ଅବାଧରେ ଚାଲିଛି ଚୋରା ନିଶା କାରବାର

ଜଗତ୍‌ସିଂହପୁର ଅଫିସ, ୩୦ା୧୧: ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ି ଚାଲିଛି। ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଛାତ୍ରୀଛାତ୍ରଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଁଏ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି। ଜିଲା ସଦର ମହକୁମାରେ ଏହି କାରବାର ଅବାଧରେ ଚାଲିଛି। ସେନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗତ୍‌ସିଂହପୁର ସାନ ବଜାର ଅର୍ଥାତ୍‌ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ମଦ ଦୋକାନ ସାମ୍ନା ଓ ଏହାର ଆଖପାଖ ସ୍ଥାନରେ ସନ୍ଧ୍ୟା ହେଲେ ରାସ୍ତା ପାର୍ଶ୍ୱରେ ଖୁଲମଖୁଲା ମଦ ଆସର ଜମୁଛି। ଏହାଦ୍ୱାରା ମଦ ଦୋକାନ ସାମ୍ନା ଦେଇ ମହିଳା ଓ ଝିଅମାନଙ୍କ ସମେତ ସାଧାରଣ ଲୋକେ ଯାତାୟାତ କରିବାକୁ ଡରୁଛନ୍ତି। ମଦ୍ୟପମାନେ ପ୍ରତ୍ୟହ ମଦ ପିଇବା ପରେ ବୋତଲ, ପ୍ଲାଷ୍ଟିକ ଗ୍ଲାସ ଓ ଖାଦ୍ୟ ଖାଉଥିବା ଆମିଷ ପ୍ଲେଟ୍‌ଗୁଡିକୁ ଯେଉଁଠି ପାରୁଛନ୍ତି ଫିଙ୍ଗୁଛନ୍ତି। ଫଳରେ ରାସ୍ତା ପାର୍ଶ୍ୱ, କ୍ୟାବିନ୍‌ ତଳ ଓ କେନାଲରେ ଏଗୁଡିକ ଅସ୍ବାଭାବିକ ପରିବେଶ ସାଙ୍ଗକୁ ବିପଦ ସୃଷ୍ଟି କରୁଛି। କେବଳ ଏତିକି ନୁହେଁ, ଏହି ଦୋକାନରୁ ପ୍ରତ୍ୟହ ପେଟି ପେଟି ମଦ ଚୋରା ଚାଲାଣ ହେଉଛି । କିଛି ଦିନ ପୂର୍ବରୁ ଜିଲା ଅବକାରୀ ବିଭାଗର ଜଣେ ସବ୍‌ଇନ୍ସପେକ୍ଟର ଏ ସମ୍ପର୍କରେ ସୂଚନା ପାଇ ଚୋରା ଚାଲାଣର ଗୁମର ଖୋଜିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କୁ ବିଭାଗୀୟ କେତେଜଣ କନ୍‌ଷ୍ଟେବଳ ଓ ଅନ୍ୟମାନେ ସହଯୋଗ କରି ନ ଥିବା ଜଣାପଡ଼ିଛି । ଅସହଯୋଗ କରିଥିବା ଅବକାରୀ କର୍ମଚାରୀମାନେ ସମ୍ପୃକ୍ତ ମଦ ଦୋକାନୀଙ୍କଠାରୁ ମାସିକା ଚାନ୍ଦା ନେଉଥିତ୍ବାରୁ ଚଢାଉରେ ସାମିଲ ହେବାକୁ ଚାହିଁ ନ ଥିବା କୁହାଯାଇଛି। ଅନ୍ୟପଟେ ସମ୍ପୃକ୍ତ ମଦ ଦୋକାନୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଚୋରା ଚାଲାଣ ସମ୍ପର୍କିତ ଅଭିଯୋଗ ଉପରେ ଘଣ୍ଟା ଘୋଡ଼ାଇବାକୁ ଉଦ୍ୟମ କରାଯାଇଥିତ୍ବା ଚର୍ଚ୍ଚା ହେଉଛି।
ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି । ସେହିପରି ଜିଲାରେ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା କାରବାର ମଧ୍ୟ ବଢ଼ି ଚାଲିଛି। ହାଇସ୍କୁଲଠାରୁ କଲେଜ ପର୍ଯ୍ୟନ୍ତ ଅନେକ ଛାତ୍ରୀଛାତ୍ର ଏହି ନିଶା କବଳରେ ପଡ଼ୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିଲେ ମଧ୍ୟ ତାହା ସନ୍ତୋଷଜନକ ହେଉନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ଚୋରା ଚାଲାଣ ଉପରେ ଅଙ୍କୁଶ ନ ଲାଗିବା ପର୍ଯ୍ୟନ୍ତ ଜିଲାରେ ଦେଖା ଦେଇଥିବା ଅଭାବନୀୟ ପରିସ୍ଥିତିରେ ସୁଧାର ଆସିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜିବୀ ମତପ୍ରକାଶ କରିଛନ୍ତି ।
ଅତୀତରେ ସ୍ଥାନୀୟ ମକୁନ୍ଦପୁର ମୌଜାର ଲୋକେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ମାନବ ଟ୍ରଷ୍ଟ ଆହ୍ବାନକ୍ରମେ ବହୁ ମହିଳା, ପୁରୁଷ ଶୋଭାଯାତ୍ରାରେ ସ୍ଥାନୀୟ ଟାଉନ ହଲ ନିକଟରେ ପହଞ୍ଚତ୍ ପ୍ରତିବାଦ ସଭା କରିଥିଲେ । ସେଠାରେ ଆଡଭୋକେଟ୍‌ ବାସୁଦେବଙ୍କ ସହ ଅନ୍ୟମାନେ ଚୋରା ମଦ କାରବାରକୁ ନେଇ ସରକାରୀ ଉଦାସୀନତାକୁ ଦାୟୀ କରିଥିଲେ। ସେମାନେ କହିଥିଲେ, ନିଶା କବଳରେ ପଡ଼ି ଜଗତ୍‌ସିଂହପୁରର ବହୁ ଯୁବଗୋଷ୍ଠୀ ପଥଚ୍ୟୁତ ହେବାରେ ଲାଗିଛନ୍ତି। ଦେଶୀ, ବିଦେଶୀ ମଦ, ବ୍ରାଉନସୁଗାର, ଗଞ୍ଜେଇ ଓ ଅଫିମ ଆଦି ଗାଁ ଗହଳିରେ ଚୋରାରେ ବିକ୍ରି ଚାଲିଛି। ଏଥିଯୋଗୁ ବହୁ ଲୋକ ଅସୁସ୍ଥ ହେବା ସହ ମୃତ୍ୟୁବରଣ କରୁଛନ୍ତି । ତେଣୁ ମାଦକଦ୍ରବ୍ୟ କାରବାର ଉପରେ ଯଥାଶୀଘ୍ର ଅଙ୍କୁଶ ଲଗାଯିବା ପାଇଁ ସେମାନେ ଦାବି କରିଥିଲେ । ଏ ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା, ଜଗତ୍‌ସିଂହପୁର ଥାନା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଚୋରା ମଦ କାରବାର ରୋକିବା ପାଇଁ ଉଦ୍ୟମ ଜାରି ରହିଛି। ଆଗକୁ ଏହାକୁ ଅଧିକ କ୍ରିୟାଶୀଳ କରାଯିବ। ଜଗତ୍‌ସିଂହପୁର ମଦ ଦୋକାନ ନିକଟରେ ଖୁଲମଖୁଲା ମଦ ଆସର ବସୁଥିବା ଓ ବୋତଲ ଆଦି ଫିଙ୍ଗା ଯାଉଥିବା ଅଭିଯୋଗ ଉପରେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri