ଚାଷ ଲାଗି ଆନ୍ଧ୍ରରୁ ଆସୁଛନ୍ତି ଶ୍ରମିକ

ତେନ୍ତୁଳିଖୁଣ୍ଟି ୨୪।୭ (ଚିଦାନନ୍ଦ ସାହୁ ): ଚଳିତ ବର୍ଷ ବର୍ଷା ଅଭାବରୁ ବିଳମ୍ବରେ ଆରମ୍ଭ ହୋଇଛି ଚାଷକାମ। ଏବେ ଆବଶ୍ୟକ ଅନୁସାରେ ବର୍ଷା ହେବା ପରେ ଚାଷୀ ତରବରିଆ ଭାବେ ଚାଷକାମରେ ଲାଗି ପଡ଼ିଛନ୍ତି। ସେପଟେ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତରେ ଧାନ ରୋଇବା ପାଇଁ ଶ୍ରମିକ ମିଳୁ ନ ଥିବାରୁ ଆନ୍ଧ୍ରପ୍ରଦେଶରୁ ଶ୍ରମିକ ଆଣି ଚାଷକାର୍ଯ୍ୟରେ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି।
ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ପ୍ରତ୍ୟେକ ଗ୍ରାମରେ ଏବେ ଚାଷକାମ ଜୋରଦାର ଆରମ୍ଭ ହୋଇଛି। ତଳି ଓପାଡିବା, ରୋଇବା ପାଇଁ ଶ୍ରମିକ ମିଳୁ ନ ଥିବାରୁ ଚିନ୍ତାରେ ଚାଷୀ। ତେବେ ନିଜ ଗ୍ରାମରେ ଧାନ ରୁଆ ସରିଲେ ଅନ୍ୟ ଗ୍ରାମକୁ ଶ୍ରମିକ ଯିବାକୁ ଶ୍ରମିକଙ୍କ ନିମନ୍ତେ ଏକ ଅଘୋଷିତ ନିର୍ଦ୍ଦେଶ ଜାରି ହୋଇଛି । ସେପଟେ ତଳି ୩୦ ରୁ ୪୦ ଦିନ ହୋଇଗଲାଣି। ପିଲ ଦେଲାଣି ତଳି । କେବେ ମିଳିବେ ଶ୍ରମିକ, କେବେ ରୁଆ କାମ ସରିବ ସେ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନ୍ୟପକ୍ଷେ ଆନ୍ଧ୍ରରେ ବର୍ଷା ନ ଥିବା ଯୋଗୁଁ ଆରମ୍ଭ ହୋଇପାରିନି ଚାଷକାମ। ଫଳରେ ଖାଲିରେ ବସିଛନ୍ତି ଚାଷୀ ଓ ଶ୍ରମିକ। ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଚରାମୂଳା ଗ୍ରାମର ଜଣେ ଚାଷୀ ଜି ଜଗନ୍ନାଥ କହିଛନ୍ତି, ଶ୍ରମିକ ଅଭାବ ସମ୍ପର୍କରେ ଆନ୍ଧ୍ରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। ତେବେ ମୋର ଚାଷକାମ ନ ହେଲା ନାହିଁ, ଆନ୍ଧ୍ରରୁ ଶ୍ରମିକ ନେଇକି ଯିବି ଏବଂ ଗୋଟିଏ ପର୍ଯ୍ୟାୟରେ କାମ ସରିଯିବ ବୋଲି କହିଥିଲେ। ରବିବାର ସେ ୧୬ ଜଣ ଶ୍ରମିକଙ୍କୁ ଆଣି ୭ ଏକର ଜମିରେ ରୁଆ କାର୍ଯ୍ୟ କରିଥିଲେ। ଆନ୍ଧ୍ର ଶ୍ରମିକ କାମ କରିବାକୁ ନେଇ ସାଧାରଣରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଏ କହୁଛି ଜଗନ୍ନାଥକୁ ଠିକ୍‌ ସମୟରେ ଶ୍ରମିକ ତ ମିଳିଲା, ଆଉ କିଏ କହୁଛି ଆମ ଅଞ୍ଚଳ ଶ୍ରମିକଙ୍କ ହକ ମାରିଦେଲା। ଆନ୍ଧ୍ର କୃଷି ଶ୍ରମିକଙ୍କ ରୋପଣ ଶୈଳୀ ଟିକିଏ ଅଲଗା ଏବଂ ଦ୍ରୁତ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri