ଚଣ୍ଡିଆ ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୮ା୧୦(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଳିତଗିରି ଓ ରନତ୍ଗିରି ହୀରକ ତ୍ରିଭୂଜ ରୁପେ ପରିଚିତ। ବିଶ୍ୱ ମାନଚିତ୍ରରେ ହୀରକ ତ୍ରିଭୂଜ ସ୍ଥାନ ପାଇବା ପରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ସେଠାକୁ ଆସିଥାନ୍ତି। ସେଠାର ପୋତି ହୋଇ ରହିଥିବା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିକୁ ଖନନ କରି ବାହାର କରାଯାଇଛି। ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ନିକଟରେ ରହିଛି ଚଣ୍ଡିଆ ପାହାଡ଼। ବୌଦ୍ଧ କୀତ୍ତିରାଜି ସଂଲଗ୍ନ ଏହି ପାହାଡ଼ ଖନନ ହେବା ଉଚିତ ନୁହେଁ ବୋଲି ବହୁ ପରିବେଶବିତ୍‌ ଓ ବୌଦ୍ଧ ଗବେଷକମାନେ ମତବ୍ୟକ୍ତ କରିଛନ୍ତି। ଉକ୍ତ ପାହାଡ଼ ଛୋଟ ହୋଇଥିଲେ ମଧ୍ୟ ସେଠାରୁ ବାହାରୁ ଥିବା ପଥର ମୂଲ୍ୟବାନ। ସେହି ପଥରରେ ମୂର୍ତ୍ତି ତିଆରି କରାଯାଏ। ଉକ୍ତ ପଥରରେ ନିର୍ମାଣ ହୋଇଥିବା ମୂର୍ତ୍ତି ୫ହଜାରରୁ ଆରମ୍ଭ କରି ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଏ । ସେଥିପାଇଁ ଉକ୍ତ ପାହାଡ଼ର ପଥର ଉପରେ ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଦୀର୍ଘଦିନ ହେବ ସେଠାରୁ ଖନନ କରାଯାଇ ବିଭିନ୍ନ ସ୍ଥାନକୁ ପଥର ଚାଲାଣ ହେଉଛି। ତହସିଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ପଥର ମାଫିଆଙ୍କ ବିରୋଧରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି।
ଗତ ମାସକ ତଳେ ବାଲିଚନ୍ଦ୍ରପୁର ପୋଲିସ ମୂର୍ତ୍ତି ପଥର ଚାଲାଣ ସମୟରେ ୨ ଟ୍ରାକ୍ଟରକୁ ଜବତ କରିଥିଲା। ତେବେ ତହସିଲ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚୋରା ପଥର ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଗୋଟିଏ ଟ୍ରାକ୍ଟରରେ ଯାଉଥିବା ପଥରର ମୂଲ୍ୟ ୩୦ରୁ ୪୦ହଜାର ଟଙ୍କାରେ ବିକ୍ରି ହେଉଛି। ଟ୍ରକରେ ଚାଲାଣ ପଥର ୫୦ହଜାରରୁ ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ସେଥିପାଇଁ ପଥର ବ୍ୟବସାୟୀମାନେ ଦିନରାତି ଏକ କରି ସେହି ପାହାଡ଼କୁ ବେଆଇନ ଭାବେ ଖନନ କରୁଛନ୍ତି। ରାଜ୍ୟସରକାର ଅବଢା ଯୋଜନାରେ ଉକ୍ତ ପାହାଡ଼ ଖନନ କରିବେ ବୋଲି ଗତ ବର୍ଷ ଗେଜେଟ୍‌ ପ୍ରକାଶ ପାଇଥିଲା। ଏହା ପରେ ଓଡ଼ିଶା ମାଇନିଂ କର୍ପୋରେଶନ୍‌କୁ ଖନନ ଦାୟିତ୍ୱ ଦିଆଯାଇଥିଲା। ତେବେ ସରକାରଙ୍କ ତରଫରୁ ଓଏମ୍‌ସି ଏ ପର୍ଯ୍ୟନ୍ତ କୌଣସି ଖନନ ନ କରିବା ହେତୁ ବେଆଇନ ପଥର ଖନନକାରୀମାନେ ପଥର ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
୨୦୦୭ରେ ଭାରତୀୟ ପ୍ରନତ୍ତତ୍ତ୍ୱ ବିଭାଗ ତରଫରୁ ଉଦୟଗିରିଠାରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ କୁହାଯାଇଥିଲା କି ବୌଦ୍ଧ ପୀଠର ଚତୁଃପାର୍ଶ୍ୱରେ ଥିବା ପାହାଡ଼କୁ ଖନନ କରା ନ ଯାଇ ସବୁଜିମାମୟ କରିଯିବ। ଫଳରେ ହୀରକ ତ୍ରିଭୂଜ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇପାରିବ। ତେବେ ଏହି ବେଆଇନ ଖନନ ଯୋଗୁ ଅଦ୍ୟାବଧି ୟୁନେସ୍କୋ ତରଫରୁ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାକୁ ସର୍ଭେ ମଧ୍ୟ କରାଯାଇ ପାରୁନାହିଁ। ତେଣୁ ତୁରନ୍ତ ବେଆଇନ ଖନନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ମୁଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛି। ପାହାଡ଼ ଖନନ ସମ୍ପର୍କରେ ଜାଣିନାହିଁ। ଯଦି ମୂର୍ତ୍ତି ପଥର ଚୋରା ଚାଲାଣ ଚାଲିଛି ଦିନେ ଦୁଇଦିନ ଭିତରେ ନିଶ୍ଚିନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri