଡ଼ିବ। ସଫଳତା ପାଇବା ଓ ଆଗକୁ ବଢ଼ିବା ପାଇଁ ହେଲେ ପିଲାର ବିକାଶ ଓ ସୃଜନଶୀଳତାର ଅଭିବୃଦ୍ଧି ପାଇଁ ସେହି ଅନୁସାରେ ପରିବେଶ ସହ ପ୍ରତିଷ୍ଠାନର ବ୍ୟବସ୍ଥାକୁ ମଧ୍ୟ ଆଦରିନେବାକୁ ହେବ।

ପ୍ର-୬: ଆଗାମୀ ଯୋଜନା କ’ଣ ରହିଛି?
ଉ- କାଲିକୁ କେହି ଦେଖିନାହାନ୍ତି, ହେଲେ କାଲି ପାଇଁ ସ୍ବପ୍ନ ଦେଖିବା ମନା ନାହିଁ। ଏଭଳି ଏକ ଯୋଜନା ପଥରେ ଅଗ୍ରସର ହେଉଛି। ପିଲାଙ୍କ ଜରିଆରେ ପରିବର୍ତ୍ତନ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଶିକ୍ଷା ସାଙ୍ଗକୁ ଆବଶ୍ୟକ କଳାକୌଶଳକୁ କିଭଳି ପିଲା ଠିକ୍‌ ବାଟରେ ପ୍ରୟୋଗ କରିବେ, ସେ ନେଇ ମଧ୍ୟ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଗାମୀ ଦିନରେ ତାହା ଏକ ବୃହତ୍‌ ଫଳାଫଳ ଦେବ ବୋଲି ଆଶା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri