ଝାରପଡ଼ା ଜେଲରୁ ବିଦେଶକୁ ଯାଉଥିଲା କଲ୍‌

ଭୁବନେଶ୍ୱର,୨୪ା୫(ବ୍ୟୁରୋ):କଟକଣା ସତ୍ତ୍ୱେ ଝାରପଡା ଜେଲକୁ ବେଆଇନ ମୋବାଇଲ୍‌ ଫୋନ୍‌ ଯାଉଛି। ଯେତେ ଜବତ କଲେ ସେତେ ମିଳୁଛି। ଅଧିକାଂଶ ମୋବାଇଲ୍‌ ଫୋନ୍‌ ଦୁର୍ଦ୍ଦାନ୍ତ ଅପରାଧୀ ଓ ହାଇପ୍ରୋଫାଇଲ୍‌ ଅଭିଯୁକ୍ତଙ୍କ ସେଲ୍‌ ନିକଟ ମାଟିତଳୁ ମିଳୁଥିବାରୁ ସତେ ଯେମିତି ଏଠାରେ ଖଣି ପଡିଥିବା ଭଳି ଲାଗୁଛି। କେବଳ ମେ’ ମାସ ୨୩ ଦିନରେ ୧୩ଟି ଫୋନ୍‌ ଜବତ ହେଲାଣି। ଜେଲ୍‌ ଭିତରକୁ ମୋବାଇଲ୍‌ ଫୋନ୍‌, ଟଙ୍କା ଓ ନିଶାଦ୍ରବ୍ୟ ଯାଉଥିବାର ଅନେକ ପ୍ରମାଣ ମିଳିଛି। ଭିତରେ ଅପରାଧୀମାନେ ମୋବାଇଲ୍‌ ଫୋନ୍‌ରେ ଅପରାଧ ନିୟନ୍ତ୍ରଣ କରୁଥିବା ନଜିର ରହିଛି। ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସେଲ୍‌ ନିକଟରୁ ମୋବାଇଲ୍‌ ଫୋନ୍‌ ମିଳିବା, କଏଦୀମାନେ କର୍ମଚାରୀଙ୍କୁ ଟଙ୍କା ଦେଇ ନିଶା ସେବନ କରିବା ସହ ମଉଜମସ୍ତି କରୁଥିବାର ଭିଡିଓ ଭାଇରାଲ ହେବା ପରେ ଜେଲ୍‌ ଅଧୀକ୍ଷକଙ୍କୁ ବଦଳି କରାଯାଇଛି। ନୂତନ ଭାବେ ଯୋଗଦେଇଥିବା ଜେଲ ଅଧୀକ୍ଷକ ସରୋଜ ବିଶ୍ୱାଳଙ୍କ ନେତୃତ୍ୱରେ ରବିବାର ଚଢାଉ ଓ ଯାଞ୍ଚ କରାଯାଇଥିଲା। ଏହି ସମୟରେ ମାଟି ତଳେ ପୋତା ହୋଇଥିବା ଏକ ମୋବାଇଲକୁ ଜବତ କରାଯାଇଛି। ମୋବାଇଲ ଫୋନ୍‌ଟି ଜଣେ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କ ସେଲ ନିକଟରୁ ମିଳିଛି। ବଡ କଥା ହେଉଛି, ଉକ୍ତ ମୋବାଇଲରୁ ବିଦେଶକୁ ବାରମ୍ବାର କଲ୍‌ ହୋଇଛି। ତଦନ୍ତବେଳେ ଉକ୍ତ ମୋବାଇଲରୁ ଗୋଟିଏ ମିନିଟକୁ ୧୦୦ ଟଙ୍କା ହିସାବରେ ଆଇଏସ୍‌ଡି କଲ୍‌ କରାଯାଉଥିଲା। ଏଥିରୁ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କ ବିଦେଶ ଲିଙ୍କ ରହିଥିବା ଜେଲ ବିଭାଗ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିବା ଅଧୀକ୍ଷକ ବିଶ୍ୱାଳ କହିଛନ୍ତି।
ସୂଚନାଯୋଗ୍ୟ, କିଛିମାସ ଭିତରେ ଜେଲ୍‌ ପରିସରରୁ ବିପୁଳ ମୋବାଇଲ୍‌ ଫୋନ୍‌ ମିଳିଲାଣି। କେବଳ ମେ’ ମାସରେ ୧୩ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ମେ ୧ରେ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ ପରେ ଚଢାଉ କରାଯାଇ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ସେଲ ପଛପଟୁ ଗୋଟିଏ ମୋବାଇଲ ଫୋନ ମିଳିଥିଲା। ସେହିପରି ୧୦ ତାରିଖରେ ୯ଟି ଓ ୧୨ ତାରିଖରେ ୨ଟି ମୋବାଇଲ ଫୋନ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri