Categories: ଜାତୀୟ

ଚାଷୀଙ୍କ ପାଇଁ ଖୁସି ଖବର: ଏବର୍ଷ ସ୍ବାଭାବିକ ହେବ ବର୍ଷା

ନୂଆଦିଲ୍ଲୀ,୧୬।୪: ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ହେବ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୪୦ ପ୍ରତିଶତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ତେବେ ୨୧ ପ୍ରତିଶତ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୌସୁମୀ ବର୍ଷା ପ୍ରାୟ ୯୮ପ୍ରତିଶତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ (ଜୁନରୁ ସେପ୍ଟେମ୍ବର) ମଧ୍ୟରେ ହାରାହାରି ବୃଷ୍ଟିପାତ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିପାରେ। ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଯଦି ସତ ହୁଏ ଦେଶ ପାଇଁ ନିଶ୍ଚିତ ଭାବେ ଏହା ଭଲ ଖବର।

Share