ସିନେଟରେ ମହାଭିଯୋଗ ବିଚାର

ଓ୍ବାଶିଂଟନ,୧୧ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମଙ୍ଗଳବାର ସିନେଟରେ ମହାଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍‌ ଘଟାଇଥିବା ବଡ଼ ଅପରାଧ ନେଇ ଉଚ୍ଚ ସଦନରେ ବିଚାର ଚାଲିଛି। ସିନେଟରେ ଉଭୟ ପକ୍ଷଙ୍କ ପଲା ସମାନ ଥିବାରୁ ବର୍ତ୍ତମାନର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।
୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାନୁୟାରୀ ୨୦ରେ ହ୍ବାଇଟ୍‌ ହାଉସ୍‌ ଛାଡ଼ିଥିଲେ। ଏହା ପୂର୍ବରୁ ନଭେମ୍ବର ୩ ନିର୍ବାଚନ ଫଳକୁ ସେ ଅସ୍ବୀକାର କରିଥିଲେ। ଜାନୁୟାରୀ ୬ରେ କ୍ୟାପିଟୋଲ୍‌ ହିଲ୍‌ ଦଙ୍ଗା ଭିଆଇ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବା ଭଳି ସଙ୍ଗିନ ଅଭିଯୋଗ ୭୪ ବର୍ଷୀୟ ରିପବ୍ଲିକାନ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ରହିଛି। ଏହି ହିଂସାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ପ୍ରାଣହାନି ଘଟିଥିଲା। ଟ୍ରମ୍ପ୍‌ ହେଉଛନ୍ତି ଆମେରିକା ଇତିହାସର ପ୍ରଥମ ରାଷ୍ଟ୍ରପତି, ଯାହାଙ୍କ ବିରୋଧରେ ଦୁଇଥର ମହାଭିଯୋଗ ଆସିଛି। ସେହିପରି ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପରେ ମହାଭିଯୋଗକୁ ସାମ୍ନା କରିବାରେ ମଧ୍ୟ ସେ ପ୍ରଥମ ରାଷ୍ଟ୍ରପତି।
୧୩ରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ବିତର୍କ ପରେ ମତଦାନ ହୋଇଥିଲା। ମହାଭିଯୋଗକୁ ୨୩୨ ସଦସ୍ୟ ସମର୍ଥନ କରିଥିବାବେଳେ ପ୍ରସ୍ତାବ ବିରୋଧରେ ୧୯୭ ଜଣ ଭୋଟ ଦେଇଥିଲେ। ଟ୍ରମ୍ପ୍‌ଙ୍କ ବିରୋଧରେ ଭୋଟ ଦେଇଥିବା ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ତାଙ୍କ ରିପବ୍ଲିକାନ୍‌ ପାର୍ଟିର। ଇତିମଧ୍ୟରେ ଡେମୋକ୍ରାଟ୍‌ ନେତା ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ପଦରେ ଆସୀନ ହୋଇସାରିଛନ୍ତି। ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମହାଭିଯୋଗ ସପକ୍ଷରେ ଦୁଇ-ତୃତୀୟାଂଶ ଅର୍ଥାତ୍‌ ୬୭ ଭୋଟ ଆବଶ୍ୟକ। ଏଥିଲାଗି ୧୭ ରିପବ୍ଲିକାନ୍‌ ସଦସ୍ୟ ଟ୍ରମ୍ପ୍‌ଙ୍କ ବିରୋଧରେ ଭୋଟ ଦେବା ଜରୁରୀ। ଉଭୟ ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟଙ୍କ ଉପସ୍ଥିତିରେ ସିନେଟ ମଙ୍ଗଳବାର ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବର ସାମ୍ବିଧାନିକ ବୈଧତାକୁ ୫୬-୪୪ ଭୋଟରେ ନିଶ୍ଚିତ କରିଛି। ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଉଭୟ ପକ୍ଷ ହାଉସ୍‌ ଇମ୍ପିଚ୍‌ମେଣ୍ଟ ମ୍ୟାନେଜର୍ସ ଓ ଟ୍ରମ୍ପ୍‌ଙ୍କ ଓକିଲଙ୍କ ପାଖରେ ନିଜ ଯୁକ୍ତି ବାଢ଼ିବା ପାଇଁ ବୁଧବାରଠାରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ସମୟ ରହିଛି। ଗୃହରେ ଉଭୟ ରିପବ୍ଲିକାନ୍‌ ଓ ଡେମୋକ୍ରାଟଙ୍କ ୫୦ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ଏହି ଶୁଣାଣି କେତେଦିନ ଚାଲିବ ତାହା ଜଣାନାହିଁ। ତେବେ ୟୁକ୍ରେନ୍‌ ପ୍ରସଙ୍ଗରେ ପୂର୍ବରୁ ଆଗତ ପ୍ରସ୍ତାବ ସମୟରେ ୩ ସପ୍ତାହ ଲାଗିଥିବାବେଳେ ଏଥର କମ୍‌ ସମୟ ଲାଗିବ। ଏପରି କି ଦିନେ ଦୁଇଦିନ ମଧ୍ୟରେ ରାୟ ଆସିପାରେ ବୋଲି କୁହାଯାଉଛି। ଟ୍ରମ୍ପ୍‌ ଦୋଷୀ ସାବ୍ୟସ୍ତ ହେଲେ ୨୦୨୪ରେ ସେ ରାଷ୍ଟ୍ରପତି ପଦ ପାଇଁ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ବୋଲି ବିବେଚନା କରାଯାଉଛି।

ଓ୍ବାରେନ୍‌ ହେଷ୍ଟିଙ୍ଗ୍‌ସଙ୍କ ଅବତାରଣା

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବର ଶୁଣାଣି ବେଳେ ପୂର୍ବତନ ଗଭର୍ନର ଜେନେରାଲ ଅଫ୍‌ ଇଣ୍ଡିଆ ଓ୍ବାରେନ୍‌ ହେଷ୍ଟିଙ୍ଗ୍‌ସଙ୍କ ଶୁଣାଣି ପ୍ରସଙ୍ଗ ଉଠିଛି। ହେଷ୍ଟିଙ୍ଗ୍‌ସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ହାଉସ୍‌ ଅଫ୍‌ ଲଡର୍‌ସରେ ତାଙ୍କ ବିରୋଧରେ ମହାଭିଯୋଗ ଶୁଣାଣି ହୋଇଥିଲା। ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ତାଙ୍କ ବିରୋଧରେ ସିନେଟରେ ଶୁଣାଣି କରାଯିବା ଅସାମ୍ବିଧାନିକ ବୋଲି ଯୁକ୍ତି ବଢ଼ାଯାଇଥିବାବେଳେ ଏହାକୁ ଖଣ୍ଡନ କରିବା ଲାଗି ହେଷ୍ଟିଙ୍ଗ୍‌ସଙ୍କ ପ୍ରସଙ୍ଗ ଉଠାଯାଇଛି।
ଇମ୍ପିଚ୍‌ମେଣ୍ଟ ମ୍ୟାନେଜର ତଥା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ଡେମୋକ୍ରାଟିକ୍‌ ସଦସ୍ୟ ଜାମି ରସ୍କିନ୍‌ ଏହି ଶୁଣାଣିର ସାମ୍ବିଧାନିକ ବୈଧତା ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ, ଆମ ମାମଲା ତଥ୍ୟ ଓ ପ୍ରମାଣ ଆଧାରିତ। ଟ୍ରମ୍ପ୍‌ ଏହି ମାମଲାର ତଥ୍ୟଗତ ଶୁଣାଣି ବନ୍ଦ କରିବା ଲାଗି ଏଠାକୁ ତାଙ୍କ ଓକିଲଙ୍କୁ ପଠାଇଛନ୍ତି। ପ୍ରଥମ ବିନ୍ଦୁ ଇଂଲିଶ ଇତିହାସରୁ ଆସିଛି। ଯିଏ ବି ସେହି ଇତିହାସ ସମ୍ପର୍କରେ ଅବଗତ ଥିବେ ସେ ଜାଣିଥିବେ ଯେ ପୂର୍ବତନ ଅଧିକାରୀମାନଙ୍କୁ ମଧ୍ୟ ସେମାନଙ୍କ କାର୍ଯ୍ୟକାଳ ବେଳେ କ୍ଷମତା ଅପବ୍ୟବହାରକୁ ନେଇ ଉତ୍ତରଦାୟୀ କରାଯାଇଥାଏ। ଉଦାହରଣ ରୂପେ ବ୍ରିଟିଶ ଶାସନ ବେଳେ ବଙ୍ଗ ଉପନିବେଶର ପୂର୍ବତନ ଗଭର୍ନର ଜେନେରାଲ ଓ୍ବାରେନ୍‌ ହେଷ୍ଟିଙ୍ଗ୍‌ସଙ୍କ ବିରୋଧରେ ମହାଭିଯୋଗ ଶୁଣାଣିକୁ ନିଆଯାଇପାରେ। ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମହାଭିଯୋଗ ଶୁଣାଣି ଆରମ୍ଭ ହେବାର ୨ ବର୍ଷ ପୂର୍ବରୁ ସେ ଅଫିସ୍‌ ଛାଡ଼ିଥିଲେ। ଆମେରିକା ସମ୍ବିଧାନ ପ୍ରଣେତାମାନେ ଏହି ବିଷୟରେ ଜାଣିଥିଲେ ଓ ମହାଭିଯୋଗକୁ ଦୃଢ଼ ସମର୍ଥନ କରିଥିଲେ। ବିତର୍କ ବେଳେ ହେଷ୍ଟିଙ୍ଗ୍‌ସଙ୍କ ମହାଭିଯୋଗର ଅବତାରଣାକୁ ଖଣ୍ଡନ କରିବାକୁ ଯାଇ ଟ୍ରମ୍ପ୍‌ଙ୍କ ମୁଖ୍ୟ ଓକିଲ ବ୍ରୁସ୍‌ କାଷ୍ଟର କହିଥିଲେ, ଆମେ ଯଦି ପ୍ରକୃତରେ ଗ୍ରେଟ୍‌ ବ୍ରିଟେନର ପ୍ରାକ୍‌-ରିଭୋଲ୍ୟୁଶନାରି ଇତିହାସକୁ ବ୍ୟବହାର କରିବାକୁ ଯାଉଛେ ତେବେ ଅନୁକ୍ରମ ହେଉଛି ଆମର ଏକ ପାର୍ଲାମେଣ୍ଟ ଓ ଜଣେ ରାଜା ରହିବା କଥା। ଆମେ କ’ଣ ସେହି ବାଟରେ ଯାଉଛେ ବୋଲି କାଷ୍ଟର ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri