ପଥର ଖାଦାନରେ ବେଆଇନ ବିସ୍ଫୋରଣ

ଭେଡେନ,୨୪।୩(ଡି.ଏନ.ଏ.): ବରଗଡ ଜିଲା ଭେଡେନ ତହସିଲ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଥିବା ପଥର ଖାଦାନ, ପଥର ଚଟାଣ ଓ ପାହାଡ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ଏଠାରେ ପ୍ରତିଦିନ ଉଚ୍ଚ ଶକ୍ତିସମ୍ପନ୍ନ ଡିନାମାଇଟ ବିସ୍ଫୋରଣ କରାଯାଇ ପଥର ଉତ୍ତୋଳନ ହେଉଛି। ଫଳରେ ଲୋକଙ୍କ ଘର କାନ୍ଥଗୁଡିକ ଦବିଯାଇ ଫାଟ ସୃଷ୍ଟି ହେଲାଣି। ଏହି ବିସ୍ଫୋରଣ ଏତେ ପ୍ରଖର ଯେ ଖୋଳାଯାଇଥିବା ଗଭୀର ନଳକୂପ ଗୁଡିକରେ ମାଟି ଧସେଇ ହୋଇ ପୋତି ହୋଇଯାଉଥିବା ଅଭିଯୋଗ ହେଉଛି। ସେହିପରି ଏହି ପଥର ଖାଦାନଗୁଡିକ ସ୍କୁଲ, କଲେଜ ପାଖରେ ରହିଥିବା ବେଳେ ବିସ୍ଫୋରଣ ଯୋଗୁ ଛାତ୍ରୀଛାତ୍ରମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏ ନେଇ ଅଭିଭାବକ ମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଭେଡେନ ତହସିଲ ଅନ୍ତର୍ଗତ ଗଣ୍ଡତୁରୁମ, ଟିହିକିପାଲି, କେଶ୍ରିପାଲି, ମେହେନା, ଭାଲୁପାଲି, ସାରସପାଲି ଆଦି ଗ୍ରାମରେ ଥିବା ପଥର ଖାଦାନରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ପଥର ମାଫିଆମାନେ ମହାନଦୀ ଗର୍ଭରେ ଥିବା ପଥରକୁ ମଧ୍ୟ ଛାଡୁନାହାନ୍ତି।
ସୂଚନା ଅନୁସାରେ, ଭେଡେନ ତହସିଲ ଅଧୀନ ଖାଦାନଗୁଡିକ ମଧ୍ୟରୁ ଅନେକ ଖାଦାନକୁ କେହି ଠିକାସୂତ୍ରରେ ନେଇ ନାହାନ୍ତି। କେତେକ ଖାଦାନ ଲିଜ୍‌ ସୂତ୍ରରେ ନିଆଯିବା ବ୍ୟବସ୍ଥା କରାଯାଇଛି। ଏଥିରେ ମଧ୍ୟ ପଥର ଉତ୍ତୋଳନ ପାଇଁ ବିସ୍ଫୋରକ ସାମଗ୍ରୀ ବ୍ୟବହାର ନ କରିବାକୁ ଚୁକ୍ତି କରାଯାଇଛି। ମାତ୍ର ସରକାରୀ ନିୟମକୁ ମାଫିଆମାନେ ଖୋଲାଖୋଲି ଉଲଂଘନ କରି ପଥର ଉତ୍ତୋଳନ କରୁଛନ୍ତି। ଏସବୁ ପ୍ରଶାସନର ଜାଣତରେ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ପଥର ଖାଦାନରେ ବ୍ୟବହୃତ ନାଇଟ୍ରେଟ, ଇଲେକ୍ଟ୍ରିକ ଡିଟୋନେଟର, ଜିଲେଟିନ ଭଳି ବିସ୍ପୋରକ ସାମଗ୍ରୀ କେଉଁଠୁ ଆସୁଛି ଏବଂ କେଉଁଠି ଗଚ୍ଛିତ ରଖାଯାଉଛି ତାହାର ତଦନ୍ତ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଭେଡେନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ପଚରାଯିବାରୁ ସେ କହିଲେ, ଭେଡେନ ତହସିଲ ଅଧୀନ କେଶ୍ରିପାଲି, ଭାଲୁପାଲି ଏବଂ ଝରାପାଲି ଗ୍ରାମରେ ଥିବା ପଥର ଖାଦାନକୁ କେବଳ ଲିଜ୍‌ ସୂତ୍ରରେ ଦିଆଯାଉଛି। ଏହାର ସ୍ବୀକୃତି ପାଇଁ ଭୁବନେଶ୍ୱର ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡକୁ ପଠାଯାଇଛି। ସେଠାରୁ ଅନୁମତି ଆସିଲେ ଲିଜ୍‌ ସୂତ୍ରରେ ଦିଆଯିବ। ଯେଉଁମାନେ ଏଠାରେ ବିସ୍ଫୋରକ ବ୍ୟବହାର କରି ବେଆଇନ ଭାବେ ପଥର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ମୁଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri