‘ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ୫୦ହଜାର ଘରେ ନ ପହଞ୍ଚତ୍ଲେ ଭଲ ହେବନି’

ଭୁବନେଶ୍ୱର,୩୦।୯(ବ୍ୟୁରୋ): ବର୍ଷକୁ କୋଟି କୋଟି କମାଉଛୁ, କିନ୍ତୁ ପଚାଶ ହଜାର ଦେବୁ ନାହିଁ କାହିଁକି? ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ମୋର କିଛି ଶୁଣିବାର ନାହିଁ। ଦୁର୍ଗା ପୂଜା ପୂର୍ବରୁ ୫୦ ହଜାର ଟଙ୍କା ଘରେ ଦେଇଆସିବୁ। ନହେଲେ ଭଲ ହେବନି। ଜଣେ ବ୍ୟବସାୟୀଙ୍କୁ ଏମିତି ଧମକ ଦେବା ସହ ଠେଲାପେଲା କରି ପକେଟରୁ ୫ ହଜାରରୁ ଅଧିକ ଟଙ୍କା ଛଡାଇନେଇ ମାରିଦେବା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନାଞ୍ଚଳର ଦେବାଶିଷ ମହାପାତ୍ର। ତାଙ୍କଠାରୁ ପୋଲିସ ୩ହଜାର ୮ଶହ ଟଙ୍କା ଜବତ କରିଛି। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ନାମରେ ପୂର୍ବରୁ ସମ୍ପୃକ୍ତ ଥାନାରେ ୯ଟି ଆପରାଧିକ ମାମଲା ରହିଥିବାବେଳେ ଏୟାରଫିଲ୍ଡ ଥାନାରେ ୬ଟି ଏବଂ ଖଣ୍ଡଗିରି ଥାନାରେ ଗୋଟିଏ ମାମଲା ରହିଛି। ସେ ଅଭ୍ୟାସଗତ ଭାବରେ ଅପରାଧରେ ସମ୍ପୃକ୍ତ ଥିବାରୁ ତାଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଥିବା ପୋଲିସ କହିଛି। ଦାଦାବଟି ଉପରେ ରୋକ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ‘ଦାଦାବଟିକୁ ନା’ ଅଭିଯାନ ମାଧ୍ୟମରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏ ପରିସ୍ଥିତିରେ ଅପରାଧୀମାନେ ଏହାକୁ ଖାତିର ନ କରି ଦାଦାବଟି ଆଦାୟ କରି କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି।
ସୂଚନାନୁସାରେ, ଅଭିଯୋଗକାରୀ ପ୍ରଫୁଲ୍ଲ କୁମାର ମୁଦୁଲି ଜମି ବ୍ୟବସାୟ କରନ୍ତି। ଅଭିଯୁକ୍ତ ଜଣକ ତାଙ୍କୁ ଦାଦାବଟି ବାବଦକୁ ୫୦ ହଜାର ମାଗିଥିଲେ। କିନ୍ତୁ ପ୍ରଫୁଲ୍ଲ ଦାଦାବଟି ଦେବାକୁ ରୋକଠୋକ ମନା କରିଦେଇଥିଲେ। ଫଳରେ ଅଭିଯୁକ୍ତ ଦେବାଶିଷ ବୁଧବାର ପ୍ରଫୁଲ୍ଲଙ୍କୁ ଗଙ୍ଗୁଆ ପୋଲ ଉପରେ ଅଟକାଇ ଅଶାଳୀନ ଭାଷାରେ ଗାଳିଗୁଳଜ କରିଥିଲେ। ଏହାକୁ ପ୍ରଫୁଲ୍ଲ ବିରୋଧ କରିବାରୁ ଅଭିଯୁକ୍ତ ଦେବାଶିଷ ତାଙ୍କୁ ବାରମ୍ବାର ଧକ୍କା ମାରିବା ସହ ଧମକ ଦେଇଥିଲେ। ଏପରିକି ତାଙ୍କ ଶାର୍ଟ ପକେଟରୁ ୫ ହଜାର ୨ଶହ ଟଙ୍କା ଛଡାଇ ନେଇଥିଲେ ବୋଲି ପ୍ରଫୁଲ୍ଲ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ସେ ବାରମ୍ବାର ଏପରି ଅପରାଧ ଘଟାଇ ଜେଲ୍‌ ଯାଉଥିଲେ ମଧ୍ୟ ବେଲ୍‌ରେ ଆସିବା ପରେ ପୁଣି ଦାଦାବଟି ମାଗୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri