Posted inଖେଳ

ଇଲ୍ୟୁଜନ ଟି-ଶାର୍ଟ

ଅନେକେ ଚାଲିଥିବା ଟ୍ରେଣ୍ଡ ଓ ଫ୍ୟାଶନ୍‌ଠାରୁ କିଛି ଭିନ୍ନ ଫ୍ୟାଶନ ଆପଣେଇ ସମସ୍ତଙ୍କଠାରୁ ଅଲଗା ଦେଖାଯିବାକୁ ପସନ୍ଦ କରିଥା’ନ୍ତି। ତେଣୁ ଭିଡ଼ ଭିତରୁ ବାରି ହେବା ଭଳି କିଛି ପିନ୍ଧିବାକୁ ଚାହୁଁଥିଲେ ଏହି ଇଲ୍ୟୁଜନ ଟି-ଶାର୍ଟ ବେଷ୍ଟ ଚଏସ୍‌ ହୋଇପାରେ। ଏହାକୁ ପିନ୍ଧିଲେ ଭିନ୍ନ ତ ଲାଗିବେ, ତା’ ସହ ଆପଣଙ୍କ ଟି-ଶାର୍ଟକୁ ଦେଖୁଥିବା ବ୍ୟକ୍ତି କିଛି ସମୟ ପାଇଁ ଭ୍ରମରେ ପଡ଼ିଯିବେ…

ମ୍ୟୁଜିକ୍‌ ଏକ୍ସପେରିମେଣ୍ଟାଲ ଟି-ଶାର୍ଟ: ମ୍ୟୁଜିକ୍‌ ବା ସଙ୍ଗିତକୁ ଭଲ ପାଉଥିବା ତଥା ଭଲ ଗୀତ ଗାଉଥିବା ବ୍ୟକ୍ତିଙ୍କୁ ଏଇ ଟି-ଶାର୍ଟ ଉପହାର ସ୍ବରୂପ ଦିଅନ୍ତୁ। ଦେଖିବେ ସେ କେତେ ଖୁସି ହେଇଯିବେ। ଏହି ଟି-ଶାର୍ଟରେ ମାଇକ୍‌ର ଚିତ୍ର ଓ ହେଡ୍‌ଫୋନ୍‌ ବେକରେ ଝୁଲାଇଥିବା ଫଟୋ ଥାଏ। ଏହିସବୁ ଫଟୋ ଥ୍ରୀ ଡି ଅଟେ। ଆଉ ଏତେ ବାସ୍ତବ ଲାଗେ ଯେ, ଦୂରରୁ ଦେଖିଲେ ଲାଗିବ ଯେମିତିକି ଟି ଶାର୍ଟ ପିନ୍ଧିଥିବା ବ୍ୟକ୍ତି ମାଇକ୍‌ ସାମ୍ନାରେ ଠିଆ ହୋଇ ଗୀତ ଗାଉଛନ୍ତି ଅବା ହେଡ୍‌ ଫୋନ ବେକରେ ଝୁଲାଇଛନ୍ତି।

ଲଙ୍ଗ୍‌ ହେୟାର ଇଲ୍ୟୁଜନ୍‌ ଟି-ଶାର୍ଟ: ଲମ୍ବା ସୁନ୍ଦର କେଶ କାହାକୁ ବା ଭଲ ନ ଲାଗେ। ହେଲେ ଅନେକ ଯୁବତୀ ଏଭଳି କେଶ ଲାଗି ଯେତେ ଚେଷ୍ଟା କଲେ ବି ପାଇପାରି ନ ଥାଆନ୍ତି। ତେଣୁ ମନରେ ଅବସୋସ ରହିଯାଏ। ଏମିତି କ୍ଷେତ୍ରରେ ଏହି ଟି-ଶାର୍ଟ ଟ୍ରାଏ କରିପାରିବେ। ଆଉ ଲମ୍ବା କେଶ ଥିବାର ଭ୍ରମ ଅନ୍ୟମାନଙ୍କ ମନରେ ସୃଷ୍ଟି କରିପାରିବେ। ଉକ୍ତ ଟି-ଶାର୍ଟରେ ଲମ୍ବା କେଶର ପ୍ରିଣ୍ଟ ଏଭଳି ହୋଇଛି ଯେ, ତାହା ସତସତିକା ପରି ଲାଗେ। ଏହାକୁ ପିନ୍ଧିଲେ ଯୁବତୀଙ୍କ କାନ୍ଧ ପର୍ଯ୍ୟନ୍ତ ଥିବା କଳା କେଶ, ଟି-ଶାର୍ଟରେ ପ୍ରିଣ୍ଟ ହୋଇଥିବା କେଶ ସହ ମିଶିଯାଏ। ଆଉ ଜଣାପଡ଼େନି କେଉଁଟି ଅସଲି କେଉଁଟି ନକଲି।

କଟ୍‌ ଟି-ଶାର୍ଟ: ଏହି ଟି-ଶାର୍ଟକୁ ପିନ୍ଧିଲେ ଲାଗିବ ସତେ ଯେମିତି ଆପଣଙ୍କ ପେଟଭାଗ କଟିଯାଇଛି। ଅନ୍ତବୁଜୁଳା ବି ନାହିଁ। ଖାଲି ମେରୁଦଣ୍ଡ ହାଡ଼ ସେହି ଅଂଶରେ ଅଛି। ବେଶ୍‌ ଅଜବ ଲାଗେ ଦେଖିବାକୁ। ତେବେ ହାଲୋଓ୍ବିନ ପାଇଁ ଏହି ଟି-ଶାର୍ଟ ପରଫେକ୍ଟ।

ଉଇ ଆର୍‌ ଅଲ ବେବି ଇନ୍‌ସାଇଡ୍‌ ଟି-ଶାର୍ଟ: ମଣିଷ ଯେତେ ବଡ଼ ହେଲେ ବି ତା’ ଭିତରେ କିଛି ପିଲାଳିଆମି ଜୀବନ୍ତ ଥାଏ। ଆଉ ତାହା ରହିବା ବି ଭଲ। ଏହାକୁ ଦର୍ଶାଇଥାଏ ଉକ୍ତ ଟି-ଶାର୍ଟ। ଏହି ଟି-ଶାର୍ଟର ସାମ୍‌ନା ଭାଗରେ ଡାଇପର୍‌ ପିନ୍ଧା କୁନି ପିଲା ଠିଆ ହୋଇଥିବା ଶରୀରର ଚିତ୍ର ଥାଏ। ହେଲେ ପିଲାଟିର ମୁଣ୍ଡ ନ ଥାଏ। ଖାଲି ବେକ ପର୍ଯ୍ୟନ୍ତ ଥାଏ। ତେଣୁ ଏହାକୁ ପିନ୍ଧିଲେ ଆପଣଙ୍କ ମୁହଁ ଏକ ଛୋଟ ପିଲା ଶରୀର ଉପରେ ଥିବା ପରି ଲାଗିବ।

ଅଜଣା ହାତ ଶରୀରକୁ ମୁଠେଇ ଧରିଥିବା ଟି-ଶାର୍ଟ: ଏଇ ଟି-ଶାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଦେଖିଲେ ଲାଗିବ ସତେ ଯେମିତି ଏକ ଅଜଣା ବିରାଟକାୟ ହାତ ତାଙ୍କ ଶରୀରକୁ ମୁଠେଇ ଧରିଛି। ଅର୍ଥାତ୍‌ ସେ କାହା ହାତରେ କଣ୍ଢେଇଟିଏ ପରି ଲାଗିବେ।

ଥ୍ରୀ ଡି ଅପ୍ଟିକାଲ ଇଲ୍ୟୁଜନ ଟି-ଶାର୍ଟ: ଯଦି କେହି ଅଧିକ ସମୟ ଉକ୍ତ ଟି-ଶାର୍ଟକୁ ଚାହିଁ ରହିବେ, ତେବେ ଏକ ଅଜଣା ଗଭୀରତା ଭିତରେ ପଶିଗଲା ଭଳି ଅନୁଭୂତ ହେବ। କାରଣ ଏହା ଉପରେ ହୋଇଥିବା ଥ୍ରୀଡି ପାଟର୍ନର ରହସ୍ୟମୟ ଗାତ୍ରର ଆରମ୍ଭ, ଅନ୍ତ କେଉଁଠି ଜଣାପଡ଼େନି। ଆଉ ଭିନ୍ନ ଏକ ଦୁନିଆର ରାସ୍ତା ପରି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri