ଅବକାରୀ ବିଭାଗର ନାକ ତଳେ ବେଆଇନ ମଦ କାରବାର

ବିଷମକଟକ,୨୪ା୧(ଡି.ଏନ୍‌.ଏ.):ବିଷମକଟକ ବ୍ଲକ ଆଖପାଖ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧିପାଉଛି। ଅବକାରୀ ବିଭାଗ ଓ ପୋଲିସର ନୀରବତା ଯୋଗୁ ନିର୍ଭୟରେ କାରବାର ଚାଲିଥିବା ଅଭିଯୋଗ ହେଉଛି। ବିଷମକଟକ ବ୍ଲକର ୨୧ ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଭିନ୍ନ ଢାବା, ପାନଦୋକାନ, ଜଳଖିଆ ଦୋକାନ, ହୋଲେଟରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ସମସ୍ତ ସ୍ଥାନରେ ବିଦେଶୀ ମଦଠାରୁ ଆରମ୍ଭକରି ଭାଟିମଦ ଏବଂ ବିଷାକ୍ତ ରନ୍ଧାମଦ ବ୍ୟବସାୟ ବଢ଼ିଚାଲିଛି। ଏମିତିକି ମଦ ବିକ୍ରିର ସମୟସୀମା ରହୁନାହିଁ। ୨୪ ଘଣ୍ଟା ମଦ ବିକ୍ରି ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ଯୁବଗୋଷ୍ଠୀ ନିଶାରେ ଅପରାଧ ଦୁନିଆରେ ପାଦଦେବା ସହ ଦୁର୍ଘଟଣା ମଧ୍ୟ ବଢ଼ୁଛି।
ବେଆଇନ ମଦ କାରବାରକୁ ରୋକିବା ଅବକାରୀ ବିଭାଗ ଓ ପୋଲିସର ଦାୟିତ୍ୱ। ହେଲେ ବିଷମକଟକ ବ୍ଲକରେ ବେଆଇନ ମଦ କାରବାରରେ ରୋକ ଲାଗିପାରୁ ନ ଥିବାରୁ ଉଭୟ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲକ ଅନ୍ତର୍ଗତ ୨୧ ପଞ୍ଚାୟତର ସମସ୍ତ ୨୭୧ ଗାଁରେ ଛୋଟ ପାନଦୋକାନଠାରୁ ଆରମ୍ଭକରି ସହରରେ ଥିବା ପ୍ରତ୍ୟେକ ସାହି ଓ ବିଷମକଟକ ଦେଇ ଯାଉଥିବା ମୁଖ୍ୟରାସ୍ତା, ରାୟଗଡ଼ାରୁ କଳାହାଣ୍ଡି ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସ୍ଥିତ ସମସ୍ତ ଢାବା, କୋର୍ଟ, ମେଡିକାଲ ସାମ୍ନା, ଚାଟିକଣା, ହଟାମୁନିଗୁଡ଼ା, ଡୁକୁମ, ସାହାଡ଼ା, କଙ୍କୁବାଡ଼ି, ଭାତପୁର ଏଭଳି ଅନେକ ପଞ୍ଚୟତରେ ଦେଶୀ, ବିଦେଶୀ ଓ ବିଷାକ୍ତ ରନ୍ଧାମଦ ଦୋକାନ ଖୋଲିଛି। ଅବକାରୀ ବିଭାଗର ନାକ ତଳେ ଅର୍ଥାତ୍‌ ଜାଣତରେ ଏସବୁ ଚାଲିଥିବା ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଜଣାପଡ଼ିଛି।
ଏ ନେଇ ଅବକାରୀ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ, ଏ ପର୍ଯ୍ୟନ୍ତ ଗାଁରୁ କୌଣସି ଅଭିଯୋଗ ଆସି ନ ଥିବା ପ୍ରକାଶ କରିଛନ୍ତି। ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି। ବିଷମକଟକ ବ୍ଲକଠାରୁ ମାତ୍ର ୧ କି.ମି. ଦୂର କଙ୍କୁବାଡ଼ି ପଞ୍ଚାୟତର ଏକ ଗ୍ରାମରେ ପ୍ରତ୍ୟେକ ଘରେ ରନ୍ଧାମଦ ବିକ୍ରି ହେଉଛି। ରାତାରାତି ବିଭିନ୍ନ ଉପାୟରେ ପଡ଼ୋଶୀ ବ୍ଲକ ଓ ପଞ୍ଚାୟତକୁ ପଠାଇ ଦିଆଯାଉଛି। ଏଠାରେ ଅବକାରୀ ବିଭାଗ କେମିତି ଜାଣିପାରୁ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri