‘ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ୫୦ହଜାର ଘରେ ନ ପହଞ୍ଚତ୍ଲେ ଭଲ ହେବନି’

ଭୁବନେଶ୍ୱର,୩୦।୯(ବ୍ୟୁରୋ): ବର୍ଷକୁ କୋଟି କୋଟି କମାଉଛୁ, କିନ୍ତୁ ପଚାଶ ହଜାର ଦେବୁ ନାହିଁ କାହିଁକି? ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ମୋର କିଛି ଶୁଣିବାର ନାହିଁ। ଦୁର୍ଗା ପୂଜା ପୂର୍ବରୁ ୫୦ ହଜାର ଟଙ୍କା ଘରେ ଦେଇଆସିବୁ। ନହେଲେ ଭଲ ହେବନି। ଜଣେ ବ୍ୟବସାୟୀଙ୍କୁ ଏମିତି ଧମକ ଦେବା ସହ ଠେଲାପେଲା କରି ପକେଟରୁ ୫ ହଜାରରୁ ଅଧିକ ଟଙ୍କା ଛଡାଇନେଇ ମାରିଦେବା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନାଞ୍ଚଳର ଦେବାଶିଷ ମହାପାତ୍ର। ତାଙ୍କଠାରୁ ପୋଲିସ ୩ହଜାର ୮ଶହ ଟଙ୍କା ଜବତ କରିଛି। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ନାମରେ ପୂର୍ବରୁ ସମ୍ପୃକ୍ତ ଥାନାରେ ୯ଟି ଆପରାଧିକ ମାମଲା ରହିଥିବାବେଳେ ଏୟାରଫିଲ୍ଡ ଥାନାରେ ୬ଟି ଏବଂ ଖଣ୍ଡଗିରି ଥାନାରେ ଗୋଟିଏ ମାମଲା ରହିଛି। ସେ ଅଭ୍ୟାସଗତ ଭାବରେ ଅପରାଧରେ ସମ୍ପୃକ୍ତ ଥିବାରୁ ତାଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଥିବା ପୋଲିସ କହିଛି। ଦାଦାବଟି ଉପରେ ରୋକ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ‘ଦାଦାବଟିକୁ ନା’ ଅଭିଯାନ ମାଧ୍ୟମରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏ ପରିସ୍ଥିତିରେ ଅପରାଧୀମାନେ ଏହାକୁ ଖାତିର ନ କରି ଦାଦାବଟି ଆଦାୟ କରି କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି।
ସୂଚନାନୁସାରେ, ଅଭିଯୋଗକାରୀ ପ୍ରଫୁଲ୍ଲ କୁମାର ମୁଦୁଲି ଜମି ବ୍ୟବସାୟ କରନ୍ତି। ଅଭିଯୁକ୍ତ ଜଣକ ତାଙ୍କୁ ଦାଦାବଟି ବାବଦକୁ ୫୦ ହଜାର ମାଗିଥିଲେ। କିନ୍ତୁ ପ୍ରଫୁଲ୍ଲ ଦାଦାବଟି ଦେବାକୁ ରୋକଠୋକ ମନା କରିଦେଇଥିଲେ। ଫଳରେ ଅଭିଯୁକ୍ତ ଦେବାଶିଷ ବୁଧବାର ପ୍ରଫୁଲ୍ଲଙ୍କୁ ଗଙ୍ଗୁଆ ପୋଲ ଉପରେ ଅଟକାଇ ଅଶାଳୀନ ଭାଷାରେ ଗାଳିଗୁଳଜ କରିଥିଲେ। ଏହାକୁ ପ୍ରଫୁଲ୍ଲ ବିରୋଧ କରିବାରୁ ଅଭିଯୁକ୍ତ ଦେବାଶିଷ ତାଙ୍କୁ ବାରମ୍ବାର ଧକ୍କା ମାରିବା ସହ ଧମକ ଦେଇଥିଲେ। ଏପରିକି ତାଙ୍କ ଶାର୍ଟ ପକେଟରୁ ୫ ହଜାର ୨ଶହ ଟଙ୍କା ଛଡାଇ ନେଇଥିଲେ ବୋଲି ପ୍ରଫୁଲ୍ଲ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ସେ ବାରମ୍ବାର ଏପରି ଅପରାଧ ଘଟାଇ ଜେଲ୍‌ ଯାଉଥିଲେ ମଧ୍ୟ ବେଲ୍‌ରେ ଆସିବା ପରେ ପୁଣି ଦାଦାବଟି ମାଗୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri