ଲୋକଙ୍କୁ ବେଖାତିର କରୁଛି ସାଗର ସିମେଣ୍ଟ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୯।୧୧: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣର ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ ହୋଇଛି। ଶାଗମାଛ ଦରରେ ଲୋକଙ୍କ ଜମି ନେଇ ଶିଳ୍ପପତିମାନଙ୍କୁ ହସ୍ତାନ୍ତର ହୋଇଛି। ଗତ ୫ ବର୍ଷ ହେଲା ଇଡ୍‌କୋ ଜରିଆରେ ସିମେଣ୍ଟ କମ୍ପାନୀଗୁଡିକ ଜମି ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସେଥିରୁ ସାଗର ସିମେଣ୍ଟ ପୂର୍ବରୁ ଅନୁଷ୍ଠିତ ଜନଶୁଣାଣିରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଥିବାରୁ ଜମିହରାଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ନେଇଛି। ଆସନ୍ତା ୧୭ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ନକଲେ ୧୮ ତାରିଖରୁ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପ୍ରଭାବିତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏହି ମର୍ମରେ ଅଞ୍ଚଳବାସୀ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ଗତ ୬ ତାରିଖରେ ପ୍ରଦାନ କରିଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ସରକାରୀ ବ୍ୟବସ୍ଥାରେ ଅସହାୟ ଲୋକେ ମଧ୍ୟ ପ୍ରତିବାଦ ନ କରି କ୍ଷତିପୂରଣ ବାବଦକୁ ଯାହା ମିଳିଛି ତାହା ଗ୍ରହଣ କରିଛନ୍ତି। ଏହି ପ୍ରକ୍ରିୟାରେ ସରକାରୀ କଳ କେବେହେଲେ ଜମିର ମୂଲ୍ୟ ଆକଳନ ଓ କ୍ଷତିପୂରଣ ପରିମାଣ ଅନୁମୋଦନରେ ଲୋକଙ୍କ ପ୍ରତି ଅନ୍ୟାୟ ହେଉଛି କି ବୋଲି ଦୁଇଥର ଚିନ୍ତା କରିଥିବାର ନଜିର ନାହିଁ । ରାଜ୍ୟର ଅନ୍ୟ ଶିଳ୍ପାଞ୍ଚଳରେ ରୟତମାନେ ଜମିର କ୍ଷତିପୂରଣ ବାବଦକୁ ଏକର ପ୍ରତି ୧୦ଲକ୍ଷ ୮୨ହଜାର ଟଙ୍କା ପାଇଛନ୍ତି। ସମ୍ବଲପୁର ଜିଲାରେ ଏହାର ଉଦାହରଣ ରହିଛି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକର ପିଛା ମାତ୍ର ଲକ୍ଷେ ଟଙ୍କା ପର୍ଯ୍ୟାୟକ୍ରମେ ମିଳିଛି। ତେଣୁ ଏକର ପିଛା ଆହୁରି ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ ବାସଚ୍ୟୁତ କମିଟି ଦାବି କରି ଆସୁଛି। ସାଗର ସିମେଣ୍ଟ ବାର୍ଷିକ ୧.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ୪୦୦ କୋଟି ଟଙ୍କାର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ପ୍ରତିଷ୍ଠା ପ୍ରସ୍ତାବ ରଖିଛି। ପାରିପାର୍ଶ୍ୱିକ ଉନ୍ନତି ନିମନ୍ତେ ୨୦ କୋଟି ଟଙ୍କା ଅଟକଳ କରିଛି। ନିର୍ମାଣ ସମୟରେ ୨୫୦-୩୦୦ ଜଣ ନିଯୁକ୍ତି ପାଇବେ ଏବଂ ଉପତ୍ାଦନ ସମୟରେ ମାତ୍ର ୫୮ ଜଣ ନିଯୁକ୍ତିରେ ରହିବେ ବୋଲି କମ୍ପାନୀର ସାରାଂଶରେ ଦର୍ଶାଯାଇଛି। ଏଥିପାଇଁ ଇଡ୍‌କୋ ଜରିଆରେ ଟାଙ୍ଗରସାହି, ଅରାସାହି, କଚେରୀ ଗାଁ, ଗୋଲା ଗାଁ, ବାଲିଗୋଠ, ମାଣତିରା, ଡାକରାପଦା, ପଙ୍କପାଳ ଗ୍ରାମର ୨୬.୫୦ ଏକର ଜମି ଅଧିଗ୍ରହଣ କରାଯାଇଛି। ଜମିର ଉପଯୁକ୍ତ ମୂଲ୍ୟ ସାଙ୍ଗକୁ ନିଯୁକ୍ତି ଓ ଠିକାଦାରିରେ ସୁଯୋଗ ଦେବାକୁ କହି ଜନଶୁଣାଣିକୁ ସଫଳ କରାଯାଇଥିଲା। କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଜମିହରାଙ୍କ ଦାବି କମ୍ପାନୀ କର୍ତ୍ତୃପକ୍ଷ ଭୁଲି ଯାଇଛନ୍ତି। ଏପଟେ କମ୍ପାନୀ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଭାବିତ ଲୋକ ସ୍ଥାନୀୟ ନିଯୁକ୍ତି ଦାବି କରି ଆସୁଛନ୍ତି। ଏହି କ୍ରମରେ ୨୭ା୧୨ା୨୦୧୯ରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଏସ୍‌ପି ଓ ସାଗର ସିମେଣ୍ଟ କର୍ତ୍ତୃପକ୍ଷ ଏବଂ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଭାବିତ ଅଞ୍ଚଳବାସୀ ରାଜୁ କାଲୁଣ୍ଡିଆ, ହିମାଂଶୁ ଭୂଷଣ ପୃଷ୍ଟି, ଜିତେନ୍ଦ୍ର ବେହେରା ଓ ଧର୍ମୁ ଚାତାରଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଥିଲା। ଏହି କୋର କମିଟି ସହ ଆଲୋଚନା କରାଯାଇ ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନ, କାରଖାନାର ନିର୍ମାଣ କାର୍ଯ୍ୟରେ ନିଯୁକ୍ତି, ଉପତ୍ାଦନ ଆରମ୍ଭ ହେଲେ ନିଯୁକ୍ତି, ବସ୍ତିବାସିନ୍ଦାଙ୍କୁ ପିଇବା ପାଣି, ଠିକା କାର୍ଯ୍ୟ ପ୍ରଭୃତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନ ବ୍ୟତୀତ ଅନ୍ୟ କୌଣସି ନିଷ୍ପତ୍ତି ଏଯାଏ କାର୍ଯ୍ୟକାରୀ ହୋଇ ନାହିଁ ବୋଲି ବାବୁନି ରାଜ, ପିନୁ ସାମଲ ପ୍ରମୁଖ ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ତୁଡୁକିବାଡିରେ ଗଜଲଷ୍ମୀ ପୂଜା; କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସାମିଲ

ଦାରିଙ୍ଗବାଡି,୨୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତୁଡୁକିବାଡି ସାହିରେ ରବିବାର ଠାରୁ ଗଜଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇଁ ଶନିବାର ଶିବମନ୍ଦିର ପ୍ରାଙ୍ଗଣରେ ଥିବା…

ସୁନା-ରୂପା ଅଳଙ୍କାରରେ ଝଲସୁଛନ୍ତି ମା’ ଗଜଲକ୍ଷ୍ମୀ, ପୁରୁଷୋତ୍ତମପୁରରେ ମୁଖ୍ୟ ଆକର୍ଷଣ ଓଡିଆ ଅସ୍ମିତା….

ପୁରୁଷୋତ୍ତମପୁର,୨୫।୧୦(ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲାର ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇ ଉଠିଛି । ସୁନା ରୂପାର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?