ଭାରତରେ ଆମଦାନୀ ଶୁଳ୍କ ଅତ୍ୟଧିକ:ମର୍ସିଡିଜ

ନୂଆଦିଲ୍ଲୀ,୨୦।୯ ଆମଦାନୀ ହେଉଥିବା କାର୍‌ଗୁଡିକ ଉପରେ ଭାରତ ସରକାର ଅତ୍ୟଧିକ ଟିକସ ଲାଗୁ କରୁଛନ୍ତି। ଏହା କମ୍ପାନୀଗୁଡ଼ିକ ଲାଗି ଅଡୁଆ ସୃଷ୍ଟି କରିଛି ବୋଲି ପ୍ରମୁଖ ବିଳାସପୂର୍ଣ୍ଣ କାର୍‌ ନିର୍ମାତା ମର୍ସିଡିଜ ବେଞ୍ଜ ସୋମବାର କହିଛି। ଭାରତ ସରକାର ଟିକସ କମାନ୍ତୁ ବୋଲି ନିକଟରେ ଟେସ୍‌ଲା ନିବେଦନ କରିଥିଲା। ଏଭଳି ପ୍ରସଙ୍ଗ ଉଠାଇବା କ୍ଷେତ୍ରରେ ମର୍ସିଡିଜ ଭଳି ଆଉ ଏକ ବିଦେଶୀ କମ୍ପାନୀ ଯୋଡ଼ିହୋଇଛି। ସରକାର ଅତ୍ୟଧିକ ଟିକସ ଲଗାଉଥିବାରୁ ଆମେରିକା କିମ୍ବା ବିଶ୍ୱର ଅନ୍ୟ ବଜାର ତୁଳନାରେ ଭାରତରେ ଯାନଗୁଡିକ ୨ ଗୁଣ ଅର୍ଥ ଦେଇ ଗ୍ରାହକଙ୍କୁ କିଣିବାକୁ ପଡୁଛି ବୋଲି କମ୍ପାନୀ କହିଛି।
ବେଞ୍ଜ ଇଣ୍ଡିଆର ଏମ୍‌ଡି ମାର୍ଟିନ ସ୍ବେଙ୍କ କହିଛନ୍ତି, ଭାରତରେ ଆମଦାନୀ ଟିକସ ଅଧିକ ରହୁଛି। ଏହାକୁ ତ୍ୱରିତ ଭିତ୍ତିରେ କମାଇବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ନୂଆ କାର୍‌ ପାଇଁ ବଜାର ଖୋଲି ପାରିବ। ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ମଧ୍ୟ ଭାରତରେ ଏହାଦ୍ୱାରା ପ୍ରଚଳନ କରାଇବା ସହଜ ହେବ। ଇଲେକ୍ଟ୍ରିକ ସମେତ ସମସ୍ତ ଟେକ୍ନୋଲୋଜିକୁ ସ୍ଥାନୀୟକରଣ କରିବା ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ସରକାର ଏହି କଥା ମନେରଖିବା ଆବଶ୍ୟକ। କାରଣ ଭାରତରେ ବିକ୍ରିର ସ୍ତର ଏବେ ମଧ୍ୟ କମ୍‌ ରହିଛି। ଟିକସ ହାର ଉଚ୍ଚରେ ରହିଲେ ନୂଆ ଗ୍ରାହକ ଯୋଡ଼ିବା କଷ୍ଟକର ବୋଲି ସେ ମତ ରଖିଛନ୍ତି। ଉଲ୍ଳେଖଯୋଗ୍ୟ, ଟେସ୍‌ଲାର ପ୍ରତିଷ୍ଠାତା ଏଲନ ମସ୍କ ଉଚ୍ଚ ପରିମାଣର ଟିକସ ନେଇ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଇ-ଯାନ ନୁହେଁ ସବୁ ବର୍ଗର ହାଇ ଟେକ୍ନୋଲୋଜି ଏବଂ ଲକ୍‌ଜ୍ୟୁରି ପ୍ରଡକ୍ଟ ଉପରେ ଟିକସ ହ୍ରାସ ଦାବିକୁ ସମର୍ଥନ ଜଣାଉଥିବା ସ୍ବେଙ୍କ କହିଛନ୍ତି। ଗତ ଜୁଲାଇରେ ଟୁଇଟ ଯୋଗେ ଏଲନ ମସ୍କ କହିଥିଲେ, ଟେସ୍‌ଲା ଭାରତରେ ଫ୍ୟାକ୍ଟ୍ରି ବସାଇବା ଲାଗି ପ୍ରସ୍ତୁତ ଅଛି। ମାତ୍ର ପ୍ରଥମେ ଭାରତ ସରକାର ଆମଦାନୀ ଟିକସ କ୍ଷେତ୍ରରେ ଭାରତ କିଛିଟା ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱରେ ସବୁଠାରୁ ଅଧିକ ପରିମାଣରେ ଟିକସ ଲାଗୁ କରୁଛି। ଯଦି ଟେସ୍‌ଲା ଭାରତକୁ ଯାନ ଆମଦାନୀ କରିବାକୁ ସକ୍ଷମ ହୁଏ ତେବେ ଏଠାରେ ଫ୍ୟାକ୍ଟ୍ରି ବସାଇବା ମଧ୍ୟ ସହଜ ହେବ। ବର୍ତ୍ତମାନ ୪୦ ହଜାର ଡଲାରରୁ ଊର୍ଦ୍ଧ୍ୱ ମୂଲ୍ୟର କାର୍‌ଗୁଡିକ ଉପରେ ଭାରତ ଏବେ ୧୦୦% ଟିକସ ଲାଗୁ କରୁଛି। ସ୍ବେଙ୍କ ପୁଣି କହିଛନ୍ତି, ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ବଜାରରେ ଏଭଳି ନୀତି ଆଗକୁ ବଢ଼ିବାରେ ଅତ୍ୟନ୍ତ କଷ୍ଟକର। ଅନ୍ତର୍ଜାତୀୟ ବଜାରରେ ମାତ୍ର ୧୦% ଟିକସ ଲାଗୁ ହେଉଛି। ଭାରତ ସରକାର ଅତ୍ୟଧିକ ଟିକସ ଲାଗୁ କରୁଥିବାରୁ ଏହାଦ୍ୱାରା ଗ୍ରାହକଙ୍କୁ ଜରିମାନା ଦେବା ଭଳି ସ୍ଥିତି ଉପୁଜୁଛି। ଭାରତରେ ଲୋକମାନେ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି ସମାନ କାର୍‌ ଲାଗି ଆମେରିକାର ଲୋକ ଅଧା ଅର୍ଥ ଦେଉଛନ୍ତି। ଭାରତରେ ଟିକସ ବୋଝ ଅଧିକ ରହୁଛି। ଫଳରେ ଏହା ଅଭିବୃଦ୍ଧି କ୍ଷେତ୍ରରେ ବାଧକ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri