ଖରସ୍ରୋତା ନଦୀରୁ ବେଆଇନ ବାଲି ଚାଲାଣ

ରସୁଲପୁର,୪ା୩(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ପହଁଗା ରାଜସ୍ବ ସର୍କଲର ଖରସ୍ରୋତା ନଦୀରୁ ବାଲି ଚୋରାଚାଲାଣ ହେଉଛି। ମାଫିଆମାନେ ଏକ ଭିନ୍ନ ଉପାୟରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ରାତି ଅଧିଆ ନଦୀଗର୍ଭରୁ ବାଲି ଉଠାଇ ଆଣି ପଠାରେ ଠୁଳ କରି ରଖୁଛନ୍ତି। ଦିନରେ ବିଭିନ୍ନ ସ୍ଥାନକୁ ପରିବହନ କରି ମାଲାମାଲ ହେଉଛନ୍ତି। ଏହିଭଳି ଘଟଣା ରାଜସ୍ବ ସର୍କଲଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟୁଛି। ତାହା ପୁଣି ଯାଜପୁରରୋଡ-କୁଆଖିଆ ଯାତାୟାତ ରାସ୍ତା ପାର୍ଶ୍ୱରେ ଖୋଲାମେଲାରେ। ମାତ୍ର ଏହାକୁ ପ୍ରଶାସନିକ ଅଧିକାରୀ ଦେଖି ନ ଦେଖିଲା ଭଳି ଆଚରଣ କରିବା ମାଫିଆଙ୍କୁ ବାଲି ଚୋରାଚାଲାଣ କରିବାକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହୋଇଛି। ମାଫିଆ ମେଶିନ ସହାୟତାରେ ଶହଶହ ଟ୍ରିପ ବାଲି ନଦୀରୁ ଉଠାଇ ଗଦା କରି ରଖୁଛନ୍ତି। ବିନା ପ୍ରଶାସନ ଅନୁମତିରେ ଅନାବଶ୍ୟକ ଭାବରେ ବାଲି ଠୁଳ କରି ରଖିବା ଲଘୁ ଖଣିଜଜାତ ଦ୍ରବ୍ୟ ଲୁଟ୍‌ ଆଇନ ପରିସରଭୁକ୍ତ। ତେବେ କିଏ ଓ କେଉଁ କାରଣରୁ ଏତେ ବାଲି ଗଚ୍ଛିତ କରି ରଖିଛନ୍ତି, ତାହାକୁ ଯାଞ୍ଚ କରିବା ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ପରିସରଭୁକ୍ତ। ମାତ୍ର ଅଧିକାରୀଙ୍କ ଢିଲାପଣ ଯୋଗୁ ତହସିଲ ଅଧୀନରେ ନିଇତି ହଜାରହଜାର ଟ୍ରିପ ବାଲି ଚୋରାଚାଲାଣ ହେଉଛି।
ସେହିପରି ଏହି ସ୍ଥାନ ଛଡ଼ା ତହସିଲ ଅଧୀନ ଏକାଧିକ ନିଲାମ ଘାଟରୁ ବେଆଇନ ବାଲି ଚାଲାଣ ମଧ୍ୟ ହେଉଛି। ଅନ୍ୟୁନ ୬ରୁ ଊର୍ଦ୍ଧ୍ୱ ଘାଟରୁ ନିଲାମଧାରୀ ବାଲି ଉଠାଇବା ନିୟମ ଉଲ୍ଲଂଘନ କରୁଛନ୍ତି। ସେମାନେ ଶ୍ରମିକ ବଦଳରେ ମେଶିନ ସହାୟତାରେ ବାଲି ଲୋଡିଂ କରୁଛନ୍ତି। ସେହିପରି ଟ୍ରାକ୍ଟର ବଦଳରେ ହାଇୱାରେ ବାଲି ପରିବହନ ହେଉଛି। ନିର୍ଦ୍ଧାରିତ ସୀମା ଓ ପରିମାଣଠାରୁ ଅଧିକ ବାଲି ଉତ୍ତୋଳନ କରାଯାଉଛି। ଏଭଳି ସ୍ଥିତି ବ୍ରାହ୍ମଣୀ ନଦୀର କରଜଙ୍ଗା ଘାଟରେ ଦେଖାଯାଉଛି। ଯାହାକୁ ତହସିଲ ପ୍ରଶାସନ ରୋକିବାରେ ବିଫଳ ହେଉଛି। ଅନ୍ୟପକ୍ଷଷର ଦୈନିକ ଶତାଧିକ ଭାରିଯାନ ବାଲି ବୋଝେଇ ହାଇୱା ଯାତାୟାତ କରୁଥିବାରୁ ଗ୍ରାମାଞ୍ଚଳ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ତେଣୁ ଏ ଦିଗରେ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟିଦେବାକୁ ଦାବି ହୋଇଛି। ଘଟଣା ସମ୍ପର୍କରେ ପହଁଗା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ବେଆଇନ ବାଲି ଗଚ୍ଛିତ ହେବା ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି। ତେଣୁ ଆଗକୁ ତଦନ୍ତ କରିବା ସହ ତହସିଲଦାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri