କୋମଣ୍ଡରେ ପୁଣି ବେଆଇନ ମାଙ୍କଡ଼ାପଥର ଖଣି

ନୟାଗଡ଼ ଅଫିସ,୧।୭(ଲୋକନାଥ ମିଶ୍ର)/ଓଡ଼ଗଁା(ଆଦର୍ଶ ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗଁା ତହସିଲ କୋମଣ୍ଡ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା କୋମଣ୍ଡ, ବାଦଭୂଇଁ, ଭଗବତୀପ୍ରସାଦ, ରୋହିବାଙ୍କ, ଉଦୟପୁର ଅଞ୍ଚଳରେ ପୁଣି ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ ଖଣି ଖନନ ଚାଲିଛି। କିଛିଦିନର ନୀରବତା ପରେ ଖଣି ଚୋର ସକ୍ରିୟ ହୋଇ ଉଠିଛନ୍ତି। ତେବେ ଖଣି ଖନନ ଓ ମାଲ ପରିବହନ ରାତିରେ ଚାଲିଛି। ପ୍ରାୟ ମାସେ ହେଲା ବେଆଇନ ଖଣି ଖନନ ଚାଲିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଧରପଗଡ଼ ନାହିଁ। ବେଆଇନ ଖଣି ଖନନ ଘଟଣାରେ ଜାନୁୟାରୀ ୩ରେ କୋମଣ୍ଡର ତତ୍‌କାଳୀନ ଆର୍‌ଆଇ ସୁଧୀର କୁମାର ପରିଡା ନିଲମ୍ବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ। ଆର୍‌ଆଇଙ୍କ ନିଲମ୍ବନ ଓ ତହସିଲଦାରଙ୍କ ବଦଳି ଏଠାରେ କିଛି ଫରକ ପଡ଼ିଲାନାହିଁ। ବେଆଇନ ପଥର ଖଣି ଖନନକୁ ରୋକାଯାଉ ନ ଥିବାରୁ ସରକାର ରାଜସ୍ବ ହରାଇ ଚାଲିଛନ୍ତି।
କୋମଣ୍ଡ ମାଙ୍କଡ଼ା ପଥର ଓ ମୋରମ ଖଣି ବେଆଇନ ଭାବେ ଚାଲିଥିଲା। ବାରମ୍ବାର ଅଭିଯୋଗ ପରେ କିଛି ଫରକ ପଡୁ ନ ଥିଲା। ତେବେ ୨୦୨୨ ଡିସେମ୍ବର ଓ ୨୦୨୩ ଜାନୁୟାରୀରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ ପରେ ନୟାଗଡ଼ ଜିଲାପାଳ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ଅନିୟମିତତା ଜଣାପଡ଼ିଥିଲା। ଜାନୁୟାରୀ ୩ରେ ଜିଲାପାଳ ଆର୍‌ଆଇଙ୍କୁ ନିଲମ୍ବିତ କରିଥିଲେ। ପରେ ଉପଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ଭିତ୍ତି କରି ଜିଲାପାଳ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅବଗତ କରାଇଥିଲେ। କିଛିଦିନ ପରେ ଓଡ଼ଗଁାର ତତ୍‌କାଳୀନ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ। ତେବେ ତହସିଲଦାରଙ୍କୁ କେବଳ ବଦଳି କରିଦେବା ପରେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସେ ସମୟରେ ବେଆଇନ ଖଣିକୁ ଚଳାଇବା ପାଇଁ ତହସିଲଦାର, ଆର୍‌ଆଇ, ରାଜନେତା, ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କେତେଜଣ ଗଣମାଧ୍ୟମର ପ୍ରତିନିଧି ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ପଥର ଚୋରମାନେ ଜଣେ ଖବରଦାତାଙ୍କ ଜରିଆରେ ଲାଞ୍ଚ ଟଙ୍କା ଦେଉଥିବା ଚର୍ଚ୍ଚା ହୋଇଥିଲା। ଏବେ ପୁଣି ଲାଞ୍ଚ କାରବାର କରି ବେଆଇନ ଖଣି ଖନନ ଆରମ୍ଭ ହୋଇଛି ବୋଲି ଅଭିଯୋଗ ଉଠିଛି। ଏ ନେଇ ଜଣେ ପଥର ଚୋର କହିଛନ୍ତି, ଭାଇଙ୍କର ପ୍ରତ୍ୟକ୍ଷ ଆଶୀର୍ବାଦ ରହିଛି। ଖଣି ଖନନ ଦିନବେଳା ନୁହେଁ ରାତିରେ କରିବାକୁ ମୌଖିକ ନିର୍ଦ୍ଦେଶ ମିଳିଛି। ଆମେ ଭାଇଙ୍କ କଥା ମାନି ରାତିରେ ଖନନ କରୁଛୁ। ଏଥର ଅସୁବିଧା ହେବନି। ପ୍ରଶାସନିକସ୍ତରରେ ସହଯୋଗ ମିଳୁଛି। ଆମକୁ ହଇରାଣ କରନ୍ତୁ ନାହିଁ। ଆମେ ତ ପୁଣି ବଞ୍ଚତ୍ବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri