ଜାତୀୟ ରାଜପଥରେ ବେଆଇନ ହମ୍ପ୍‌ସ: ୪ ଘଣ୍ଟା ଅଟକିଲା ହଜାର ହଜାର ଗାଡ଼ି

ଭଦ୍ରକ ଅଫିସ, ୨୩।୧୨: ଭଦ୍ରକ ଜିଲା ୧୬. ନଂ ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ହାଇଓ୍ବା ଗାଡି ଯାନ୍ତ୍ରିକ ତ୍ରୁଟି କାରଣରୁ ରାତି ୩ରୁ ସକାଳ ୬ଟା ପର୍ଯ୍ୟନ୍ତ ରାସ୍ତା ଉପରେ ଅଟକି ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡି ପ୍ରାୟ ୩ରୁ ୪ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା। ରାଜପଥର ଗୋଟିଏ ପାର୍ଶ୍ୱ ମରାମତି ହେଉଥିବା କାରଣରୁ ଅନ୍ୟ ପାର୍ଶ୍ୱରେ ଗାଡି ଯାତାୟାତ କରୁଥିଲା। ତେବେ ଉକ୍ତ ପାର୍ଶରେ ଏକ ଉଚ୍ଚା ହମ୍ପସ୍‌ ରହିଥିବାରୁ ସେଠାରେ ହାଇଓ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଗାଡିଟି ରାସ୍ତା ଉପରେ ଅଟକି ରହିଥିଲା। ଏ ନେଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ମେକାନିକ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଡିକୁ ମରାମତି କରିବା ପରେ ଯାତାୟାତ ସ୍ବଭାବିତ ହୋଇଥିଲା। ରାଜପଥରେ ହମ୍ପ୍‌ସ କରିବା ବେଆଇନ ଥିବା ବେଳେ ଏଭଳି ହମ୍ପ୍‌ସ ତୁରନ୍ତ ଉଚ୍ଛେଦ କରିବାକୁ ଗାଡି ଚାଳକମାନେ ଦାବି କରିଛନ୍ତି।