ବ୍ରହ୍ମପୁରରେ ଷ୍ଟୋର ଖୋଲିବ ଅରୁନ୍ଧତୀ

ଭୁବନେଶ୍ୱର,୨୧।୯ ରାଜ୍ୟର ଏକ ପ୍ରତିଷ୍ଠିତ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ୪ର୍ଥ ବାର୍ଷିକ ଉସତ୍ବ ନିରାଡମ୍ବର ସହକାରେ ପାଳନ କରାଯାଇଛି। ଏହି ଅବସରରେ ଅରୁନ୍ଧତୀ ତା’ର ଅଗଣିତ ଗ୍ରାହକଙ୍କ ପାଇଁ ‘ବିଗ୍‌ ଆନିଭରସାରି ଅଫର’ ମଧ୍ୟ ପ୍ରଦାନ କରୁଛି। ଶତ ପ୍ରତିଶତ ବିଆଇଏସ୍‌ ସାର୍ଟିଫାଏଡ୍‌ ୯୧.୬ ହଲ୍‌ମାର୍କ ସୁନା ଅଳଙ୍କାରର ସୁନ୍ଦର କାରୁକାର୍ଯ୍ୟ ଉପରେ ପ୍ରତିଷ୍ଠାନ ୪୯୯ ଟଙ୍କାର ଫ୍ଲାଟ୍‌ ରିହାତି ଗ୍ରାହକମାନଙ୍କୁ ପ୍ରଦାନ କରୁଛି। ଏହି ଅଫର ସେପ୍ଟେମ୍ବର ୨୦ରୁ ୩୦ ପର୍ଯ୍ୟନ୍ତ ପ୍ରତିଷ୍ଠାନର ବିଭିନ୍ନ ସ୍ଥାନରେ ଥିବା ୫ଟି ଶୋ’ରୁମ୍‌ରେ ଉପଲବ୍ଧ ବୋଲି ଅରୁନ୍ଧତୀ ପକ୍ଷରୁ କୁହାଯାଇଛି। ସେହିଭଳି ଏହି ସମୟରେ ପ୍ରତି ହୀରା ଗହଣା (ଡାଇମଣ୍ଡ) କାରବାର ଉପରେ ୨୦% ପର୍ଯ୍ୟନ୍ତ ରିହାତି ଏବଂ ରୁପା ଗହଣାର ଗଢ଼ାମୂଲ୍ୟ ଉପରେ ୫୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏ ସମ୍ପର୍କରେ ଅରୁନ୍ଧତୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଗ୍ରାହକ ୫ଷ୍ଟାର ପ୍ରମିଜ ଦ୍ୱାରା ସୁନାଗହଣା ଉପରେ ଲାଇଫ୍‌ ଟାଇମ ମାଗଣା ରିପେୟାରଂ ସେବା ତଥା ସୁନାଗହଣା ଉପରେ ମାଗଣା ବୀମା ସହିତ ସୁନାର ମାନ ଓ ଶୁଦ୍ଧତା ଯାଞ୍ଚ କରାଯାଉଛି। ଗ୍ରାହକଙ୍କୁ ପୁରୁଣା ଗହଣାର ଉଚିତ ମୂଲ୍ୟ ଯୋଗାଇଦେବା ପାଇଁ ଗୋଲ୍ଡ ଟେଷ୍ଟିଂ ମେଶିନ ଭଳି ସୁବିଧା ରହିଛି। ପ୍ରତି ଗହଣା କ୍ରୟ ଉପରେ ଶୋ’ରୁମ୍‌ ପକ୍ଷରୁ ଉପହାର ପ୍ରଦାନ କରାଯାଉଥିବା ମେହେର ସୂଚନା ଦେଇଛନ୍ତି। ସେହିପରି ଆଗାମୀ ପାର୍ବଣରେ ଅରୁନ୍ଧତୀ ବ୍ରହ୍ମପୁର ସହରରେ ଆଉ ଏକ ନୂତନ ଫ୍ଲାଗ୍‌ଶିପ୍‌ ଷ୍ଟୋରର ଶୁଭାରମ୍ଭ ସହ ଆକର୍ଷଣୀୟ ଅଫର ଗ୍ରାହକଙ୍କ ପାଇଁ ଆଣିଦେବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri