ଖାଦାନରୁ ବେଆଇନ ପଥର ଲୁଟ୍‌, ରାଜସ୍ବ ହାନି

ନବରଙ୍ଗପୁର, ୨୪।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ତହସିଲ ଅଧୀନରେ ଥିବା ବିଭିନ୍ନ ଖଣି ଖାଦାନରୁ ବେଆଇନ ଭାବେ ପଥର ଲୁଟ୍‌ ହେବାରେ ଲାଗିଛି। ବିଭିନ୍ନ ଠିକା ସଂସ୍ଥା ଦ୍ବାରା ଲକ୍ଷାଧିକ ଟଙ୍କାର ଖଣିଜ ସମ୍ପଦ ଲୁଟ୍‌ ଚାଲିଥିଲେ ସୁଦ୍ଧା ରାଜସ୍ବ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରିକି ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିଲେ ମଧ୍ୟ ରାଜସ୍ବ କର୍ମଚାରୀ ଠିକାସଂସ୍ଥାଙ୍କୁ ଅନୁକମ୍ପା ଦେଖାଉଥିବା ଥିବା ଅଭିଯୋଗ ହେଉଛି। ରାୟପୁର-ବିଶାଖାପାଟଣା ଭାରତମାଳା ସଡ଼କ ପଥ ପାଇଁ ନିୟୋଜିତ ବିଭିନ୍ନ ଠିକା ସଂସ୍ଥା ବେଆଇନ ଭାବେ ଜିଲାର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ପଥର ଖନନ କରୁଥିବା ଦେଖିବାକୁ ମିଳୁଛି। ତେଣୁ ରାଜ୍ୟ ସରକାର ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
ପ୍ରକାଶ ଯେ, ଚିକଲପଦର ଗ୍ରାମ୍ୟ ଜଙ୍ଗଲ କିସମ ଶୀତଳ ଡଙ୍ଗରୀରେ ଖାତା ନମ୍ବର ୯୭/୨/ ୯ ଓ ପ୍ଲଟ ନମ୍ବର ୪୨/୫୫୫ରେ ୩ ଏକର ୩୦ ଡିସିମିଲ ଜମିରେ ୫ ଲକ୍ଷ ସିଏମରୁ ଊଦ୍ଧର୍‌ବ ପଥର ଖନନ କରି ନେଇଥିବା ଅଭିଯୋଗ ହୋଇଛି । ପାହାଡ଼ ଖୋଳି ପ୍ରାୟ ୫୦ ଫୁଟରୁ ଅଧିକ ପଥର ଫଟାଇ ନେଇଛନ୍ତି, ଯାହାର ଅନୁମାନିକ ରାଜସ୍ବ ୮ କୋଟି ଟଙ୍କା ହେବ ବୋଲି ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ନବରଙ୍ଗପୁର ଜିଲା ତାଲିକା ରହିଛି। ତହସିଲର ବିନା ଅନୁମତିରେ ବିସ୍ଫୋରକ ବ୍ୟବହାର କରି ଠିକା ସଂସ୍ଥା ଖାଦାନରେ ପଥର ଫଟାଉଥିଲେ ବି ପୋଲିସ ଓ ପ୍ରଶାସନ ନିକଟରେ କିଭଳି ଖବର ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହାବ୍ୟତୀତ କେଉଁଠାରୁ, କେତେ ପରିମାଣର ବିସ୍ଫୋରକ ସାମଗ୍ରୀ ଠିକାଦାର ରଖିଛନ୍ତି ତାହାର ଠିକଣା ଓ ତାଲିକା ମଧ୍ୟ ପୋଲିସ ଓ ପ୍ରଶାସନ ନିକଟରେ ରହିବା ଆବଶ୍ୟକ । ଏ ସମସ୍ତର ଖିଲାପ କରି ଠିକା ସଂସ୍ଥା ବେଆଇନ ଭାବେ ପଥର ଉଠାଇ ଚାଲିଥିଲେ ମଧ୍ୟ ପ୍ରଶାସନ ଓ ରାଜସ୍ବ ଅଧିକାରୀ ଆଖି ବୁଜିଦେବା ପଛରେ କଣ ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗ ହେଉଛି । ସେହିପରି ପଥର କାଢ଼ିବା ପରେ ଉକ୍ତ ଗଭୀର ଗର୍ତ୍ତରେ ମାଟି ସମତୁଲ କରିବା ସହ ଗଛ ଲଗାଇବା ନିୟମ ରହିଥିଲେ ବି ଏବେ ଉକ୍ତ ସ୍ଥାନ ବିପଦସଂକୁଳ ଅବସ୍ଥା ରହିଛି। ଉକ୍ତ ସ୍ଥାନରୁ ପିଆରଏ ହାତିବେନା- ବଡ଼କୁମାରୀ ଏକ୍ସପ୍ରେସ ୱେ ପ୍ରାଇଭେଟ ଲିମିଟେଡ ଠିକା ସଂସ୍ଥା ତହସିଲର ବିନା ଅନୁମତିରେ ପଥର ଖନନ କରିନେଇଛି । ଏହି ଠିକା ସଂସ୍ଥା ବିଭିନ୍ନ ସ୍ଥାନରୁ ବାଲି ଓ ପଥର ଉଠାଣ ବାବଦକୁ ୧ କୋଟି ୪୮ ଲକ୍ଷ ୮୦ ହଜାର ୮୭୫ ଟଙ୍କା ରାଜସ୍ବ ଦେଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ପଥର ଖନନ କରି ଉଠାଇଥିବା ବାବଦକୁ ୪୫ ଲକ୍ଷ, ୨୫ ଲକ୍ଷ ଓ ୩୦ ଲକ୍ଷ ୩ଟି ପର୍ଯ୍ୟାୟରେ ରାଜସ୍ବ ଜମା କରିଛି । ଏହାପରେ ବେଆଇନ ଭାବେ ୫୮ ହଜାର ସିଏମ ପଥର ଖନନ କରି ଡମ୍ପିଂ କରି ରଖିଥିବା ନେଇ ଠିକା ସଂସ୍ଥା ପିଆରଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଉମରକୋଟ ତହସିଲ ପକ୍ଷରୁ ଜୁଲାଇ ୧୪ ତାରିଖରେ ଚିଠି ନମ୍ବର ୨୯୦୭ ମାଧ୍ୟମରେ ଡିମାଣ୍ଡ ନୋଟିସ କରାଯିବା ସହ କୋରାପୁଟ ଡେପୁଟି ଡାଇରେକ୍ଟର ମାଇନ୍ସକୁ ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଯେତେବେଳେ ଜାଣିଲେ ସେତେବେଳେ ଖାଦାନକୁ ବନ୍ଦ ନ କରି ପୁଣି ପଥର ଖନନ କରିବାକୁ କିଭଳି ସୁଯୋଗ ଦିଆଗଲା ବୋଲି ପ୍ରଶ୍ନ ଉଠିଛି । ସରକାରୀ ନିୟମ ଅନୁଯାୟୀ, ବେଆଇନ ଭାବେ ପଥର ଉଠାଇଲେ ଠିକା ସଂସ୍ଥା ନାଁରେ ମାମଲା ରୁଜୁ କରାଯିବା ସହ କ୍ବାରୀ ପାଇଁ ଆବେଦନ ତଥା ତହସିଲଦାରଙ୍କ ଅନୁମତି ପରେ ପଥର ଉଠାଇପାରିବ । ଏହାବ୍ୟତୀତ ଯେଉଁ ପରିମାଣର ପଥର ଉଠାଇଛନ୍ତି ସରକାରୀ ନିୟମ ପ୍ରକାରେ ରାଜସ୍ବ ଆଦାୟ କରିବା ସହ ଫାଇନ ମଧ୍ୟ ଆଦାୟ ହୋଇଥାଏ । ତେବେ ଏଠି ସବୁକିଛି ଖିଲାପ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଭାରତମାଳା କାର୍ଯ୍ୟର ନିୟମିତ ବ୍ୟବଧାନରେ ତଦାରଖ ପାଇଁ ତହସିଲଦାରଙ୍କୁ ସ୍ବତନ୍ତ୍ର ଭାବେ ଏକ ଗାଡି ଯୋଗାଇ ଦିଆଯାଇଛି। ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ଅଫିସ ମଧ୍ୟ କରାଯାଇଛି। ରାଜସ୍ବ ନିରୀକ୍ଷକ ଓ ସୁପରଭାଇଜର ଏ ବିଷୟରେ ତହସିଲଦାରଙ୍କୁ ନିୟମିତ ରିପୋର୍ଟ ପ୍ରଦାନ କରିବେ। ଏପରିକି ରାଜସ୍ବ ନିରୀକ୍ଷକଙ୍କଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ କ୍ବାରି, ବାଲିଘାଟ ଓ ଖାଦନ ଆଦି ସମ୍ପର୍କରେ ନିରୀକ୍ଷଣ ଓ ତଦାରଖ କରି ତା’ର ଏକ ରିପୋର୍ଟ ଜିଲାପାଳଙ୍କୁ ଦେବାର ବ୍ୟବସ୍ଥା ରହିଛି। ପ୍ରତି ମାସରେ ରାଜସ୍ବ ଓ ଜମିଜମା ଘଟଣାକୁ ନେଇ ବୈଠକ ମଧ୍ୟ ଜିଲାସ୍ତରରେ ହେଉଛି । ଏହାସତ୍ତ୍ୱେ ରାଜସ୍ବ ଲୁଟ ହେଉଥିଲେ ସୁଦ୍ଧା କାହାର ନିଘା ନ ଥିବା ଭଳି ମନେ ହେଉଛି। ତତ୍କାଳୀନ ଭାରପ୍ରାପ୍ତ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଭିଜିଲାନ୍ସ ଧରିବା ପରେ ସମ୍ପୃକ୍ତ କର୍ମଚାରୀ, ଅଧିକାରୀ ଓ ବଡ଼ବଡ଼ିଆ ଅଧିକାରୀ ରାଉତଙ୍କ ଉପରେ ଅଙ୍ଗୁଳି ଦେଖାଇ ଖସିଯିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଉମରକୋଟ ତହସିଲଦାର ତୁଳା ମୁଦୁଲିଙ୍କୁ ପଚାରିବାରୁ ୫୮ ହଜାର ପଥର ଡମ୍ପିଂୟାର୍ଡ ରହିଥିବା ନେଇ ଆକଳନ କରାଯାଇ ଠିକା ସଂସ୍ଥାକୁ ଡିମାଣ୍ଡ ନୋଟିସ୍‌ କରାଯାଇଛି । ୧ ଏକର ୫୫ ଡିସିମିଲ ଜମିରୁ ପଥର ଖନନ ହୋଇଛି। ଖାଦାନରୁ ପଥର ଖନନ କାର୍ଯ୍ୟ ଏବେ ବନ୍ଦ କରିବାକୁ କୁହାଯାଇଛି । ଏହାବ୍ୟତୀତ ଠିକାସଂସ୍ଥା ଦ୍ୱାରା କେତେ ପରିମାଣର ପଥର ଖନନ କରାଯାଇଛି, ତା’ର ମାପଚୁପ ପାଇଁ କୋରାପୁଟ ଡେପୁଟି ଡାଇରେକ୍ଟର ମାଇନ୍ସକୁ ଚଠି କରାଯାଇଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri