କୃଷ୍ଣପ୍ରସାଦ,୧।୮(କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ବୁଦ୍ଧିବର ନାସି ଅଞ୍ଚଳରୁ ୯୨ ଏକର ଚିଲିକାରେ ହୋଇଥିବା ମାଟି ବନ୍ଧ ଓ ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି । ଏହି ଉଚ୍ଛେଦରେ କୃଷ୍ଣପ୍ରସାଦ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୪୦ ଜଣ ଶ୍ରମିକଙ୍କୁ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳା ଲାଗି କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀ ଭାବଗ୍ରାହୀ ରାଉତଙ୍କ ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ନିରୀକ୍ଷକ ଫତେପୁର ପ୍ରତୀକ ପଣ୍ଡା, ସୁପରଭାଇଜର ଲକ୍ଷ୍ମୀକାନ୍ତ ପାତ୍ର, ସହକାରୀ ରାଜସୱ ନିରୀକ୍ଷକ ଗୋକୁଳ ପ୍ରଧାନ, କୃଷ୍ଣପ୍ରସାଦ ଥାନା ସବଇନ୍ସପେକ୍ଟର ଚନ୍ଦ୍ରଶେଖର ନାୟକ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜିପିଏସ ଅପରେଟର ରାକେଶ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ତହସିଲଦାର ବିକାଶ ସେଠୀ ପ୍ରକାଶ କରିଛନ୍ତି ।


