ବଡ଼ ସୂଚନା ଦେଲେ IMD ଡିଜି, ଚାଷୀ ଶୁଣିଲେ…

ନୂଆଦିଲ୍ଲୀ,୨୯।୫: ଭାରତୀୟ ପାଣିପାଗ ବିଭାଗ (IMD) ମୌସୁମୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବାନୁମାନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନେଇ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ପାଣିପାଗ ବିଭାଗ ଜୁନ୍‌ ମାସରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ ବୋଲି ଆକଳନ କରିଛି । ‘ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍‌ ବର୍ଷା ସମ୍ଭାବନା ରହିଥିବା କୁହାଯାଇଛି ।

ଏହା ପୂର୍ବରୁ, ଭାରତୀୟ ପାଣିପାଗ ବିଭାଗ ଏପ୍ରିଲ୍ ୧୩ ତାରିଖରେ ପ୍ରଥମ ମୌସୁମୀ ପୂର୍ବାନୁମାନ ଜାରି କରିଥିଲା। ଆଜି ପ୍ରକାଶିତ ଦ୍ୱିତୀୟ ପୂର୍ବାନୁମାନରେ, ଭାରତରେ ୯୪ ପ୍ରତିଶତ କମ୍‌ ବର୍ଷା ହେବା ଆଶଙ୍କା ରହିଥିବା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି ।  ଜୁନ୍‌ରୁ ସେପ୍ଟେମ୍ୱର ମଧ୍ୟରେ ବର୍ଷା ସ୍ୱାଭାବିକଠାରୁ କମ୍‌ ହେବ । ଏହି ଆଶାକରାଯାଇଥିବା ସ୍ୱାଭାବିକଠାରୁ କମ୍ ବର୍ଷା ପଛରେ ଏକ “ସୁପର ଏଲ୍ ନିନୋ” କୁ କାରଣ ଭାବରେ ଦର୍ଶାଯାଇଛି। ୧୬ ତାରିଖରେ ଆଣ୍ଡାମାନ ଛୁଇଁ ସାରିଛି ମୌସୁମୀ । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍‌ଓ୍ୱେଭ୍‌ ସତର୍କତା ଜାରି କରାଯାଇଛି ।

 

Dharitri – Odisha’s No.1 Odia Daily