ସିନେଟରେ ମହାଭିଯୋଗ ବିଚାର

ଓ୍ବାଶିଂଟନ,୧୧ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମଙ୍ଗଳବାର ସିନେଟରେ ମହାଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍‌ ଘଟାଇଥିବା ବଡ଼ ଅପରାଧ ନେଇ ଉଚ୍ଚ ସଦନରେ ବିଚାର ଚାଲିଛି। ସିନେଟରେ ଉଭୟ ପକ୍ଷଙ୍କ ପଲା ସମାନ ଥିବାରୁ ବର୍ତ୍ତମାନର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।
୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାନୁୟାରୀ ୨୦ରେ ହ୍ବାଇଟ୍‌ ହାଉସ୍‌ ଛାଡ଼ିଥିଲେ। ଏହା ପୂର୍ବରୁ ନଭେମ୍ବର ୩ ନିର୍ବାଚନ ଫଳକୁ ସେ ଅସ୍ବୀକାର କରିଥିଲେ। ଜାନୁୟାରୀ ୬ରେ କ୍ୟାପିଟୋଲ୍‌ ହିଲ୍‌ ଦଙ୍ଗା ଭିଆଇ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବା ଭଳି ସଙ୍ଗିନ ଅଭିଯୋଗ ୭୪ ବର୍ଷୀୟ ରିପବ୍ଲିକାନ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ରହିଛି। ଏହି ହିଂସାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ପ୍ରାଣହାନି ଘଟିଥିଲା। ଟ୍ରମ୍ପ୍‌ ହେଉଛନ୍ତି ଆମେରିକା ଇତିହାସର ପ୍ରଥମ ରାଷ୍ଟ୍ରପତି, ଯାହାଙ୍କ ବିରୋଧରେ ଦୁଇଥର ମହାଭିଯୋଗ ଆସିଛି। ସେହିପରି ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପରେ ମହାଭିଯୋଗକୁ ସାମ୍ନା କରିବାରେ ମଧ୍ୟ ସେ ପ୍ରଥମ ରାଷ୍ଟ୍ରପତି।
୧୩ରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ବିତର୍କ ପରେ ମତଦାନ ହୋଇଥିଲା। ମହାଭିଯୋଗକୁ ୨୩୨ ସଦସ୍ୟ ସମର୍ଥନ କରିଥିବାବେଳେ ପ୍ରସ୍ତାବ ବିରୋଧରେ ୧୯୭ ଜଣ ଭୋଟ ଦେଇଥିଲେ। ଟ୍ରମ୍ପ୍‌ଙ୍କ ବିରୋଧରେ ଭୋଟ ଦେଇଥିବା ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ତାଙ୍କ ରିପବ୍ଲିକାନ୍‌ ପାର୍ଟିର। ଇତିମଧ୍ୟରେ ଡେମୋକ୍ରାଟ୍‌ ନେତା ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ପଦରେ ଆସୀନ ହୋଇସାରିଛନ୍ତି। ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମହାଭିଯୋଗ ସପକ୍ଷରେ ଦୁଇ-ତୃତୀୟାଂଶ ଅର୍ଥାତ୍‌ ୬୭ ଭୋଟ ଆବଶ୍ୟକ। ଏଥିଲାଗି ୧୭ ରିପବ୍ଲିକାନ୍‌ ସଦସ୍ୟ ଟ୍ରମ୍ପ୍‌ଙ୍କ ବିରୋଧରେ ଭୋଟ ଦେବା ଜରୁରୀ। ଉଭୟ ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟଙ୍କ ଉପସ୍ଥିତିରେ ସିନେଟ ମଙ୍ଗଳବାର ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବର ସାମ୍ବିଧାନିକ ବୈଧତାକୁ ୫୬-୪୪ ଭୋଟରେ ନିଶ୍ଚିତ କରିଛି। ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଉଭୟ ପକ୍ଷ ହାଉସ୍‌ ଇମ୍ପିଚ୍‌ମେଣ୍ଟ ମ୍ୟାନେଜର୍ସ ଓ ଟ୍ରମ୍ପ୍‌ଙ୍କ ଓକିଲଙ୍କ ପାଖରେ ନିଜ ଯୁକ୍ତି ବାଢ଼ିବା ପାଇଁ ବୁଧବାରଠାରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ସମୟ ରହିଛି। ଗୃହରେ ଉଭୟ ରିପବ୍ଲିକାନ୍‌ ଓ ଡେମୋକ୍ରାଟଙ୍କ ୫୦ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ଏହି ଶୁଣାଣି କେତେଦିନ ଚାଲିବ ତାହା ଜଣାନାହିଁ। ତେବେ ୟୁକ୍ରେନ୍‌ ପ୍ରସଙ୍ଗରେ ପୂର୍ବରୁ ଆଗତ ପ୍ରସ୍ତାବ ସମୟରେ ୩ ସପ୍ତାହ ଲାଗିଥିବାବେଳେ ଏଥର କମ୍‌ ସମୟ ଲାଗିବ। ଏପରି କି ଦିନେ ଦୁଇଦିନ ମଧ୍ୟରେ ରାୟ ଆସିପାରେ ବୋଲି କୁହାଯାଉଛି। ଟ୍ରମ୍ପ୍‌ ଦୋଷୀ ସାବ୍ୟସ୍ତ ହେଲେ ୨୦୨୪ରେ ସେ ରାଷ୍ଟ୍ରପତି ପଦ ପାଇଁ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ବୋଲି ବିବେଚନା କରାଯାଉଛି।

ଓ୍ବାରେନ୍‌ ହେଷ୍ଟିଙ୍ଗ୍‌ସଙ୍କ ଅବତାରଣା

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବର ଶୁଣାଣି ବେଳେ ପୂର୍ବତନ ଗଭର୍ନର ଜେନେରାଲ ଅଫ୍‌ ଇଣ୍ଡିଆ ଓ୍ବାରେନ୍‌ ହେଷ୍ଟିଙ୍ଗ୍‌ସଙ୍କ ଶୁଣାଣି ପ୍ରସଙ୍ଗ ଉଠିଛି। ହେଷ୍ଟିଙ୍ଗ୍‌ସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ହାଉସ୍‌ ଅଫ୍‌ ଲଡର୍‌ସରେ ତାଙ୍କ ବିରୋଧରେ ମହାଭିଯୋଗ ଶୁଣାଣି ହୋଇଥିଲା। ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ତାଙ୍କ ବିରୋଧରେ ସିନେଟରେ ଶୁଣାଣି କରାଯିବା ଅସାମ୍ବିଧାନିକ ବୋଲି ଯୁକ୍ତି ବଢ଼ାଯାଇଥିବାବେଳେ ଏହାକୁ ଖଣ୍ଡନ କରିବା ଲାଗି ହେଷ୍ଟିଙ୍ଗ୍‌ସଙ୍କ ପ୍ରସଙ୍ଗ ଉଠାଯାଇଛି।
ଇମ୍ପିଚ୍‌ମେଣ୍ଟ ମ୍ୟାନେଜର ତଥା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ଡେମୋକ୍ରାଟିକ୍‌ ସଦସ୍ୟ ଜାମି ରସ୍କିନ୍‌ ଏହି ଶୁଣାଣିର ସାମ୍ବିଧାନିକ ବୈଧତା ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ, ଆମ ମାମଲା ତଥ୍ୟ ଓ ପ୍ରମାଣ ଆଧାରିତ। ଟ୍ରମ୍ପ୍‌ ଏହି ମାମଲାର ତଥ୍ୟଗତ ଶୁଣାଣି ବନ୍ଦ କରିବା ଲାଗି ଏଠାକୁ ତାଙ୍କ ଓକିଲଙ୍କୁ ପଠାଇଛନ୍ତି। ପ୍ରଥମ ବିନ୍ଦୁ ଇଂଲିଶ ଇତିହାସରୁ ଆସିଛି। ଯିଏ ବି ସେହି ଇତିହାସ ସମ୍ପର୍କରେ ଅବଗତ ଥିବେ ସେ ଜାଣିଥିବେ ଯେ ପୂର୍ବତନ ଅଧିକାରୀମାନଙ୍କୁ ମଧ୍ୟ ସେମାନଙ୍କ କାର୍ଯ୍ୟକାଳ ବେଳେ କ୍ଷମତା ଅପବ୍ୟବହାରକୁ ନେଇ ଉତ୍ତରଦାୟୀ କରାଯାଇଥାଏ। ଉଦାହରଣ ରୂପେ ବ୍ରିଟିଶ ଶାସନ ବେଳେ ବଙ୍ଗ ଉପନିବେଶର ପୂର୍ବତନ ଗଭର୍ନର ଜେନେରାଲ ଓ୍ବାରେନ୍‌ ହେଷ୍ଟିଙ୍ଗ୍‌ସଙ୍କ ବିରୋଧରେ ମହାଭିଯୋଗ ଶୁଣାଣିକୁ ନିଆଯାଇପାରେ। ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମହାଭିଯୋଗ ଶୁଣାଣି ଆରମ୍ଭ ହେବାର ୨ ବର୍ଷ ପୂର୍ବରୁ ସେ ଅଫିସ୍‌ ଛାଡ଼ିଥିଲେ। ଆମେରିକା ସମ୍ବିଧାନ ପ୍ରଣେତାମାନେ ଏହି ବିଷୟରେ ଜାଣିଥିଲେ ଓ ମହାଭିଯୋଗକୁ ଦୃଢ଼ ସମର୍ଥନ କରିଥିଲେ। ବିତର୍କ ବେଳେ ହେଷ୍ଟିଙ୍ଗ୍‌ସଙ୍କ ମହାଭିଯୋଗର ଅବତାରଣାକୁ ଖଣ୍ଡନ କରିବାକୁ ଯାଇ ଟ୍ରମ୍ପ୍‌ଙ୍କ ମୁଖ୍ୟ ଓକିଲ ବ୍ରୁସ୍‌ କାଷ୍ଟର କହିଥିଲେ, ଆମେ ଯଦି ପ୍ରକୃତରେ ଗ୍ରେଟ୍‌ ବ୍ରିଟେନର ପ୍ରାକ୍‌-ରିଭୋଲ୍ୟୁଶନାରି ଇତିହାସକୁ ବ୍ୟବହାର କରିବାକୁ ଯାଉଛେ ତେବେ ଅନୁକ୍ରମ ହେଉଛି ଆମର ଏକ ପାର୍ଲାମେଣ୍ଟ ଓ ଜଣେ ରାଜା ରହିବା କଥା। ଆମେ କ’ଣ ସେହି ବାଟରେ ଯାଉଛେ ବୋଲି କାଷ୍ଟର ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri