ବାରୁଣୀ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଯାଜପୁର ଟାଉନ,୧୯ା୩(ଡି.ଏନ.ଏ.): ୩ ବର୍ଷ ବ୍ୟବଧାନ ପରେ ଯାଜପୁର ଦଶାଶ୍ୱମେଧଘାଟଠାରେ ବାରୁଣୀ ଯୋଗରେ ରବିବାର ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି। ପୂର୍ବରୁ କରୋନା ପାଇଁ ୩ ବର୍ଷ ବାରୁଣୀ ବୁଡ଼କୁ ପ୍ରଶାସନ ବାରଣ କରିଥିଲା। ଫଳରେ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ ଯୋଗ ସମୟରେ ବୁଡ଼ ପକାଇ ପାରୁ ନ ଥିଲେ। ବାରୁଣୀ ସ୍ନାନ ଭିଡ଼଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଯାଜପୁରର ବୈତରଣୀ ନଦୀ କୂଳରେ ଅବସ୍ଥିତ ଦଶ୍ୱାଶମେଧ ଘାଟ ଦେଶର ଅନ୍ୟତମ ତୀର୍ଥସ୍ଥଳୀ ଭାବେ ପ୍ରସିଦ୍ଧ। ଚଳିତ ବର୍ଷ ମହାଯୋଗ ନ ଥିଲେ ମଧ୍ୟ ବିଗତ ୩ ବର୍ଷକାଳ ଏହା ବନ୍ଦ ଥିବା ହେତୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
ବିରଜା ପଞ୍ଜିକା ଅନୁଯାୟୀ, ଚୈତ୍ରମାସ ତ୍ରୟୋଦଶ ତିଥିରେ ଶତଭିଷା ନକ୍ଷେତ୍ରରେ ପ୍ରାତ ୩ଟା ୩୩ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଓ ଜଗନ୍ନାଥ ପଞ୍ଜିକାରେ ପ୍ରାତ ୮ଟା୨୦ରୁ ରାତ୍ର ୮ଘଟିକା ପର୍ଟ୍ୟନ୍ତ ଏଠାରେ ସ୍ନାନ ଯୋଗଥିଲା। ଯାଜପୁର ପୌରପାଳିକା ପକ୍ଷରୁ ବସ୍ତ୍ର ପରିଧାନ କକ୍ଷ, ନିୟନ୍ତ୍ରଣ କକ୍ଷ, ଆଶୁଚିକିତ୍ସା କେନ୍ଦ୍ର, ଅଗ୍ନିଶମ ବାହିନୀ, ସ୍ବତନ୍ତ୍ର ଡାକ୍ତର, ଅସ୍ଥାୟୀ ଶୌଚାଳୟ ସମେତ ଦଶାଶ୍ୱମେଧ ଘାଟକୁ ଆଲୋକ ସଜ୍ଜାରେ ସଜ୍ଜିତ କରାଯାଇଥିଲା। ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅନେକ ସ୍ବଚ୍ଛାସେବୀ ସଂଗଠନ, ସ୍କୁଲ ଏବଂ କଲେଜ ପିଲା ପାନୀୟ ଜଳ ବିତରଣ ଏବଂ ପରିବେଶ ସ୍ବଚ୍ଛତା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ।
ଦଶ୍ୱାସମେଧ ଘାଟଠାରେ ପ୍ରଥମେ ଜଜ୍ଞାଧିବାସ, ବୈତରଣୀ ଆଳତୀ, ଧର୍ମସଭା, ଭଜନ ସମାରୋହ, ସୂର୍ଯ୍ୟ ପୂଜା ଓ ଭଜନ ସମାରୋହ କାର୍ଯ୍ୟକ୍ରମ କରାଯାଇଥିଲା। ଓଡ଼ିଶାର ପ୍ରାୟ ସମସ୍ତ ଜିଲାରୁ ହଜାରହଜାର ଶ୍ରଦ୍ଧାଳୁ ବୈତରଣୀ ନଦୀରେ ସ୍ନାନ କରିବା ସହ ପୂର୍ବପୁରୁଷକୁ ପିଣ୍ଡଦାନ କରିଥିଲେ। ବାରୁଣୀ ତୀର୍ଥକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପ୍ରଶାସନର ଅଧିକାରୀ, ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ, ପୌରପାଳିକା ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଓ କାଉସିଲରମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?