ଆଲୋକବର୍ତ୍ତିକା

ତମେ ଯେତେବେଳେ ନିଜ ଭିତରେ ଆଲୋକ ପ୍ରଜ୍ୱଳିତ କର ସେତେବେଳେ ତୁମେ ସାରା ଜଗତର ଆଲୋକ ହୋଇଉଠ। ଏକଥାଟି କହିବାର ଆବଶ୍ୟକତା ବହୁତ ବେଶି। ତା’ର କାରଣ ଯାହା ହେଉ ନା କାହିଁକି ଯଦି ସେ ନିଜକୁ ଉପଲବ୍ଧି କରିଛି ତେବେ ତା’ର କଥାଗୁଡ଼ିକ ଆପଣାଛାଏଁ ଅନ୍ୟମାନଙ୍କ ଭିତରେ ଉପଲବ୍ଧ କରାଇହବ। ସେଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ସଂସ୍ଥା, ସଂଘଟନ କରିବାର ଆବଶ୍ୟକତା ନ ଥାଏ। ସୂର୍ଯ୍ୟର ଆଲୋକ ପରି ସେହି ଆଲୋକର ସଂସ୍ପର୍ଶରେ ଆସିଲେ ଏପରି କି ସାଧାରଣ କଥା ଭିତରେ ବି ତାଙ୍କ ଉପଲବ୍ଧିର ଝଙ୍କାର ଥାଏ। ସେମାନଙ୍କୁ ‘ମୁଁ ଅମୁକ କି ସମକ’ କିବା ”ମୁଁ ସବୁ ଜାଣେ ତମକୁ ବତେଇ ଦେବି କି ତମେ ତମର ଶିଖରରେ ପହଞ୍ଚିଯିବ“ ସେପରି ପ୍ରଚାର କରିବାର ଆବଶ୍ୟକତା ନ ଥାଏ। କାରଣ ଗୋଟାଏ ବିରାଟ ସମୁଦ୍ରକୁ ଯଦି ଜଣେ ନିଜର ଆଞ୍ଜୁଳି ଭିତରେ ଧରି କହେ ଯେ ଏଇ ହେଉଛି ସମୁଦ୍ର ତେବେ ସେଇ ରକମର ଧୃଷ୍ଟତା ସେଇ ବ୍ୟକ୍ତିମାନେ କରନ୍ତି, ଯେଉଁମାନେ ନିଜକୁ ସର୍ବେସର୍ବା ବୋଲି କହି ହୁଅନ୍ତି। ସେମାନଙ୍କ ମନ ଭିତରେ ଥିବା ଅହଂର ଗର୍ବ ସେମାନଙ୍କୁ ନିର୍ଦ୍ଦୟ ଓ ବ୍ୟଭିଚାରୀ କରି ଦେଇଥାଏ। ଅବଶ୍ୟ ତା’ ଭିତରୁ କେହି ଜଣେ ଅଧେ ଅଛନ୍ତି ଯେଉଁମାନେ ସାଧାରଣ ଜନତାଙ୍କୁ ଦୁଃଖର କାରଣ ବିଷୟରେ ଅବଗତ କରାନ୍ତି। ସେମାନେ କେବଳ ଏତିକି କହନ୍ତି ଯେ ସେମାନେ କେବେହେଲେ କାହାରିକୁ ସେଇ ଶୀର୍ଷ ସ୍ଥାନରେ ନେଇ ପହଞ୍ଚେଇ ଦେଇପାରିବେ ନାହିଁ। ଯେ ପର୍ଯ୍ୟନ୍ତ ଜଣେ ଦୁନିଆ ଯାକର ନାନା ପ୍ରକାରର କୁସଂସ୍କାର, ପ୍ରଥା ପରମ୍ପରା ଭିତରେ ଦିନ କଟାଇ ଚାଲିଥିବ ତା ’ଅନ୍ତରରେ କଦାପି ସେଇ ଜ୍ଞାନର ପ୍ରଦୀପ ଜଳିପାରିବ ନାହିଁ।
ମଣିଷ ହିଁ ଭଲମନ୍ଦର ବିଚାର କରିପାରେ ଯେଉଁଟା ପଶୁମାନଙ୍କଠାରେ ନ ଥାଏ। ହେଲେ ସେଇ ପଶୁ ପ୍ରବୃତ୍ତିଗୁଡ଼ିକ ଆମେ ଛାଡ଼ି ପାରିନାହୁଁ। ଯଦିଓ ପଶୁଟିଏ ଗୋଟିଏ ଶିକାର କରି ତାକୁ ଖାଇସାରିବା ପରେ ବି ଅନ୍ୟ ଇତର ପଶୁମାନଙ୍କ ପାଇଁ ଅର୍ଥାତ୍‌ ଯେଉଁଗୁଡ଼ିକ ତା’ର ଆହାରର ବଳକା ଅଂଶଗୁଡ଼ିକ ଖାଇବାକୁ ଅପେକ୍ଷା କରି ଚାହିଁ ବସିଥାନ୍ତି ତାଙ୍କ ପାଇଁ ସ୍ଥାନ ଛାଡ଼ି ଚାଲିଯାଏ। ଅଥଚ ମଣିଷ ମନର ଲୋଭ ତାକୁ ସେପରି କରିବାକୁ ବାଟ ଛାଡ଼େନାହିଁ। ତା’ର ପିଲା ପରିବାରଙ୍କ ପାଇଁ ସାଇତି ରଖିଦିଏ। ଏପରି କି ଯାହା ବଳିଯାଏ ତାକୁ ଭବିଷ୍ୟତ ପାଇଁ ସାଇତିଦିଏ। ସେଇ ଦୃଷ୍ଟିରୁ ଦେଖିଲେ ମଣିଷର ବିବେକ ଥାଇ ନ ଥିବା ପରି ମନେହୁଏ। ତେବେ ତମେ କୁହ କୋଉ ଗୁଣରେ ମଣିଷ ପଶୁଠାରୁ ଉନ୍ନତ ? ଆହୁରି ପୁଣି ମଣିଷ କେଡ଼େ ଆସୁରିକ ପ୍ରବୃତ୍ତି ଧରି ରଖିଛି ତାହା ତ ବିଭିନ୍ନ ଖବରକାଗଜ ଦେଖିଲେ କି ଟିଭିର ଖବରଗୁଡ଼ିକ ଶୁଣିଲେ ସହଜରେ ବୁଝି ହୋଇଯାଏ। ଏଠି ଗୋଟିଏ ଉଦାହରଣ ଦେଉଛି ସେପରି ଉଦାହରଣଠାରୁ ଆହୁରି ବୀଭତ୍ସ ଉଦାହରଣରେ ଆମ ସମାଜ ଭରପୂର, ଯାହାକୁ ପୁଣି ସଭ୍ୟ ସମାଜ ବୋଲି କୁହାଯାଏ! ତା’ର ରେଖରୂପ ଦେଖିଲେ ଆମେ ମଣିଷମାନେ ଯେ କେତେ ବୀଭତ୍ସ, କେତେ ବିଶୃଙ୍ଖଳ ଓ ନୃଶଂସ ହୋଇପଡ଼ିଛେ ସହଜରେ ବୁଝିହୋଇଯିବ। ପୁଅଟିଏ ଝିଅକୁ ପ୍ରେମ କରି ଏକାଠି ରହିଲେ। ତା’ପରେ ଦିନେ ସେ ପୁଅଟିର ମୁଣ୍ଡରେ କ’ଣ ପଶିଲା ସେ ଗୋଟିଏ ଧାରୁଆ ଛୁରି ସାହାଯ୍ୟରେ ତାକୁ ହାଣି ଟିକି ଟିକି କରି ଲୁଚାଇବାକୁ ବାଟ ନ ପାଇ ତା ଫ୍ରିଜ୍‌ ଭିତରେ ପୂରେଇ ରଖିଲା। ଆଉ ଅଳ୍ପ ଅଳ୍ପ କରି କୌଣସି ଦୂର ଜାଗାରେ ନଷ୍ଟ କରିବାକୁ ଯାଉଥିଲା। ଧରା ତ ପଡ଼ିଲା ହେଲେ ଯେତେ ଯାହା କଲେ ବି କ’ଣ ସେଇ ପୂର୍ବ ଅବସ୍ଥାକୁ ଫେରି ପାରିଲା ? କୌଣସି କାରଣରୁ ଯଦି କେହି ଗୋରୁନେଇ ରାସ୍ତାରେ ଗଲା ତେବେ ଟଙ୍କା ପାଇବା ଆଶାରେ ତାକୁ ଧରି ଆଣି ଗୋଟାଏ ଖୁଣ୍ଟରେ ବାନ୍ଧି ଦୁଇତିନି ଜଣ ମିଶି ବାଡ଼ାଇ ମାରିଦେଉଛନ୍ତି। ଏଇ ହେଉଛି ଆମ ଧାର୍ମିକପଣିଆର ପୃଷ୍ଠପୋଷକତା। ଏମାନେ ସମସ୍ତେ ଭୁଲିଯାଇଛନ୍ତି ଯେ ଧର୍ମ ଅଧର୍ମର ନ୍ୟାୟନିକିତି ସଦାବେଳେ ଜାଗ୍ରତ। ତେଣୁ ନିଜ ଭିତରେ ନିଜ ବିବେକକୁ ଜାଗ୍ରତ କର। ତା’ ଭିତର ଦେଇ ନିଜ ଜୀବନର ଟିକିନିଖି ଦେଖିନିଅ-ଭାବନା ଓ କର୍ମକୁ ନେଇ ଜୀବନ ପରିଚାଳିତ ହୋଇଥାଏ। ପ୍ରତି ମୁହୂର୍ତ୍ତରେ ଦେଖ, ତମ ଭିତରେ ନିଜ ବିବେକର ଆଲୋକ ବର୍ତ୍ତିକା ସଦୃଶ ଜାରି ରଖ, ଅଖଣ୍ଡ ପ୍ରଦୀପ ଜାଳିଲା ପରି ତାକୁ ବି ସଦାସର୍ବଦା ଜଳାଇ ରଖ ଯେତେ ଯାହା ହେଉପଛକେ ତାକୁ ଲିଭାଇ ଦିଅ ନାହିଁ।

  • ଆରତି ମହାନ୍ତି
    ଶ୍ରୀରାମ ନଗର, ଭୁବନେଶ୍ୱର
    ମୋ : ୯୬୯୨୦୯୮୦୫୪

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri