ଆଇଆଇଟି-ଜେଇଇ ମେନ୍‌ ପରୀକ୍ଷା: ବରଗଡ଼ କ୍ରୀଷ୍ଣା ବିକାଶର ସଫଳତା

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆଇଆଇଟି-ଜେଇଇ(ମେନ୍‌) ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କ୍ରୀଷ୍ଣା ବିକାଶ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ ସୂଚନା ଦେଇ କହିଛନ୍ତି, କ୍ରୀଷ୍ଣା ବିକାଶ ବରଗଡ଼ର ୨ଛାତ୍ର ୯୯ ପ୍ରତିଶତ, ୭ଛାତ୍ରୀଛାତ୍ର ୯୮ ପ୍ରତିଶତ, ୧୭ଛାତ୍ରୀଛାତ୍ର ୯୭ ପ୍ରତିଶତ, ୧୯ଛାତ୍ରୀଛାତ୍ର ୯୬ ପ୍ରତିଶତ, ୨୬ଛାତ୍ରୀଛାତ୍ର ୯୫ପ୍ରତିଶତ, ୨୭ଛାତ୍ରୀଛାତ୍ର ୯୪ପ୍ରତିଶତ, ୪୧ଛାତ୍ରୀଛାତ୍ର ୯୦ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ସେହିପରି କ୍ରୀଷ୍ଣା ବିକାଶ ଗ୍ରୁପର ୬୦ ଛାତ୍ରୀଛାତ୍ର ୨୦୨୫ ଜେଇଇର ନିର୍ଦ୍ଧାରିତ କଟ୍‌ଅଫ୍‌ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ୨୦୨୬ ପରୀକ୍ଷାଫଳରେ ଶ୍ରେଷ୍ଠ କୃତିତ୍ୱ ହାସଲ କରି ୨୦୨୬ର ଆଇଆଇଟି-ଜେଇଇ ଏଡ଼ଭାନ୍ସ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଅଧ୍ୟକ୍ଷ (ସିନିୟର ସେକେଣ୍ଡାରୀ) ଚିତ୍ତରଞ୍ଜନ ପତି ପରୀକ୍ଷାଫଳ ଉପରେ ସବିଶେଷ ବିବରଣୀ ଦେଇ କହିଛନ୍ତି, ଦିନେଶ ଅଗ୍ରୱାଲ ୯୯.୩୫, ଆର୍ୟନ ମେହେର ୯୯.୨୮, ଆଶୁତୋଷ ଥାଟି ୯୮.୫୬, ଜତିନ ସାହୁ ୯୮.୪୬, ଆଶିଷ କୁମାର ମିଶ୍ର ୯୮.୩୯, ତପସ୍ବିନୀ ପ୍ରିୟଦର୍ଶନୀ ୯୮.୩୦, ଆଶିର୍ବାଦ ପଣ୍ଡା ୯୮.୧୦, ଲିପୁନ ମେହେର ୯୭.୮୮, ଅଂଶୁମାନ ସିଂଘଲ ୯୭.୮୫, ଅଙ୍କିତ ଭୋଇ ୯୭.୫୬, ଶ୍ରେୟାଂଶ ପଟେଲ ୯୭.୪୫, ସମୀକ୍ଷା ସାହୁ ୯୭.୩୯, ବିବେକ ଅଗ୍ରୱାଲ ୯୭.୨୩, ପ୍ରେମାନନ୍ଦ ସାହୁ ୯୭.୨୦, ଖୁସବୁମୟୀ ପ୍ରଧାନ ୯୬.୫୪, ଶ୍ରେୟାଂଶ ପଣ୍ଡା ୯୬.୪୪, ପ୍ରୀତମ କୁମାର ପ୍ରଧାନ ୯୬.୩୪, ସ୍ମିତିଶ୍ରୀ ମେହେର ୯୬.୩୨, ଲିଖିତ ମେହେର ୯୬.୨୪, ଅଭିନନ୍ଦନ ପତି ୯୬.୧୩, ଅନ୍ବେଷ ମିଶ୍ର ୯୫.୮୭, ଅମ୍ଲାନ ମିଶ୍ର ୯୫.୭୪, ରୁଦ୍ରାକ୍ଷ ବରୁଆ ୯୫.୫୮, ଅଭିଜିତ ମହାନ୍ତି ୯୫.୫୨, ସୋହନ ମେହେର ୯୫.୫୦, ମିହିର ରଞ୍ଜନ ୯୫.୩୪ ସଫଳତା ତାଳିକାର ଶୀର୍ଷରେ ରହିଛନ୍ତି। ଏଭଳି ସଫଳତାରେ କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀ କ୍ରୀଷ୍ଣାଙ୍କ ସମେତ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ(ସିନିୟର ସେକେଣ୍ଡାରୀ) ଚିତ୍ତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଡାଇରେକ୍ଟର ଟୁ ଚେୟାରମ୍ୟାନ ଅଫିସ୍‌ ଲୋକେଶ ଦଶାରୀ, ଡାଇରେକ୍ଟର ଡଃ ସମରେନ୍ଦ୍ରନାଥ ପଣ୍ଡା, ଆବାସିକ ବିଦ୍ୟାଳୟର ଏକ୍‌ଜିକ୍ୟୁଟିଭ ପ୍ରିନ୍ସିପାଲ ଶିଶିର ପ୍ରସାଦ ରାଉଳ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଡଃ ମନୋଜ କୁମାର ତ୍ରିପାଠୀ କୃତୀ ଛାତ୍ରୀଛାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri