Odisha Elections 2024

ଏଲ୍‌ଆଇସିର ନୂତନ ଉତ୍ପାଦ

ଭୁବନେଶ୍ୱର,୧।୭(ଅଭୟ ଦାଶ): ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଧନବୃଦ୍ଧି’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଏଲ୍‌ଆଇସିର ଉକ୍ତ ଯୋଜନା ସୀମିତ ସମୟ ପାଇଁ ବଜାରରେ ଉପଲବ୍ଧ ହେବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଏଲ୍‌ଆଇସିର ନୂତନ ଯୋଜନା ‘ଧନବୃଦ୍ଧି’ (ପ୍ଲାନ୍‌- ୮୬୯) ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଉପଲବ୍ଧ। ସେହିଭଳି ଉକ୍ତ ଯୋଜନା ଏକ ନନ୍‌ ଲିଙ୍କ୍‌ଡ,ନନ୍‌ ପାର୍ଟିସିପେଟିଂ, ଇଣ୍ଡିଭିଜୁଆଲ, ସେଭିଂସ, ଲାଇଫ୍‌ ଇନ୍‌ସ୍ୟୁରନ୍ସ ପ୍ଲାନ୍‌ ହୋଇଥିବା ବେଳେ ଏକାଧିକ ଲାଭ ଓ ସୁବିଧା ନିଗମର ନିୟମ ମଧ୍ୟରେ ମିଳିବ ବୋଲି ଏଲ୍‌ଆଇସି ପକ୍ଷରୁ କୁହାଯାଇଛି। ଏପରିକି ଏହା ବ୍ୟକ୍ତିଗତ, ଜମା ଆଧାରିତ ଏକ ସିଙ୍ଗଲ ପ୍ରିମିୟମ ପ୍ଲାନ୍‌ ହୋଇଥିବାବେଳେ ପଲିସି ଅବଧି ୧୦,୧୫ ଏବଂ ୧୮ ବର୍ଷର ବିକଳ୍ପ ଉପଲବ୍ଧ ରହିଛି। ସେହିପରି ଉକ୍ତ ପ୍ଲାନ୍‌ରେ ବୀମାକୃତ ରାଶି ଏହାର ସାରଣୀ ବଦ୍ଧ ପ୍ରିମିୟମ ୧.୨୫ ଗୁଣରୁ ୧୦ଗୁଣ ପର୍ଯ୍ୟନ୍ତ ହୋଇପାରେ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଉକ୍ତ ପ୍ଲାନ୍‌ରେ ସାମିଲ ହେବା ପାଇଁ ୯୦ ଦିନରୁ ୮ ବର୍ଷ ପର୍ଯ୍ୟନ୍ତ ସର୍ବନିମ୍ନ ବୟସ ହୋଇଥିବା ବେଳେ ୩୨ରୁ ୬୦ ବର୍ଷ ସର୍ବାଧିକ ବୟସ ଅବଧିର ସମୟସୀମା ରହିଛି। ଉକ୍ତ ଯୋଜନା (ପ୍ଲାନ୍‌-୮୬୯)ର ସର୍ବନିମ୍ନ ବୀମାରାଶି ୧.୨୫ଲକ୍ଷ ହୋଇଥିବାବେଳେ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଅନ୍ତଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

ଅତୁଳନୀୟ ବୀମା ସମାଧାନକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୫: ଘରୋଇ ବଜାରରେ ବୀମା ଶିଲ୍ପର ଚାହିଦା ବୃଦ୍ଧି ପାଉଛି। ଏପରିକି ଗ୍ରାହକଙ୍କୁ ଅତୁଳନୀୟ ବୀମା ସମାଧାନ ଯୋଗାଇଦେବାକୁ ଘରୋଇ ବୀମା କମ୍ପାନୀ ବନ୍ଧନ ଲାଇଫ୍‌...

ବଜାରରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌, ବ୍ଲାକ୍‌ ଏଡିଶନର ଅନାବରଣ

ଭୁବନେଶ୍ୱର,୨୦।୫: ଟିଭିଏସ୍‌ ମୋଟର କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ସିରିଜ୍‌କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ...

୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୦।୫ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ୨୦୨୪-୨୫ ଆର୍ଥକ ବର୍ଷରେ ପ୍ରାୟ ୪୩,୦୦୦...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri