ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ୨୦୨୬ ଉଦ୍‌ଯାପିତ, କଳାହାଣ୍ଡିର ଦେବେନ୍ଦ୍ର ନାଏକ…

ବଲାଙ୍ଗୀର,୧।୩( ସୁନିଲ କୁମାର ମହାନ୍ତି): କଳିଙ୍ଗ ବଡି ବିଲଡିଂ ଆସୋସିଏସନ ବଲାଙ୍ଗିର ଜିଲା ଶାଖା ତରଫରୁ ଆୟୋଜିତ ହୋଇଥିବା ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଯାପନ ହୋଇଯାଇଛି । ଏହି ଚମ୍ପିୟାନସିପ୍ ରାଜ୍ୟର ୧୯ଟି ଜିଲ୍ଲାର ୧୨୫ ଜଣ ଖେଳାଳି ୭ଟି ଓଜନ ବିଭାଗ, ପୁରୁଷ ଫିଡିକରେ ଦୁଇଟି ବିଭାଗ ଓ ମାଷ୍ଟର କେଟାଗୋରିରେ ଗୋଟିଏ ବିଭାଗ ସହ ମହିଳା ବିଭାଗରେ ମଧ୍ୟ ପ୍ରତିଯୋଗିତା ହୋଇଥିଲା । ଜାତୀୟ ସ୍ତର ବିଚାରକ ସନ୍ତୋଷ ମହାନ୍ତି, ବାଳକୃଷ୍ଣ ବାଗ, ଏମ୍‌.କେ. ସ୍ୱାଇଁ ଓ ଅମିତାବ ପରିଡାଙ୍କ ଦ୍ୱାରା ଗଠିତ ହୋଇଥିବା ବିଚାରକ ମଣ୍ଡଳି ପ୍ରତିଯୋଗୀମାନଙ୍କର ପ୍ରଦର୍ଶନକୁ ଆକଳନ କରିଥିଲେ ।

ଏହି ପ୍ରତିଯୋଗିତାରେ ପୁରୁଷ ଚମ୍ପିୟାନ ଅଫ୍ ଚମ୍ପିୟାନ ଟ୍ରଫି କଳାହାଣ୍ଡିର ଦେବେନ୍ଦ୍ର ନାଏକ ହାସଲ କରିଥିବା ବେଳେ ମହିଳା ବିଭାଗରେ ସମ୍ବଲପୁରର ଉର୍ମିଳା ବେହେରା ଚମ୍ପିୟାନ ଅଫ୍ ଚମ୍ପିୟାନ ଅଖ୍ୟା ହାସଲ କରିଥିଲେ । ଦିନ ତମାମ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ମେନ୍ ଫିଜିକ୍ ବିଭାଗରେ ଯାଜପୁରର ଲକ୍ଷ୍ମୀଧର ସାହୁ ପ୍ରଥମ, ବଲାଙ୍ଗିରର ଅଭିଷେକ ବିଭାର ଦ୍ୱିତୀୟ, କଟକର ବିଷ୍ଣୁ ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ମେନ୍ ଫିଜିକ୍ ଟଲ କେଟାଗୋରିରେ ସମ୍ବଲପୁରର ତରୁଣ ମହାକୁର ପ୍ରଥମ, ରାୟଗଡା ର ଡି.ଭେଙ୍କଟ ପ୍ରସାଦ ଦ୍ୱିତୀୟ, ଭଦ୍ରକର ଦିପକ କୁମାର ଦାଶ ତୃତୀୟ ସ୍ଥାନ ହାସଲ କରିଥିଲେ । ମହିଳା ବିଭାଗରେ ସମ୍ବଲପୁରର ଉର୍ମିଳା ବେହେରା ପ୍ରଥମ, ବଲାଙ୍ଗୀରର ଶିବାନୀ ନାଏକ ଦ୍ୱିତୀୟ, ସମ୍ବଲପୁରର ପୂଜା ଗୁପ୍ତା ତୃତୀୟ, ରାୟଗଡାର ସସ୍ମିତା ମାଝି ଚତୁର୍ଥ ଏବଂ ନୂଆପଡାର ଯାଜ୍ଞସେନି ପଣ୍ଡା ପଂଚମ ସ୍ଥାନ ଅଧିକାର କରିଥିଲେ ।

ଠିକ୍ ସେହିପରି ୫୫ କେଜିିରୁ କମ୍ ଓଜନ ବର୍ଗରେ ପୁରୀର ଆଦିତ୍ୟ ନାରାୟଣ ରଣା ପ୍ରଥମ, ସମ୍ବଲପୁରର ଅକ୍ଷୟ କୁମ୍ଭାର ଦ୍ୱିତୀୟ, ଝାରସୁଗୁଡାର ଆଶୁ କୁମାର କେଶରି ତୃତୀୟ ସ୍ଥାନ ହାସଲ କରିଥିଲେ । ୬୦ କେଜିରୁ କମ୍ ବୟସ ବର୍ଗରେ କଳାହାଣ୍ଡିର ଦେବେନ୍ଦ୍ର ନାଏକ ପ୍ରଥମ, କେନ୍ଦ୍ରାପଡାର ତନମୟ ସାହୁ ଦ୍ୱିତୀୟ ଓ ବଲାଙ୍ଗୀରର ଅଭିଷେକ ବିଭାର ତୃତୀୟ ସ୍ଥାନ ହାସଲ କରିଥିଲେ । ୬୫ କେଜିରୁ କମ୍ ଓଜନ ବର୍ଗରେ ଯାଜପୁରର ଚନ୍ଦନ ବିଶ୍ୱାଲ ପ୍ରଥମ, ବଲାଙ୍ଗୀରର ବୁଲୁ ବାଗ ଦ୍ୱିତୀୟ, ସମ୍ବଲପୁରର ଜୟନ୍ତ ବାଗ ତୃତୀୟ ସ୍ଥାନ ହାସଲ କରିଥିଲେ । ୭୦ କେଜିରୁ କମ୍ ଓଜନ ବର୍ଗରେ ପୁରୀର ବିଜୟ ବଡପଣ୍ଡା ପ୍ରଥମ, ରାୟଗଡାର ଡି.ଭେଙ୍କଟପ୍ରସାଦ ଦ୍ୱିତୀୟ, କଟକର ସାଗର ସ୍ୱାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ । ୭୫ କିଜିରୁ କମ୍ ଓଜନ ବର୍ଗରେ ସମ୍ବଲପୁରର ପ୍ରକାଶ ସିଂ ପ୍ରଥମ, ଯାଜପୁରର ଲକ୍ଷ୍ମୀଧର ସାହୁ ଦ୍ୱିତୀୟ, ବଲାଙ୍ଗିରର ଗଣେଷ ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିଲେ ।

ଠିକ୍ ସେହିପରି ୭୫ କେଜିରୁ ଉର୍ଦ୍ଧ୍ୱ ଓଜନ ବର୍ଗରେ ସମ୍ବଲପୁରର ଶଙ୍କର ମେହେର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଖୋର୍ଦ୍ଧାର ରଘୁ ମାରାଣ୍ଡି ଦ୍ୱିତୀୟ ସ୍ଥାନ ଏବଂ ଯାଜପୁରର ମାନସ କୁମାର ବାରିକ ତୃତୀୟ ସ୍ଥାନ ହାସଲ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବଲାଙ୍ଗୀରର ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର, ଶିକ୍ଷାବିତ ସକିର୍ତ୍ତନ ବାଗ, ଅର୍ଜୁନ ଦିପ, କୃଷ୍ଣ ଚନ୍ଦ୍ର ପାତ୍ର, ଗୋପାଳ କୃଷ୍ଣ ବାଗ, କେବିବିଏର ରାଜ୍ୟ ସଂପାଦକ ସନ୍ତୋଷ ମହାନ୍ତି, ଆୟଜନ କମିଟି ସଂପାଦକ ବାଳକୃଷ୍ଣ ବାଗ ପ୍ରମୁଖ କୃତି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଭରଟେକ୍ ହେଲା କାଳ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଅପରାହ୍ନ ପ୍ରାୟ…

ମାଓବାଦୀ ଅନ୍ବେଷଙ୍କୁ ସାଥୀ ମାଓବାଦୀଙ୍କ ହତ୍ୟା: ମୃତଦେହ ନେଲେ ପରିବାର ଲୋକେ

ଦାରିଙ୍ଗବାଡ଼ି,୧ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ପକାରୀ ଜଙ୍ଗଲରେ ମାଓବାଦୀ ଅନ୍ବେଷଙ୍କୁ ସାଥୀ ମାଓବାଦୀ ହତ୍ୟା ଘଟଣା ପରେ ରବିବାର ଦାରିଙ୍ଗବାଡ଼ି ପୋଲିସ ବ୍ରହ୍ମପୁର ଏମ୍‌କେସିଜି ପରୀକ୍ଷା…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ଟାୱାର ମାଳମାଳ ହେଲେ ନେଟୱର୍କ ଦୁର୍ବଳ, 5G ଯୁଗରେ ହନ୍ତସନ୍ତ ଲୋକେ

ନନ୍ଦପୁର,୧।୩(ତୁଷାର କାନ୍ତ ମହାନ୍ତି): ମାର୍ଚ୍ଚ ମାସର ପ୍ରଥମଦିନରେ ଦୁର୍ବଳ ନେଟୱର୍କ ସେବା ଜନ ଜୀବନକୁ ପ୍ରଭାବିତ କରିଛି। ଶନିବାର ସକାଳୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର…

ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଲେ ଲୁଟେରା ଗ୍ୟାଙ୍ଗ: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା/ଆଳି,୧ା୩(ଜଗନ୍ନାଥ ଧଳ/ବନମାଳୀ ସେନାପତି): ଆଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ଲୁଟେରା ଗ୍ୟାଙ୍ଗ ସିରିଜ ଲୁଟ୍‌ କରିବା ସହ ଜଣେ ବ୍ୟବସାୟୀଙ୍କ ଘରେ ଓ ଅଫିସରେ…

ହୋଟେଲ ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସରକାରୀ ସୁବିଧା ମିଳୁନାହିଁ 

ଭଞ୍ଜନଗର,୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଛୋଟରୁ ବଡ ହୋଟେଲ ଖୋଲୁଛି। କିନ୍ତୁ ଉକ୍ତ ହୋଟେଲଗୁଡ଼ିକର ଖାଦ୍ୟ ନିୟମିତ…

ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ପଛରେ ଏହିମାନେ, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧।୩: ରାଜଧାନୀରେ ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଗିରଫ ହୋଇଛନ୍ତି। ଜଣେ ଯବାନ ଓ ତାଙ୍କର ୨ ପୁତୁରାଙ୍କୁ କମିଶନରେଟ…

ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଲେ ପ୍ରଭାତ ବିଶ୍ୱାଳ, ସେଦିନ ପ୍ୟାରୀଙ୍କ ଘରେ କ’ଣ ସବୁ ହୋଇଥିଲା କହି…

ଭୁବନେଶ୍ୱର,୧ା୩: ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ମିଡ୍‌ ନାଇଟ୍‌ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍‌ ଚର୍ଚ୍ଚିତ। କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri