କେନ୍ଦ୍ର ସରକାର ସ୍ବାମୀନାଥନ କମିଟି ସୁପାରିସ ଲାଗୁ କରନ୍ତୁ: କୃଷି ମନ୍ତ୍ରୀ

ଭୁବନେଶ୍ୱର,୨୫/୨(ବ୍ୟୁରୋ):ଏମ୍‌.ଏସ୍‌. ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ନିର୍ଦ୍ଧାରଣ କରିବା ଆବଶ୍ୟକ। ବୁଧବାର ବିଧାନସଭା ପ୍ରଶ୍ନ କାଳରେ ବିଜେଡି ସଭ୍ୟ ଅମର ଶତପଥୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି, କମିଶନ ଫର୍‌ ଏଗ୍ରିକଲଚର ଆଣ୍ଡ କଷ୍ଟ୍‌ ପ୍ରାଇସେସ୍‌(ସିଏସିପି) କୃଷିଜାତ ଦ୍ରବ୍ୟଗୁଡିକର ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି। ଏଥିପାଇଁ ରାଜ୍ୟର ମତାମତ ଲୋଡ଼ିଥାନ୍ତି। ମାତ୍ର ଏମ୍‌ଏସ୍‌ପି ଧାର୍ଯ୍ୟ କଲାବେଳେ ଜାତୀୟ ସ୍ତରର ଉତ୍ପାଦନକୁ ଦେଖି ମୂଲ୍ୟ ଧାର୍ଯ୍ୟ କରନ୍ତି। ଯଦ୍ଦ୍ବାରା ଓଡ଼ିଶାର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ରାଜ୍ୟରେ ଚାଷୀଙ୍କର ଧାନ କୁଇଣ୍ଟାଲ ପିଛା ୨୩୪୪ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ଧାର୍ଯ୍ୟ ହୋଇଥ୍‌ତ୍ଲା। ୨୦୧୭ ମାର୍ଚ୍ଚ ୨୫ରେ ସର୍ବସମ୍ମତି କ୍ରମେ ଏ ନେଇ ଏକ ସଂକଳ୍ପ ପାରିତ ହୋଇଥିଲା। ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ମାତ୍ର ସେ ଦିଗରେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ପାରିବାରୁ ରାଜ୍ୟର ଚାଷୀ କ୍ଷତିିଗ୍ରସ୍ତ ହେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।