‘ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ’

ଭୁବନେଶ୍ୱର,୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି।

ପ୍ରବାସୀମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ପାଇଁ ମୁଁ ଆଜି ବିଦେଶରେ ଗର୍ବିତ। ଭାରତୀୟମାନେ ଯେଉଁଠିକି ଯାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି। ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମର ଦାୟିତ୍ୱ। ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଆମେ ଗୁରୁତ୍ୱ ଦେଉଛୁ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ କରୁଥିଲେ। ଏବେ ସମୟ ବଦଳିଛି। ଆମେ ପ୍ରବାସୀଙ୍କୁ ଗୁରୁତ୍ୱ ଦେଉଛୁ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ବିକାଶରେ ଆପଣଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ। ଆପଣଙ୍କ ଯୋଗଦାନ ବିକଶିତ ଭାରତ ଯାତ୍ରାକୁ ଆହୁରି ଶକ୍ତି ଦେବ। ଆପଣ ଛୋଟ ଛୋଟ ସହରରେ ନିଜ ପିଲାଙ୍କୁ ବୁଲାନ୍ତୁ। ଅତିକମ୍‌ରେ ନିଜର ୫ ଜଣ ବନ୍ଧୁଙ୍କୁ ସାଙ୍ଗରେ ଆଣନ୍ତୁ। ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ। ଯେଉଁଠି ବି ରୁହନ୍ତୁ ଆମର ପ୍ରକୃତ ଇତିହାସ ଜଣାନ୍ତୁ। ଯେଉଁଠି ରହୁଛନ୍ତି, ସେଠି ପୁରସ୍କାର ସମାରୋହ ଆୟୋଜନ କରାନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମୂଳ ନିବାସୀଙ୍କୁ ପୁରସ୍କୃତ କରନ୍ତୁ। ଏଥିରେ ଆପଣଙ୍କୁ ଭାରତୀୟ ଦୂତାବାସ ସହଯୋଗ କରିବ।

ଗଣତନ୍ତ୍ର ଓ ବିବିଧତା ଆମର ଲାଇଫଲାଇନ୍। ଏକବିଂଶ ଶତାବ୍ଦୀରେ ଭାରତର ଅଦ୍ଭୂତପୂର୍ବ ବିକାଶ ହେଉଛି। ଅର୍ଥନୀତିରେ ଆମ ଦେଶ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ। ଖୁବଶୀଘ୍ର ଏହି ତାଲିକାରେ ଆମେ ତୃତୀୟ ସ୍ଥାନକୁ ଉନ୍ନୀତ ହେବ। ଆଜି ଭାରତ ଫାଇଟର ଜେଟ୍ ନିର୍ମାଣ କରୁଛି। ଭାରତର କଥାକୁ ଆଜି ପୂରା ବିଶ୍ୱ ଶୁଣୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି,  କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ; ସବୁଠି ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ଆୟୋଜନ ହୁଏ। ଧଉଳି ଶାନ୍ତିର ପ୍ରତୀକ। ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ଇ-କେୱାଇସି କରିବା ଜରୁରୀ,ଆସିଲା ନୂଆ ସୂଚନା

ଭୁବନେଶ୍ୱର,୧୬।୧: ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା

ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ)...

ସ୍ମୃତି-ନୁପୁରଙ୍କୁ ମିଳିଲା ନାହିଁ ଟିକେଟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଜେଡିୟୁ ଏବଂ ଏଲଜେପିକୁ...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri