ମାଆ ହେବା ପରେ ପ୍ରଥମଥର ଆଉଟିଂରେ ବାହାରିଲେ ଇଲିଆନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଏବେ ତାଙ୍କ ମଦରହୁଡ ଏନଜୟ କରୁଛନ୍ତି। ଏବେ ସେ ତାଙ୍କ ପୁଅ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ଏହାସହ ସେ ମାଆ ହେବାର ଅନୁଭବକୁ ଲଗାତାର ଭାବେ ତାଙ୍କ ଫ୍ୟାନଙ୍କ ସହ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ବି ସେ ଲଗାତାର ତାଙ୍କ ପୁଅ କୋଆ ଫିନିକ୍ସ ଡୋଲନଙ୍କ ଫଟୋ ଶେୟାର କରୁଛନ୍ତି। ଏବେ ଇଲିଆନାଙ୍କ ପୁଅ କୋଆଙ୍କ ବୟସ ମାତ୍ର ୨ ମାସ।
ତେବେ ମାଆ ହେବା ପରେ ସେ ପ୍ରଥମଥର ଲାଗି ଆଉଟିଂରେ ବାହାରିଛନ୍ତି। ଏହି ସୂଚନା ନିଜେ ଅଭିନେତ୍ରୀ ଦେଇଛନ୍ତି। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ କ୍ୟୁଟ ଫଟୋ ଶେୟାର କରିଛନ୍ତି।

ଏହି ଫଟୋରେ, ଇଲିଆନା ତାଙ୍କ ପୁଅକୁ ଷ୍ଟ୍ରୋଲରରେ ରଖିଛନ୍ତି ଏବଂ ସେ ନଇଁପଡି ତାଙ୍କୁ ଦେଖୁଛନ୍ତି। ଏହି ଫଟୋ ଶେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ ଲେଖିଥିଲେ, ଶିଶୁ ଏବଂ ମା ପ୍ରଥମ ଥର ମଧ୍ୟାହ୍ନ ଭୋଜନ ପାଇଁ ବାହାରିଛନ୍ତି ..’ ଏହି ସମୟରେ ଇଲିଆନା ବହୁତ ଫିଟ ଦେଖାଯାଉଛନ୍ତି। ସେ ଏକ ଧଳା ରଙ୍ଗର ପୋଷାକ ଉପରେ ଏକ ଡେନିମ ସାର୍ଟ ଏବଂ କ୍ୟାପ ପିନ୍ଧିଛନ୍ତି ।
ସୂଚନାଯୋଗ୍ୟ, ଇଲିଆନା ଏପର୍ଯ୍ୟନ୍ତ ତାଙ୍କ ସାଥୀଙ୍କ ଚେହେରା ପ୍ରକାଶ କରିନାହାଁନ୍ତି । କିନ୍ତୁ ଖବର ଅଛି ଯେ ଅଭିନେତ୍ରୀ ଚଳିତ ବର୍ଷ ମେ ୧୩ ରେ ଗୁପ୍ତ ଭାବରେ ବିବାହ କରିଥିଲେ। କୁହାଯାଇଛି ଯେ ଇଲିଆନା ଏକ କୋର୍ଟ ବିବାହ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ବିବାହ ସମ୍ପର୍କରେ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ। ଚଳିତ ବର୍ଷ ଅଗଷ୍ଟ ୧ରେ ଇଲିଆନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେବେଠାରୁ ସେ ସୋସିଆଲ ମିଡିଆରେ ପୁଅର ଫଟୋ ଶେୟାର କରି ଚାଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ, ଉଦବେଗ ପ୍ରକାଶ କଲେ ଗଜପତି ମହାରାଜା

ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ ଦେଖାଦେଇଛି। ଭୁବନେଶ୍ୱରସ୍ଥିତ ଏଲି ଆନିମେସନ୍ସ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରର ଅଫିସିଆଲ ଟ୍ରେଲର…

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri