ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲାରେ ଆସନ୍ତାକାଲି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗଜପତିର ବହୁ ଉପାନ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ତେଣୁ ଏହି ଜିଲାରେ ବାତ୍ୟାର ପ୍ରଭାବ ପଡିବା ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାପାଳଙ୍କ ତରଫରୁ ଜାରି ନିର୍ଦ୍ଦେଶାନାମା ଅନୁଯାୟୀ, ଜିଲାର ସମସ୍ତ ପ୍ରାଇମେରି, ଅପର ପ୍ରାଇମେରି, ହାଇସ୍କୁଲ,ଅଙ୍ଗନୱାଡି ସେଣ୍ଟରକୁ ଆସନ୍ତାକାଲି ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲାପାଳ ସମସ୍ତ ବିଡିଓ, ତହସିଲଦାର ଓ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରିଛନ୍ତି।