ଧାନକିଣା ଆରମ୍ଭରୁ ଅଚଳାବସ୍ଥା

ବରଗଡ଼ ଅଫିସ/ଅତାବିରା/ ସରଣ୍ଡା/ପଦ୍ମପୁର,୨୨।୧୧: ବରଗଡ଼ ଜିଲାରେ ସୋମବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରହିଥିବା ଧାନକ୍ରୟ କେନ୍ଦ୍ର(ମଣ୍ଡି)ଗୁଡ଼ିକ ଧାନ ସଂଗ୍ରହ ଲାଗି ଏକକାଳୀନ ଖୋଲିଛି। ପ୍ରଥମ ଦିବସରେ ଜିଲାର ମଣ୍ଡିଗୁଡ଼ିକରେ ୧୫ ହଜାର ୭୮୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି। ସେଥିମଧ୍ୟରୁ ଅତାବିରା ଆରଏମ୍‌ସି ଅଧୀନ ମଣ୍ଡିଗୁଡ଼ିକରେ ସର୍ବାଧିକ ୧୪୫୬୫, ବରଗଡ଼ ଆରଏମ୍‌ସି ଅଧୀନ ମଣ୍ଡିଗୁଡ଼ିକରେ ୮୩୨ ଏବଂ ପଦ୍ମପୁର ଆରଏମ୍‌ସି ଅଧୀନ ମଣ୍ଡିଗୁଡ଼ିକରେ ୩୮୯ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି। ସେଥିମଧ୍ୟରୁ କେବଳ ୯୭୦ ପ୍ୟାକେଟ୍‌ ଅର୍ଥାତ୍‌ ୪୨୦.୭୬ କୁଇଣ୍ଟାଲ ଧାନ ବିକ୍ରି ହୋଇ ବିଭିନ୍ନ ରାଇସ୍‌ ମିଲ୍‌କୁ ଯାଇଛି। ଆହୁରି ୧୪ହଜାର ୮୧୬ ପ୍ୟାକେଟ୍‌ ଧାନ ମଣ୍ଡିଗୁଡ଼ିକରେ ବିକ୍ରି ଅପେକ୍ଷାରେ ରହିଛି। ଆରମ୍ଭରୁ ଧାନ ଉଠାଣ ପ୍ରକ୍ରିୟାରେ ଶିଥିଳତାକୁ ନେଇ ଚାଷୀ ଅସନ୍ତୋଷ ଦେଖାଯାଇଛି। ଏଭଳି ଅଚଳାବସ୍ଥା ଜାରି ରହିଲେ ଆଗକୁ ସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ପ୍ରଥମ ଦିନ ହୋଇଥିବା ଯୋଗୁ କମ୍‌ ଧାନ ଉଠିଛି, ଆଗକୁ ଏହା ତ୍ୱରାନ୍ବିତ ହେବ ବୋଲି ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ କହିଛନ୍ତି।
ଜିଲାରେ ଏଥର ଗୋଟିଏ ଦିନରେ ୨୨୦ ମଣ୍ଡି ଖୋଲାଯାଇଛି। ବରଗଡ଼ ଆରଏମ୍‌ସି ଅଧୀନ କଲାପାଣି ମଣ୍ଡିରେ ସୁପରଭାଇଜର ବିଜୟ ରାଉତ, ମାର୍କେଟ ଇନ୍‌ଚାର୍ଜ ଭାଗୀରଥି ସାହୁ, ସରପଞ୍ଚ ପ୍ରତିନିଧି ବିପିନ ପ୍ରଧାନଙ୍କ ଉପସ୍ଥିତିରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଥିଲା। ଉକ୍ତ ଆରଏମ୍‌ସିର କଲାପାଣି ମଣ୍ଡିକୁ ୫ଜଣ ଚାଷୀ ୬୮୯ ଏବଂ ଚଢ଼େଇଗାଁ ମଣ୍ଡିକୁ ଜଣେ ଚାଷୀ ୧୪୩ ପକେଟ୍‌ ଧାନ ବିକ୍ରି ପାଇଁ ଆଣିଥିଲେ। ମାତ୍ର ତାହା ବିକ୍ରି ହୋଇପାରିନାହିଁ। ସେହିପରି ଅତାବିରା ଆରଏମ୍‌ସି ଅଧୀନ ଗୋଡ଼ଭଗା ମଣ୍ଡିରେ ସହକାରୀ ଯୋଗାଣ ଅଧିକାରୀ ଜ୍ୟୋତ୍ସ୍ନା କର୍ଣ୍ଣ, ଅତାବିରା ଯୋଗାଣ ନିରୀକ୍ଷକ ରଞ୍ଜନ ନାୟକ, ସିଇଓ ସରୋଜ ନାୟକ, ମାର୍କେଟ ଇନ୍‌ଚାର୍ଜ ବିପିନ ମିଶ୍ରଙ୍କ ଉପସ୍ଥିତିରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଉପଜିଲାପାଳ ଲଲାଟ କୁମାର ଲୁହା ଉପସ୍ଥିତ ଥିଲେ। ପଦ୍ମପୁର ଆରଏମ୍‌ସି ଅଧୀନ ୮୦ଟି କ୍ରୟକେନ୍ଦ୍ରରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିବସରେ କେବଳ ପାଇକମାଲ ମଣ୍ଡିକୁ ୪ ଜଣ ଚାଷୀ ୩୮୯ ପ୍ୟାକେଟ୍‌ ଧାନ ଆଣିଥିବାବେଳେ ସେହି ଧାନ ଉଠିଥିବା ଆରଏମ୍‌ସି ସମ୍ପାଦକ ତ୍ରିନାଥ ରାଉତ ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ଏଥର ଜିଲାରେ ଧାନକ୍ରୟ ଲକ୍ଷ୍ୟ ୫୫ଲକ୍ଷ ୨୬ହଜାର ୯୧୧ କୁଇଣ୍ଟାଲ ରହିଛି। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଏବଂ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଜରିଆରେ ଯୋଗାଣ ନିଗମ ଧାନ କିଣୁଥିବାବେଳେ ୧୧୨ ମିଲର୍ସ ଏଥିରେ ସାମିଲ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୭୦ହଜାର ୫୫୭ ଟୋକନ ରିଲିଜ୍‌ ହୋଇଥିବା ଜିଲା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri