ମୃତ୍ୟୁ ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛି: କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି, ସୋସିଆଲ ମିଡ଼ିଆରେ ଭାଇରାଲ…

ଲଣ୍ଡନ,୩୦।୧ : ମରିବା ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛିରେ ମୋ ଧନ। ଏହା ହେଉଛି ଚଣେ କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି। ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ମା’ଙ୍କର କ୍ୟାନସର ଯୋଗୁ ମୃତ୍ୟୁ ଘଟିଛି। ତାଙ୍କୁ ଔଷଧ ଦିଆଗଲା। ଶ୍ରେଷ୍ଠ ଚିକିତ୍ସା ମିଳିଲା, ସର୍ବୋତ୍ତମ ଡାକ୍ତରଙ୍କ ସହିତ ପରାମର୍ଶ କରାଗଲା, କିନ୍ତୁ ଶେଷରେ କ୍ୟାନସର ତାଙ୍କ ଜୀବନ ନେଲା।

ଜଣେ ବ୍ୟକ୍ତି ନିଜର ହୃଦୟର ଦୁଃଖ ଅନ୍ୟମାନଙ୍କ ସହ ବାଣ୍ଟିବା ପାଇଁ ତାଙ୍କ ମା’ଙ୍କ ଏଭଳି ଏକ ଭାବୁକ ଶେଷ ଚିଠିକୁ ପୋଷ୍ଟ କରିଛନ୍ତି। ଏହି ଚିଠି ପଢ଼ିବା ପରେ ବହୁ ୟୁଜରଙ୍କ  ଆଖିରେ ଲୁହ ଆସିଯାଇଛି। ଚିଠିରେ ଲେଖାଯାଇଥିବା ଶବ୍ଦଗୁଡ଼ିକ ବେଶ ହୃଦୟ ସ୍ପର୍ଶୀ।

ମା’ ତାଙ୍କ ପୁଅ ମ୍ୟାଟଙ୍କ ପାଇଁ ଏହି ଚିଠି ଲେଖିଥିଲେ। ମହିଳାଙ୍କର ମୃତ୍ୟୁ ହୋଇଛି, କିନ୍ତୁ ମୃତ୍ୟୁ ପୂର୍ବରୁ ସେ ମ୍ୟାଟଙ୍କୁ ଦୁନିଆର ସର୍ବୋତ୍ତମ ପୁଅ ବୋଲି କହିଛନ୍ତି। ସେ ଚିଠିରେ ଲେଖିଛନ୍ତି ଧନରେ ତୁ ମୋର ଯତ୍ନ ନେଇଛୁ, ମୁଁ ଏଥିପାଇଁ ତୋ ପାଖରେ କୃତଜ୍ଞ। ତୁ ମୋ ପାଇଁ ଦେଇଥିବା ବଳିଦାନ ପାଇଁ ମୁଁ କୃତଜ୍ଞତା ଜଣାଉଛି।

ତୁ ଦୁନିଆର ସର୍ବୋତ୍ତମ ପୁଅ। ଭାବ ନାହିଁ ମୁଁ ତୋ ସହିତ ନାହିଁ। ମୁଁ ଯେଉଁଆଡ଼େ ଗଲେ ମଧ୍ୟ ସେଠାରୁ ତୋ ଉପରେ ନଜର ରଖିବି। କ୍ୟାନସର ହେବା ଦିନଠାରୁ, ମରିବାର ଭୟ ନ ଥିଲା, କିନ୍ତୁ ତୋତେ ଛାଡିବାର ଭୟ ଥିଲା। ଏହି ଭୟ ମୋତେ ଭିତରୁ ଭିତରୁ ଖାଉଥିଲା। କିନ୍ତୁ କ୍ୟାନସରକୁ ତ କେହି ନିୟନ୍ତ୍ରଣ କରିପାରିବେ ନାହିଁ ।

ମ୍ୟାଟ ଏହି ପୋଷ୍ଟରେ ଲେଖିଛନ୍ତି ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଏହି ଚିଠିକୁ ତାଙ୍କ ଆଲମାରୀରୁ ପାଇଥିଲେ ଏବଂ ଯେତେବେଳେ ସେ ଏହାକୁ ପଢ଼଼ିଲେ ସେତେବେଳେ ସେ କାନ୍ଦୁଥିଲେ, କିନ୍ତୁ ବର୍ତ୍ତମାନ ମୁଁ ତାଙ୍କୁ ପ୍ରତିଦିନ ମନେ ରଖିଛି। ମୁଁ ତାଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ ପ୍ରତିଟି ସମୟ ତାଙ୍କୁ ଅନୁଭବ କରୁଛି।

ମ୍ୟାଟ ଲେଖିଛନ୍ତି ମୁଁ ଏହି ଚିଠିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛି ଯାହା ଦ୍ୱାରା ଲୋକମାନେ ଅନୁଭବ କରିବେ ଜଣେ ମା’ଙ୍କର ଗୁରୁତ୍ୱ ଆମ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ।

A letter from my mom that I found after she passed away from cancer
byu/MattGald inMadeMeSmile


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri