ବାରୁଣୀ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଯାଜପୁର ଟାଉନ,୧୯ା୩(ଡି.ଏନ.ଏ.): ୩ ବର୍ଷ ବ୍ୟବଧାନ ପରେ ଯାଜପୁର ଦଶାଶ୍ୱମେଧଘାଟଠାରେ ବାରୁଣୀ ଯୋଗରେ ରବିବାର ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି। ପୂର୍ବରୁ କରୋନା ପାଇଁ ୩ ବର୍ଷ ବାରୁଣୀ ବୁଡ଼କୁ ପ୍ରଶାସନ ବାରଣ କରିଥିଲା। ଫଳରେ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ ଯୋଗ ସମୟରେ ବୁଡ଼ ପକାଇ ପାରୁ ନ ଥିଲେ। ବାରୁଣୀ ସ୍ନାନ ଭିଡ଼଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଯାଜପୁରର ବୈତରଣୀ ନଦୀ କୂଳରେ ଅବସ୍ଥିତ ଦଶ୍ୱାଶମେଧ ଘାଟ ଦେଶର ଅନ୍ୟତମ ତୀର୍ଥସ୍ଥଳୀ ଭାବେ ପ୍ରସିଦ୍ଧ। ଚଳିତ ବର୍ଷ ମହାଯୋଗ ନ ଥିଲେ ମଧ୍ୟ ବିଗତ ୩ ବର୍ଷକାଳ ଏହା ବନ୍ଦ ଥିବା ହେତୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
ବିରଜା ପଞ୍ଜିକା ଅନୁଯାୟୀ, ଚୈତ୍ରମାସ ତ୍ରୟୋଦଶ ତିଥିରେ ଶତଭିଷା ନକ୍ଷେତ୍ରରେ ପ୍ରାତ ୩ଟା ୩୩ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଓ ଜଗନ୍ନାଥ ପଞ୍ଜିକାରେ ପ୍ରାତ ୮ଟା୨୦ରୁ ରାତ୍ର ୮ଘଟିକା ପର୍ଟ୍ୟନ୍ତ ଏଠାରେ ସ୍ନାନ ଯୋଗଥିଲା। ଯାଜପୁର ପୌରପାଳିକା ପକ୍ଷରୁ ବସ୍ତ୍ର ପରିଧାନ କକ୍ଷ, ନିୟନ୍ତ୍ରଣ କକ୍ଷ, ଆଶୁଚିକିତ୍ସା କେନ୍ଦ୍ର, ଅଗ୍ନିଶମ ବାହିନୀ, ସ୍ବତନ୍ତ୍ର ଡାକ୍ତର, ଅସ୍ଥାୟୀ ଶୌଚାଳୟ ସମେତ ଦଶାଶ୍ୱମେଧ ଘାଟକୁ ଆଲୋକ ସଜ୍ଜାରେ ସଜ୍ଜିତ କରାଯାଇଥିଲା। ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅନେକ ସ୍ବଚ୍ଛାସେବୀ ସଂଗଠନ, ସ୍କୁଲ ଏବଂ କଲେଜ ପିଲା ପାନୀୟ ଜଳ ବିତରଣ ଏବଂ ପରିବେଶ ସ୍ବଚ୍ଛତା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ।
ଦଶ୍ୱାସମେଧ ଘାଟଠାରେ ପ୍ରଥମେ ଜଜ୍ଞାଧିବାସ, ବୈତରଣୀ ଆଳତୀ, ଧର୍ମସଭା, ଭଜନ ସମାରୋହ, ସୂର୍ଯ୍ୟ ପୂଜା ଓ ଭଜନ ସମାରୋହ କାର୍ଯ୍ୟକ୍ରମ କରାଯାଇଥିଲା। ଓଡ଼ିଶାର ପ୍ରାୟ ସମସ୍ତ ଜିଲାରୁ ହଜାରହଜାର ଶ୍ରଦ୍ଧାଳୁ ବୈତରଣୀ ନଦୀରେ ସ୍ନାନ କରିବା ସହ ପୂର୍ବପୁରୁଷକୁ ପିଣ୍ଡଦାନ କରିଥିଲେ। ବାରୁଣୀ ତୀର୍ଥକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପ୍ରଶାସନର ଅଧିକାରୀ, ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ, ପୌରପାଳିକା ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଓ କାଉସିଲରମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri