ବେଆଇନ ପିସ୍ତଲ ଜବତ, ଜଣେ ଗିରଫ

ଦେବଗଡ଼,୨୦।୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ ପୌରାଞ୍ଚଳ ମଠସାହିରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖରୁ ଗୋଟିଏ ବେଆଇନ ପିସ୍ତଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ତୁଳସିପୁର ଗ୍ରାମର ଶରତ ଅଦାବରଙ୍କ ପୁଅ ବଳରାମ ଓରଫ ବନ୍ଧୁରାମ ଅଦାବର ଗତ କିଛି ବର୍ଷ ହେଲା ମଠସାହିରେ ନିଜ ପରିବାର ସହ ଭଡାରେ ରହି ଆସୁଛନ୍ତି । ତେବେ ଦେବଗଡ ଥାନା ପୋଲିସ ଏକ ମାମଲାର ତଦନ୍ତ କରୁଥିବା ବେଳେ ବଳରାମ ବେଆଇନ ଦେଶୀ ପିସ୍ତଲ ରଖିଥିବା ଜାଣିବାକୁ ପାଇଥିଲା । ଦେବଗଡ ଥାନା ପୋଲିସ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇ ବେଆଇନ ପିସ୍ତଲ ଜବତ କରିବା ସହ ବଳରାମଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।