ଲୋକଙ୍କୁ ବେଖାତିର କରୁଛି ସାଗର ସିମେଣ୍ଟ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୯।୧୧: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣର ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ ହୋଇଛି। ଶାଗମାଛ ଦରରେ ଲୋକଙ୍କ ଜମି ନେଇ ଶିଳ୍ପପତିମାନଙ୍କୁ ହସ୍ତାନ୍ତର ହୋଇଛି। ଗତ ୫ ବର୍ଷ ହେଲା ଇଡ୍‌କୋ ଜରିଆରେ ସିମେଣ୍ଟ କମ୍ପାନୀଗୁଡିକ ଜମି ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସେଥିରୁ ସାଗର ସିମେଣ୍ଟ ପୂର୍ବରୁ ଅନୁଷ୍ଠିତ ଜନଶୁଣାଣିରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଥିବାରୁ ଜମିହରାଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ନେଇଛି। ଆସନ୍ତା ୧୭ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ନକଲେ ୧୮ ତାରିଖରୁ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପ୍ରଭାବିତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏହି ମର୍ମରେ ଅଞ୍ଚଳବାସୀ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ଗତ ୬ ତାରିଖରେ ପ୍ରଦାନ କରିଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ସରକାରୀ ବ୍ୟବସ୍ଥାରେ ଅସହାୟ ଲୋକେ ମଧ୍ୟ ପ୍ରତିବାଦ ନ କରି କ୍ଷତିପୂରଣ ବାବଦକୁ ଯାହା ମିଳିଛି ତାହା ଗ୍ରହଣ କରିଛନ୍ତି। ଏହି ପ୍ରକ୍ରିୟାରେ ସରକାରୀ କଳ କେବେହେଲେ ଜମିର ମୂଲ୍ୟ ଆକଳନ ଓ କ୍ଷତିପୂରଣ ପରିମାଣ ଅନୁମୋଦନରେ ଲୋକଙ୍କ ପ୍ରତି ଅନ୍ୟାୟ ହେଉଛି କି ବୋଲି ଦୁଇଥର ଚିନ୍ତା କରିଥିବାର ନଜିର ନାହିଁ । ରାଜ୍ୟର ଅନ୍ୟ ଶିଳ୍ପାଞ୍ଚଳରେ ରୟତମାନେ ଜମିର କ୍ଷତିପୂରଣ ବାବଦକୁ ଏକର ପ୍ରତି ୧୦ଲକ୍ଷ ୮୨ହଜାର ଟଙ୍କା ପାଇଛନ୍ତି। ସମ୍ବଲପୁର ଜିଲାରେ ଏହାର ଉଦାହରଣ ରହିଛି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକର ପିଛା ମାତ୍ର ଲକ୍ଷେ ଟଙ୍କା ପର୍ଯ୍ୟାୟକ୍ରମେ ମିଳିଛି। ତେଣୁ ଏକର ପିଛା ଆହୁରି ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ ବାସଚ୍ୟୁତ କମିଟି ଦାବି କରି ଆସୁଛି। ସାଗର ସିମେଣ୍ଟ ବାର୍ଷିକ ୧.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ୪୦୦ କୋଟି ଟଙ୍କାର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ପ୍ରତିଷ୍ଠା ପ୍ରସ୍ତାବ ରଖିଛି। ପାରିପାର୍ଶ୍ୱିକ ଉନ୍ନତି ନିମନ୍ତେ ୨୦ କୋଟି ଟଙ୍କା ଅଟକଳ କରିଛି। ନିର୍ମାଣ ସମୟରେ ୨୫୦-୩୦୦ ଜଣ ନିଯୁକ୍ତି ପାଇବେ ଏବଂ ଉପତ୍ାଦନ ସମୟରେ ମାତ୍ର ୫୮ ଜଣ ନିଯୁକ୍ତିରେ ରହିବେ ବୋଲି କମ୍ପାନୀର ସାରାଂଶରେ ଦର୍ଶାଯାଇଛି। ଏଥିପାଇଁ ଇଡ୍‌କୋ ଜରିଆରେ ଟାଙ୍ଗରସାହି, ଅରାସାହି, କଚେରୀ ଗାଁ, ଗୋଲା ଗାଁ, ବାଲିଗୋଠ, ମାଣତିରା, ଡାକରାପଦା, ପଙ୍କପାଳ ଗ୍ରାମର ୨୬.୫୦ ଏକର ଜମି ଅଧିଗ୍ରହଣ କରାଯାଇଛି। ଜମିର ଉପଯୁକ୍ତ ମୂଲ୍ୟ ସାଙ୍ଗକୁ ନିଯୁକ୍ତି ଓ ଠିକାଦାରିରେ ସୁଯୋଗ ଦେବାକୁ କହି ଜନଶୁଣାଣିକୁ ସଫଳ କରାଯାଇଥିଲା। କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଜମିହରାଙ୍କ ଦାବି କମ୍ପାନୀ କର୍ତ୍ତୃପକ୍ଷ ଭୁଲି ଯାଇଛନ୍ତି। ଏପଟେ କମ୍ପାନୀ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଭାବିତ ଲୋକ ସ୍ଥାନୀୟ ନିଯୁକ୍ତି ଦାବି କରି ଆସୁଛନ୍ତି। ଏହି କ୍ରମରେ ୨୭ା୧୨ା୨୦୧୯ରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଏସ୍‌ପି ଓ ସାଗର ସିମେଣ୍ଟ କର୍ତ୍ତୃପକ୍ଷ ଏବଂ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଭାବିତ ଅଞ୍ଚଳବାସୀ ରାଜୁ କାଲୁଣ୍ଡିଆ, ହିମାଂଶୁ ଭୂଷଣ ପୃଷ୍ଟି, ଜିତେନ୍ଦ୍ର ବେହେରା ଓ ଧର୍ମୁ ଚାତାରଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଥିଲା। ଏହି କୋର କମିଟି ସହ ଆଲୋଚନା କରାଯାଇ ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନ, କାରଖାନାର ନିର୍ମାଣ କାର୍ଯ୍ୟରେ ନିଯୁକ୍ତି, ଉପତ୍ାଦନ ଆରମ୍ଭ ହେଲେ ନିଯୁକ୍ତି, ବସ୍ତିବାସିନ୍ଦାଙ୍କୁ ପିଇବା ପାଣି, ଠିକା କାର୍ଯ୍ୟ ପ୍ରଭୃତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନ ବ୍ୟତୀତ ଅନ୍ୟ କୌଣସି ନିଷ୍ପତ୍ତି ଏଯାଏ କାର୍ଯ୍ୟକାରୀ ହୋଇ ନାହିଁ ବୋଲି ବାବୁନି ରାଜ, ପିନୁ ସାମଲ ପ୍ରମୁଖ ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri