ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଲେ ପ୍ରଭାତ ବିଶ୍ୱାଳ, ସେଦିନ ପ୍ୟାରୀଙ୍କ ଘରେ କ’ଣ ସବୁ ହୋଇଥିଲା କହି…

ଭୁବନେଶ୍ୱର,୧ା୩: ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ମିଡ୍‌ ନାଇଟ୍‌ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍‌ ଚର୍ଚ୍ଚିତ। କାରଣ ଏହି ଦିନ ଗୋପନୀୟ ଭାବେ ଷଡ଼ଯନ୍ତ୍ର  ଚଳାଇ ଦଳକୁ ଭାଙ୍ଗିବା, ନେତାଙ୍କୁ ବିଭାଜନ କରିବା, ଦଳର ନେତୃତ୍ୱକୁ ଦୁର୍ବଳ କରିବାର ଚେଷ୍ଟା କରାଯାଇଥିଲା।

୨୦୧୨ର ମିଡ୍‌ ନାଇଟ୍‌ ଅପରେଶନ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ବର୍ଗତଃ ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ୱରେ କରାଯାଇଥିଲା। ନବୀନ ସେତେବେଳେ ନିଜେ ଏହାକୁ ‘midnight plot to dethrone me’ ବୋଲି କହିଥିଲେ। ନବୀନ ପଟ୍ଟନାୟକ ସେହିଦିନ ପ୍ୟାରୀଙ୍କୁ ଦଳରୁ ବିତାଡ଼ିତ କରିଥିଲେ।

ଏବେ ସେହି ଦିନର ଭିତିରି କଥା କହିଛନ୍ତି ପ୍ରଭାତ। ସେଦିନ ରାତି ଓ ପୂର୍ବ କିଛିଦିନର ଘଟଣାବଳୀ ବି କହିଛନ୍ତି। ପ୍ରଭାତ କହିଛନ୍ତି, ମୋତେ ଅତନୁ ସବ୍ୟସାଚୀ ନାୟକ ଘରକୁ ଡାକି ଖାଇବାକୁ ଦେଲେ। ସେତେବେଳକୁ ପ୍ରଣବ ପ୍ରକାଶ ଦାସ, ସାରଦା ନାୟକ ପହଞ୍ଚି ସାରିଥିଲେ। ବିଭୂତି ବଳବନ୍ତରାୟ ଓ ରାଜୁ ବାବୁ ମଧ୍ୟ ପହଞ୍ଚି ସାରିଥିଲେ। ସେଦିନ କିଏ କାହାକୁ କ’ଣ କହିଥିଲେ ତାହାର ରେକର୍ଡ ମୋ ପାଖରେ ରହିଛି। ସ୍ବର୍ଗତଃ ପ୍ୟାରୀ ବାବୁ ଓ ତାଙ୍କ ସ୍ତ୍ରୀ ଶପଥ କରାଇଥିଲେ ପ୍ରକାଶ ନ କରିବାକୁ। ତେଣୁ ଆଜି ପର୍ଯ୍ୟନ୍ତ ମୁଁ ଚୁପ୍‌ ରହି ଆସିଥିଲି। ଖଇରିଆ ପୋଷାକ ପିନ୍ଧାଇବା ପାଇଁ ୨ ପୂର୍ବତନ ମନ୍ତ୍ରୀ, ଦେବାଶିଷ ହିଁ ଦାୟୀ ବୋଲି ପ୍ରଭାତ କହିଛନ୍ତି। ସେ ଆହୁରି ମଧ୍ୟ ଏକ ବଡ଼ କଥା କହିଛନ୍ତି। ଅତନୁ ଓ ବବି ଦଳ ପାଇଁ ରାତି ଅନିଦ୍ରା ହୋଇ ନାହାନ୍ତି ବରଂ ସେ ନିଜେ ହୋଇଥିବା କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri