ବାରିପଦା ସହରରେ ବଢୁଛି ବେଆଇନ ବାଣ ବିକ୍ରି, ଅଘଟଣ ଘଟିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବେଆଇନ ବାଣ ମହୁଜୁଦ ଓ ବିକ୍ରି ଚାଲିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ବେଳେ ବିପଦସଙ୍କୁଳ ସ୍ଥାନରେ ବାଣ ମହଜୁଦ୍‌ ରଖାଯାଉଛି। ପ୍ରଶାସନିକ ଅବହେଳାରୁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଅଘଟଣ ଘଟିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି ।

ଆଲୋକର ପର୍ବ ଦୀପାବଳୀରେ ବାଣ ଫୁଟାଇ ମଜା ନେବା ପାଇଁ ବାଣ ଦୋକାନରେ ଲୋକେ ଭିଡ଼ ଜମାଉଛନ୍ତି। ବାରିପଦା ସହର ଉପକଣ୍ଠ ପାଲବଣୀ ବାଇପାସ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ବେଆଇନ ବାଣ ଓ ଆତସବାଜି ମହଜୁଦ୍‌ ରଖି ଜଣେ ବ୍ୟବସାୟୀ ବିକ୍ରି ଚଳାଇ ଆସୁଛନ୍ତି। ସେ ଦୀର୍ଘ ଏକ ମାସ ପୂର୍ବରୁ ବାଣ ବିକ୍ରି କରୁଥିଲେ ମଧ୍ୟ ଜିଲା ପ୍ରଶାସନ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି। ଗୋଦାମ ପାଇଁ ଗୋଟିଏ ସ୍ଥାନର ଅନୁମତି ଥିବା ବେଳେ ଜନବସତି ଅଞ୍ଚଳରେ ସେ ବାଣ ମହଜୁଦ ରଖିଥିବା ଅଭିଯୋଗ ହେଉଛି। ପୋଲିସ, ଅଗ୍ନିଶମ ଓ ଜିଲା ପ୍ରଶାସନ ପକ୍ଷରୁ ଗ୍ରାମଞ୍ଚଳରେ ଯେଭଳି ଚଢ଼ାଉ କରାଯାଉଛି ସେହିପରି ସହରାଞ୍ଚଳରେ ଚଢ଼ାଉ କରାଯାଉନାହିଁ।

ବାରିପଦା ଓ ରାଇରଙ୍ଗପୁର ମ୍ୟୁନିସିପାଲଟି, କରଞ୍ଜିଆ ଓ ଉଦଳା ପୌରାଞ୍ଚଳ ସମେତ ୨୬ଟି ବ୍ଲକରେ ଥିବା ଛୋଟ ବଡ଼ ବଜାରର ବ୍ୟବସାୟୀମାନେ ଆତସବାଜି ସାମଗ୍ରୀ ଓ ବାଣ କିଣା ଆରମ୍ଭ କରି ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିଛନ୍ତି। ଅଦ୍ୟାବଧି ଜିଲାରେ ୧୪୨ଜଣଙ୍କ ମଧ୍ୟରୁ ୯୦ଜଣ ଲାଇସେନ୍ସ ପାଇଥିବା ବେଳେ ତନ୍ମଧ୍ୟରୁ ବାରିପଦା ସହରରେ ୨୧ଜଣ ବାଣ ବିକ୍ରି ପାଇଁ ଅନୁମତିପତ୍ର ପାଇଛନ୍ତି। ସମସ୍ତେ ଛଉ ପଡ଼ିଆଠାରେ ବାଣି ବିକ୍ରି କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

ତେବେ ଅସାଧୁ ବ୍ୟବସାୟୀ ଜଣକ ଉଦ୍ଦିଷ୍ଟ ସ୍ଥାନରେ ବାଣ ନ ରଖି ଜନବସତି ତଥା ବିପଦପୂର୍ଣ୍ଣ ସ୍ଥାନରେ ମହଜୁଦ ରଖିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଅଗ୍ନିଶମ ବିଭାଗର ଅତିରିକ୍ତ ଫାୟାର ଅଫିସର ଭବେନ୍ଦ୍ର ନାଥ ଦେ କୁହନ୍ତି, ବାଣ ମହଜୁଦ ରଖାଯିବା ନେଇ କୌଣସି ଅନୁମତିପତ୍ର ବିଭାଗର ହସ୍ତଗତ ହୋଇନାହିଁ। ଖୁବ୍‌ଶୀଘ୍ର ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବେଆଇନ ବାଣ ବ୍ୟବସାୟୀଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ମିଳିତ ଭାବେ ଚଢ଼ାଉ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି ପ୍ରକାଶ କରିଛନ୍ତି ା ତେବେ ଜିଲା ପ୍ରଶାସନ ଓ ମ୍ୟୁନସିପାଲିଟି ପକ୍ଷରୁ ଚଢ଼ାଉ କରା ନ ଗଲେ ଆଗାମୀ ଦିନରେ ଏହିଭଳି ବ୍ୟବସାୟୀମାନେ ମନୋମୁଖି ବେପାର ଆରମ୍ଭ କରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri