‘ଅଣ୍ଟାରେ ବଳ ଥିବା ଯାଏ ଖଟିବି’

ବାରିପଦା ଅଫିସ,୧୬ା୧୨-ଅନ୍ୟକୁ ହାତ ପତାଇବି ନାହିଁ, ଅଣ୍ଟାରେ ବଳ ଥିବା ଯାଏ ଖଟିବି। ଏହି ଦୃଢ ମନୋବଳ ଓ ଇଚ୍ଛା ଶକ୍ତି ହିଁ ତାଙ୍କ ବାର୍ଦ୍ଧକ୍ୟ ଆଗରେ ହାର ମାନିଛି । ଦୀର୍ଘ ଦିନର ବୃତ୍ତିକୁ ଆପଣାଇ ୮୦ ବର୍ଷ ବୟସରେ ରୋଜଗାର କରିବା ସହ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲା ବାରିପଦା ନିକଟସ୍ଥ ଅସ୍ତିଆ ଗ୍ରାମର ସର୍ବେଶ୍ୱର ବେହେରା ।
ଦୁଇ ପୁଅ ଓ ଝିଅଙ୍କୁ ନେଇ ସର୍ବେଶ୍ୱରଙ୍କ ସଂସାର। ନିଜସ୍ବ ଖର୍ଚ୍ଚ ପାଇଁ ପୁଅ କିମ୍ବା ପଡ଼ୋଶୀଙ୍କଠାରେ ହାତ ପାତେଇବାକୁ ସେ ଇଚ୍ଛା ପ୍ରକାଶ କରନ୍ତି ନାହିଁ ା ସକାଳୁ ଉଠି ଏକ ସାଇକେଲରେ କିଛି ମାଛ ଧରି ବଜାରକୁ ବାହାରି ପଡ଼ନ୍ତି ା ବ୍ୟସ୍ତ ବହୁଳ ରାସ୍ତା ପାର୍ଶ୍ୱରେ ବସି ନିତିିଦିନ ମାଛ ବିକ୍ରି କରିଥାନ୍ତି ା ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ଧରି ମାଛ ବିକି ଆସୁଥିବାରୁ ଆଖପାଖ ଅଞ୍ଚଳରେ ସେ ବେଶ ପରିଚିତ ହୋଇପାରିଛନ୍ତି ା ସରକାରୀ ଅଫିସରଙ୍କଠାରୁ ଆରମ୍ଭ କରି ପଥଚାରୀମାନେ ତାଙ୍କଠାରୁ ମାଛ କିଣିଥାନ୍ତି ା କିଛି ତଟକା ମାଛ ବାରିପଦା ମାର୍କେଟରୁ କିଣି ଅଳ୍ପ ସମୟ ମଧ୍ୟରେ ବିକ୍ରି କରି ସେଥିରୁ ୪୦/୫୦ଟଙ୍କା ରୋଜଗାର କରିଥାନ୍ତି ା ଏହି ରୋଜଗାର ତାଙ୍କୁ ଆତ୍ମସନ୍ତୋଷ ଦେଇଥାଏ ବୋଲି ସେ କୁହନ୍ତି। ଏହି ରୋଜଗାର ତାଙ୍କ ହାତଖର୍ଚ୍ଚରେ ସହାୟକ ହୁଏ ା ତେବେ ୧୫ବର୍ଷ ବୟସରୁ ଅଦ୍ୟାବଧି ଏହି ବୃତ୍ତିକୁ ଆପଣାଇ ୫ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷି ଆସିଛନ୍ତି ା ପୁଅମାନେ ବଡ଼ ହୋଇଗଲା ପରେ ପରିବାର ବୋଝ ଆଉ ତାଙ୍କ ଉପରେ ପଡୁନାହିଁ ା ତେବେ ଘରେ ବସି ସମୟକୁ ଅତିବାହିତ ନ କରି ଦେହରେ ବଳ ଥିବା ଯାଏଁ ସେ ନିଜକୁ ନିୟୋଜିତ କରି ଅର୍ଥ ଉପାର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି ା ଏହା ଦ୍ୱାରା ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଥିବା ବେଳେ ସମାଜ ପାଇଁ ଏକ ବାର୍ତ୍ତା ବାଣ୍ଟିିଚାଲିଛନ୍ତି ା ବାର୍ଦ୍ଧକ୍ୟ ଭତ୍ତା ସହିତ ସେ ରାସନ ସାମଗ୍ରୀ ପାଉଥିବା ବେଳେ ଅଦ୍ୟାବଧି ଆବାସ ଯୋଜନାରେ ଘର ଖଣ୍ଡିକ ମିଳିପାରି ନାହିଁ ା ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି। ତୁରନ୍ତ ଆବାସ ଯୋଜାନାରେ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା