ବେଆଇନ ମଦ କାରବାର: ଢ଼ାବା ସିଲ୍ କଲା ଅତାବିରା ପୋଲିସ୍

ଅତାବିରା,୨୦।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ୍ ଶନିବାର ସ୍ଥାନୀୟ ୩ଢାବାକୁ ସିଲ୍ କରିଛି। ସମ୍ପୃକ୍ତ ଢାବା ଗୁଡ଼ିକ ହେଲା, ଅତାବିରା ବିଏସଏନଏଲ ଛକସ୍ଥିତ ବଣ୍ଟୁ ଢ଼ାବା, ବିକାଶ ଢ଼ାବା ଏବଂ ରେଙ୍ଗାଲିକ୍ୟାମ୍ପ ଛକସ୍ଥିତ ଶୁଭମ୍ ଫାଷ୍ଟଫୁଡ୍ସ। ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବେଆଇନ୍ ମଦ କାରବାର ଅଭିଯୋଗରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଢାବା ଗୁଡିକୁ ସିଲ୍ କରାଯାଇଥିବା ପୋଲିସ୍ ସୂଚନା ଦେଇଛି । ସିଲ୍ ସମୟରେ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share