ସଂସ୍କୃତି ବିଭାଗକୁ ଅଣଦେଖା

ଢେଙ୍କାନାଳ ଅଫିସ,୧୩ା୪ ଐତିହ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି ପାଇଁ ଢେଙ୍କାନାଳ ଜିଲା ରାଜ୍ୟ ଓ ଜାତୀୟସ୍ତରରେ ବେଶ୍‌ ପରିଚିତ। କିନ୍ତୁ ଗତ ୬ବର୍ଷ ହେଲା ଜିଲା ସଂସ୍କୃତି ବିଭାଗକୁ ଅଣଦେଖା କରି ରଖାଯାଇଛି। ଫଳରେ ଜିଲା ସଂସ୍କୃତି ପରିଷଦ ଗଠନ ହୋଇପାରୁ ନ ଥିବାରୁ ଢେଙ୍କାନାଳ ମହୋତ୍ସବ ଭଳି ସାଂସ୍କୃତିକ ଉତ୍ସବର ଆୟୋଜନ ହୋଇପାରୁନାହିଁ। ଦେଢବର୍ଷ ହେବ କରୋନା ସଂକ୍ରମଣ ଏ କ୍ଷେତ୍ରରେ ଆଉ ଏକ ପ୍ରତିବନ୍ଧକ ସାଜିଛି।
ସଂସ୍କୃତି ପରିଷଦ ଗଠନ ନ ହେବାରୁ ଜିଲାର ସାଂସ୍କୃତିକ ବିକାଶ ପାଇଁ କେଉଁ ସୂତ୍ରରୁ କେତେ ଅର୍ଥ ଅନୁଦାନ ମିଳିଲା ଏବଂ ତାହା କିପରି ଭାବରେ ବ୍ୟୟ ହେଲା ତାହା ସାଧାରଣ ନାଗରିକଙ୍କ ପକ୍ଷେ ଜାଣିବା ମଧ୍ୟ ସମ୍ଭବପର ହେଉନାହିଁ। ସେହିପରି ପରିଷଦର କୌଣସି ବୈଠକ ଅନୁଷ୍ଠିତ ହେଉନାହିଁ। ଏହାକୁ ନେଇ ଢେଙ୍କାନାଳ ଜିଲାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜିଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ କର୍ମକର୍ତ୍ତାମାନେ ତୁରନ୍ତ ସଂସ୍କୃତି ପରିଷଦ ଗଠନ ପାଇଁ ସୋମବାର ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଜିଲାରେ ଜିଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲା ସଂସ୍କୃତି ପରିଷଦ ରହିଛି। ଜିଲା ସଂସ୍କୃତି ପରିଷଦର କାର୍ଯ୍ୟକାଳ ୩ବର୍ଷ। ପ୍ରତି ୩ ମାସରେ ଥରେ ପରିଷଦ ବୈଠକ ବସିବା କଥା। କିନ୍ତୁ ୨୦୧୬ ମସିହାରୁ ଗୋଟିଏ ବି ବୈଠକ ବସିନାହିଁଁ। ଜିଲାପାଳ ସଂସ୍କୃତି ପରିଷଦ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ ଜିଲାପାଳ ଏହାର ଉପାଧ୍ୟକ୍ଷ। କିନ୍ତୁ ଢେଙ୍କାନାଳ ଭଳି ସଂସ୍କୃତି ସମ୍ପନ୍ନ ଜିଲାରେ ଏଥିରେ ବ୍ୟତିକ୍ରମ କେଉଁ ସ୍ବାର୍ଥରେ ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଢେଙ୍କାନାଳ ମହୋତ୍ସବ କୋରାପୁଟ ଜିଲାର ପରବ, ନବରଙ୍ଗପୁର ଜିଲାର ମଣ୍ଡେଇ ମହୋତ୍ସବ ଭଳି ବହୁ ପୁରୁଣା। ଢେଙ୍କାନାଳ ମହୋତ୍ସବରେ ରାଜ୍ୟର ବିଭିନ୍ନ ସଂସ୍କୃତି ସମ୍ପନ୍ନ ଜିଲାର କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥାନ୍ତି। କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ବରଗଡ, ସମ୍ବଲପୁର, ପୁରୀ ସମେତ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଲୋକନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବେଶ୍‌ ଆକର୍ଷିତ କରିଥାଏ। କିନ୍ତୁ ସଂସ୍କୃତି ପରିଷଦ ଗଠନ ନ ହେବା ଯୋଗୁ ଢେଙ୍କାନାଳ ମହୋତ୍ସବ ହୋଇପାରୁ ନାହିଁ। ଜଣେ ଅଧିକାରୀ ଓ ଦୁଇଜଣ କର୍ମଚାରୀଙ୍କୁ ନେଇ ସଂସ୍କୃତି ବିଭାଗ ଚାଲିଥିବାରୁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇପାରୁ ନାହିଁ। ତେଣୁ ଜିଲା ସଂସ୍କୃତି ପରିଷଦ ତୁରନ୍ତ ଗଠନ ପାଇଁ ବିଭିନ୍ନ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, କରୋନା ସ୍ଥିତି ସୁଧୁରିବା ପରେ ଜିଲା ସଂସ୍କୃତି ପରିଷଦର ପୁନର୍ଗଠନ ପାଇଁ ପଦକ୍ଷେପ ନିଆଯିବ।

ଅନିୟମିତତା ସହ ସମାନ
୬ବର୍ଷ ହେଲା ସଂସ୍କୃତି ପରିଷଦ ନ ଥାଇ ସଂସ୍କୃତି ବିଭାଗରେ ଅନୁଦାନ କିଭଳି ଖର୍ଚ୍ଚ ହେଉଛି, ତାହା ଜଣାପଡୁନି। ଏହା ଅନିୟମିତତା ସହିତ ସମାନ। ଢେଙ୍କାନାଳ ମହୋତ୍ସବ ଭଳି ରାଜ୍ୟର ଏକ ପ୍ରସିଦ୍ଧ ସାଂସ୍କୃତିକ ମହୋତ୍ସବ ବନ୍ଦ ରହିଛି। ଜିଲାର ଲୋକ ପ୍ରତିନିଧି ଓ ଜିଲାପାଳ ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ।
-କୃଷ୍ଣ କୁମାର ମିଶ୍ର, ସଭାପତି, ନଟରାଜ ସଙ୍ଗୀତ ମହାବିଦ୍ୟାଳୟ

ପୂର୍ବ ଗୌରବ ବଜାୟ ରଖାଯାଉ
କରୋନା କଟକଣା ପାଇଁ ନୁହେଁ, ସଂସ୍କୃତି ପରିଷଦ ଗଠନ ନ ହେବା ଯୋଗୁ ଦୀର୍ଘବର୍ଷ ହେଲା ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁନାହିଁ। ସଂସ୍କୃତି ପରିଷଦ ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା କଥା। ତେଣୁ ଏହାକୁ ପୁନର୍ଗଠନ କରି ଢେଙ୍କାନାଳର ପୂର୍ବ ଗୌରବକୁ ବଜାୟ ରଖାଯାଉ।
-ଶତ୍ରୁଘ୍ନ ମାଟି, ସଦସ୍ୟ, କଳା ପରିଷଦ
ପ୍ରତିଭାଙ୍କୁ ସମ୍ମାନ ଦିଆଯାଇପାରୁନି
ଢେଙ୍କାନାଳ ମହୋତ୍ସବର ଗରିମା ରହିଛି। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ଏଥିରେ ରାଜ୍ୟସ୍ତରୀୟ କପିଳାସ ସମ୍ମାନ ପ୍ରଦାନ କରାଯାଇଥାଏ। କିନ୍ତୁ ୬ବର୍ଷ ହେବ ଢେଙ୍କାନାଳ ଜିଲା ସଂସ୍କୃତି ପରିଷଦକୁ ଅଣଦେଖା କରାଯାଉଛି। ଏହାର କାରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
-ପରେଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ, ଶିଳ୍ପୀ, କବିଭୂଷଣ ସ୍ମୃତି ସଂସଦ
ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁନି
ଜିଲା ସଂସ୍କୃତି ପରିଷଦ ଗଠନ ନ ହେବା ଦୁଃଖର ବିଷୟ। ଏହାଦ୍ୱାରା ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରୁ ନାହିଁ। ତୁରନ୍ତ ଏ ନେଇ କିପରି ପଦକ୍ଷେପ ନିଆଯାଇପାରିବ ସେ ଦିଗରେ ଜିଲାପାଳ ପଦକ୍ଷେପ ନେଲେ ଢେଙ୍କାନାଳ ଜିଲାବାସୀ ଉପକୃତ ହୋଇପାରିବେ।
-କବି ମନୋରଞ୍ଜନ ନନ୍ଦ, ପୂର୍ବତନ ଜିଲା ସାହିତ୍ୟ ଏକାଡେମୀ ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri