ଅବକାରୀ ବିଭାଗର ନାକ ତଳେ ବେଆଇନ ମଦ କାରବାର

ବିଷମକଟକ,୨୪ା୧(ଡି.ଏନ୍‌.ଏ.):ବିଷମକଟକ ବ୍ଲକ ଆଖପାଖ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧିପାଉଛି। ଅବକାରୀ ବିଭାଗ ଓ ପୋଲିସର ନୀରବତା ଯୋଗୁ ନିର୍ଭୟରେ କାରବାର ଚାଲିଥିବା ଅଭିଯୋଗ ହେଉଛି। ବିଷମକଟକ ବ୍ଲକର ୨୧ ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଭିନ୍ନ ଢାବା, ପାନଦୋକାନ, ଜଳଖିଆ ଦୋକାନ, ହୋଲେଟରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ସମସ୍ତ ସ୍ଥାନରେ ବିଦେଶୀ ମଦଠାରୁ ଆରମ୍ଭକରି ଭାଟିମଦ ଏବଂ ବିଷାକ୍ତ ରନ୍ଧାମଦ ବ୍ୟବସାୟ ବଢ଼ିଚାଲିଛି। ଏମିତିକି ମଦ ବିକ୍ରିର ସମୟସୀମା ରହୁନାହିଁ। ୨୪ ଘଣ୍ଟା ମଦ ବିକ୍ରି ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ଯୁବଗୋଷ୍ଠୀ ନିଶାରେ ଅପରାଧ ଦୁନିଆରେ ପାଦଦେବା ସହ ଦୁର୍ଘଟଣା ମଧ୍ୟ ବଢ଼ୁଛି।
ବେଆଇନ ମଦ କାରବାରକୁ ରୋକିବା ଅବକାରୀ ବିଭାଗ ଓ ପୋଲିସର ଦାୟିତ୍ୱ। ହେଲେ ବିଷମକଟକ ବ୍ଲକରେ ବେଆଇନ ମଦ କାରବାରରେ ରୋକ ଲାଗିପାରୁ ନ ଥିବାରୁ ଉଭୟ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲକ ଅନ୍ତର୍ଗତ ୨୧ ପଞ୍ଚାୟତର ସମସ୍ତ ୨୭୧ ଗାଁରେ ଛୋଟ ପାନଦୋକାନଠାରୁ ଆରମ୍ଭକରି ସହରରେ ଥିବା ପ୍ରତ୍ୟେକ ସାହି ଓ ବିଷମକଟକ ଦେଇ ଯାଉଥିବା ମୁଖ୍ୟରାସ୍ତା, ରାୟଗଡ଼ାରୁ କଳାହାଣ୍ଡି ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସ୍ଥିତ ସମସ୍ତ ଢାବା, କୋର୍ଟ, ମେଡିକାଲ ସାମ୍ନା, ଚାଟିକଣା, ହଟାମୁନିଗୁଡ଼ା, ଡୁକୁମ, ସାହାଡ଼ା, କଙ୍କୁବାଡ଼ି, ଭାତପୁର ଏଭଳି ଅନେକ ପଞ୍ଚୟତରେ ଦେଶୀ, ବିଦେଶୀ ଓ ବିଷାକ୍ତ ରନ୍ଧାମଦ ଦୋକାନ ଖୋଲିଛି। ଅବକାରୀ ବିଭାଗର ନାକ ତଳେ ଅର୍ଥାତ୍‌ ଜାଣତରେ ଏସବୁ ଚାଲିଥିବା ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଜଣାପଡ଼ିଛି।
ଏ ନେଇ ଅବକାରୀ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ, ଏ ପର୍ଯ୍ୟନ୍ତ ଗାଁରୁ କୌଣସି ଅଭିଯୋଗ ଆସି ନ ଥିବା ପ୍ରକାଶ କରିଛନ୍ତି। ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି। ବିଷମକଟକ ବ୍ଲକଠାରୁ ମାତ୍ର ୧ କି.ମି. ଦୂର କଙ୍କୁବାଡ଼ି ପଞ୍ଚାୟତର ଏକ ଗ୍ରାମରେ ପ୍ରତ୍ୟେକ ଘରେ ରନ୍ଧାମଦ ବିକ୍ରି ହେଉଛି। ରାତାରାତି ବିଭିନ୍ନ ଉପାୟରେ ପଡ଼ୋଶୀ ବ୍ଲକ ଓ ପଞ୍ଚାୟତକୁ ପଠାଇ ଦିଆଯାଉଛି। ଏଠାରେ ଅବକାରୀ ବିଭାଗ କେମିତି ଜାଣିପାରୁ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri