ବୋଲରଙ୍କୁ ଅଣଦେଖା

ଲର୍ଡସରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଇଂଲଣ୍ଡ ଟିମ୍‌କୁ ପରାସ୍ତକରି ବିଜୟୀ ହୋଇଥିଲା। ଭାରତର ଏହି ବିଜୟକୁ ନେଇ ବ୍ରିଟିଶ ମିଡିଆ ଏବଂ କ୍ରିକେଟରମାନେ ଲଗାତର ଚର୍ଚ୍ଚା ଜାରି ରଖିଛନ୍ତି। ଦୀପ୍ତି ଶର୍ମା ବୋଲିଂ କରୁଥିବା ସମୟରେ ନନ୍‌ଷ୍ଟ୍ରାଇକର ପଟେ ଇଂଲଣ୍ଡ ବ୍ୟାଟର କ୍ରିଜ୍‌ ଛାଡ଼ି ଦେଇଥିବା ସମୟରେ ଦୀପ୍ତି ତାଙ୍କୁ ରନ୍‌ ଆଉଟ କରିଥିଲେ। ଏହି ରନ୍‌ଆଉଟକୁ ନେଇ ବାଦ ବିବାଦ ଉଠିଛି। କିନ୍ତୁ ଏ କ୍ଷେତ୍ରରେ ନିୟମ ସମ୍ପୂର୍ଣ୍ଣ ସ୍ପଷ୍ଟ। ବାସ୍ତବରେ ୨୦୧୭ରେ ଏହି ନିୟମ ବୋଲର ଆର୍‌. ଅଶ୍ୱିନୀଙ୍କ ସପକ୍ଷରେ ସ୍ପଷ୍ଟ ହୋଇଥିଲା। ପୂର୍ବ ଏମ୍‌ସିସି ନିୟମରେ ବଲ୍‌ ଡେଲିଭରି କରିବା ପୂର୍ବରୁ ନନ୍‌ ଷ୍ଟ୍ରାଇକର ପଟେ ବ୍ୟାଟରଙ୍କୁ ରନ୍‌ ଆଉଟ କରିବା ଲାଗି ବୋଲରଙ୍କୁ ଅନୁମତି ଦିଆଯାଇଥିଲା। ଏବେ ସବୁ ସ୍ତରୀୟ କ୍ରିକେଟରେ ନନ୍‌ ଷ୍ଟ୍ରାଇକରଙ୍କୁ ରନ୍‌ ଆଉଟ କରାଯାଇପାରିବ। ବଲ୍‌ ଡେଲିଭରି କରିବାର ଶେଷ କ୍ଷଣରେ ବି ଏହା କରାଯାଇପାରିବ। କିନ୍ତୁ ଏହି ନିୟମାନୁସାରେ ଦୀପ୍ତି ଶର୍ମା ନନ୍‌ ଷ୍ଟ୍ରାଇକରଙ୍କୁ ରନ୍‌ ଆଉଟ କରିବା ଯୋଗୁ ତାଙ୍କୁ ନିନ୍ଦା କରାଗଲା। ଇଂଲଣ୍ଡ ବିଚାରରେ ଦୀପ୍ତି ତାଙ୍କ ପତିପକ୍ଷକୁ ରନ୍‌ ଆଉଟ କରିବା ପୂର୍ବରୁ ତାଙ୍କୁ ଚେତାବନୀ ଦେବା ଉଚିତ ଥିଲା। ବଲ୍‌ ଡେଲିଭରି ପୂର୍ବରୁ ଯଦି ବ୍ୟାଟର ରନ ନେବାକୁ କ୍ରିଜ୍‌ ବାହାକୁ ଯିବା ଲାଗି ଯୋଜନା କରି ସେମାନେ ବୋଲର କିମ୍ବା କିପରଙ୍କୁ ସୂଚନା ଦେବାକୁ ଏକ ଦାୟିତ୍ୱ ବୋଲି ମନେ କରୁନାହାନ୍ତି। ଯଦି ସେମାନେ ଏହା କରୁନାହାନ୍ତି,ତେବେ ବ୍ୟାଟରମାନଙ୍କୁ ଚେତାବନୀ ଦେବା ଏକ ଦାୟିତ୍ୱ ବୋଲି ବୋଲରମାନେ କାହିଁକି ବିଚାର କରିବେ? ବୋଲରକୁ ଅଣଦେଖା କରିବା ଏବଂ ପ୍ରତିରୋଧ କରିବାକୁ ନିୟମଗୁଡ଼ିକ ଲେଖାଯାଇଛି କିମ୍ବା ପୁନଃ ଲେଖନ କରାଯାଇଛି। କ୍ରିକେଟ ଏକ ବ୍ୟାଟ୍ସମ୍ୟାନ ଖେଳ ବୋଲି ବହୁ ସମୟରେ ଆମକୁ କୁହାଯାଏ। କିନ୍ତୁ ଆଇସିସି ବୋଲରମାନଙ୍କ ଜୀବନକୁ କଠିନ କରିଛି। ବୋଲର ଏକ ଏଲ୍‌ବିଡବ୍ଲ୍ୟୁ ଦାବି କରିପାରିବେ, କିନ୍ତୁ ବଲ୍‌ଟି ଯଦି ଲେଗ୍‌ଷ୍ଟମ୍ପ ବାହାରେ ପିଚ୍‌ ଖାଇଥାଏ କିମ୍ବା ଅପ୍‌ଷ୍ଟମ୍ପ ବାହାରେ ତା ଦେହରେ ବାଜିଥାଏ ତେବେ ୧୯୭୦ ଦଶନ୍ଧିରେ ଅଣାଯାଇଥିବା ନିୟମ ବ୍ୟାଟ୍ସମ୍ୟାନକୁ ରକ୍ଷା କରିବ। ଫାଷ୍ଟ ବୋଲରଙ୍କ ପାଇଁ ଫ୍ରଣ୍ଟ୍‌ଫୁଟ୍‌ ରୁଲ୍‌କୁ ମଧ୍ୟ ୧୯୬୦ ଦଶନ୍ଧିରେ ପରିବର୍ତ୍ତନ କରାଗଲା। ନିକଟରେ ବାଉନ୍ସର ଉପରେ କଟକଣା ଲଗାଯାଇଛି। ପ୍ରଥମ ବାଉନ୍ସର ପରେ ବୋଲରଙ୍କୁ ଚେତାବନୀ ଦିଆଯାଇଥାଏ। ପଡ଼ିଆରେ ୩୦ ଗଜ ସର୍କଲ ଓ ପାଓ୍ବାର ପ୍ଲେ, ଲେଗ୍‌ସାଇଡ କଟକଣା ବୋଲରଙ୍କ ଉପରେ ହିଁ ଲଦିଦିଆଯାଇଛି। ଦିନିକିଆ ଅନ୍ତର୍ଜାତୀୟରେ କ୍ରିଜ୍‌ର ଦୁଇ ପାଖରୁ ବୋଲିଂ ପାଇଁି ଦୁଇଟି ବଲ୍‌ ରଖାଯାଏ। ବୋଲର ଶୀଘ୍ର ବୋଲିଂ କରିବା ଲାଗି ଏହା କରାଯାଇଥାଏ ଯାହାଦ୍ୱାରା ସେମାନଙ୍କୁ କଠିନତାର ସାମ୍ନା କରିିବାକୁ ହୋଇଥାଏ। ବ୍ୟାଟରମାନେ ସବୁବେଳେ ପୁରସ୍କୃତ ବା ଲାଭାନ୍ବିତ ହେଉଥିବାବେଳେ ଫ୍ରି ହିଟ୍‌, ଫାଷ୍ଟ୍‌ ଫର୍‌ ଫ୍ରଣ୍ଟଫୁଟ ନୋ ବଲ୍‌ ଏବଂ ୨୦୧୫ ପରେ ସବୁ ପ୍ରକାର ନୋ ବଲ୍‌ ଆଦି ନୂଆ ନିୟମଗୁଡ଼ିକ ଦ୍ୱାରା ବୋଲରମାନେ କ୍ଷତି ସହୁଛନ୍ତି। ନୋ ବଲ୍‌ ଓ ଓ୍ବାଇଡ ବଲରେ ବୋଲରମାନେ ଭୁଲ୍‌ କଲେ ତତ୍‌କ୍ଷଣାତ ଦଣ୍ଡିତ ହେଉଥିବାବେଳେ କ୍ରିଜ୍‌ରେ ଦୌଡିବାକୁ ନେଇ ବ୍ୟାଟରଙ୍କୁ ଦୁଇଥର ବିନା ଦଣ୍ଡାମତ୍କ ଚେତାବନୀ ଦିଆଯାଉଛି। ବ୍ୟାଟର ଆଘାତ ପ୍ରାପ୍ତ ହେଲେ ସଙ୍ଗେ ସଙ୍ଗେ ଫେରି ଆସିପାରିବେ, କିନ୍ତୁ ବୋଲରମାନେ ତାହା କରିପାରିବେ ନାହିଁ। ଦିନିକିଆ ଅନ୍ତର୍ଜତୀୟ ଏବଂ ଟି୨୦ ମ୍ୟାଚରେ ବୋଲରମାନେ ନିର୍ଦ୍ଧାରିତ ସଂଖ୍ୟକ ଓଭର ବୋଲିଂ କରିବେ, କିନ୍ତୁ ଜଣେ ବ୍ୟାଟର କେତେ ଓଭର ବ୍ୟାଟିଂ କରିପାରିବେ ତାହାର କୌଣସି ସୀମା ନହିଁ।
କ୍ରିକେଟରେ ପ୍ରତ୍ୟେକଟି ନୂତନତ୍ୱ ବିଶେଷକରି ବୋଲରମାନଙ୍କୁ ଅଣଦେଖା ଲାଗି ଉଦ୍ଦିଷ୍ଟ। ଡିସିସନ ରିଭ୍ୟୁ ସିଷ୍ଟମ(ଡିଆର୍‌ଏସ୍‌) ବ୍ୟବସ୍ଥା ବୋଲରଙ୍କ ସପକ୍ଷରେ ଥିବା କୁହାଯାଉଥିଲେ ବି ତାହା ଠିକ୍‌ ନୁହେଁ। ଉକ୍ତ ବ୍ୟବସ୍ଥାର ପ୍ରୋଟୋକଲ ବୋଲିଂ ପରିବର୍ତ୍ତେ ବ୍ୟାଟିଂ ସପକ୍ଷରେ ରହିଛି। ରିଭ୍ୟୁ ଲାଗି ବ୍ୟାଟରଙ୍କର ସ୍ବାଧୀନତା ରହିଛି, ହେଲେ ବୋଲରଙ୍କୁ ତାଙ୍କ କ୍ୟାପଟେନଙ୍କୁ ଅପିଲ କରିବାକୁ ପଡେ। ସୁଇଚ୍‌ ହିଟ୍‌, ରିଭର୍ସ ହିଟ୍‌ ଆଦି ସବୁ ପ୍ରକାର ବ୍ୟାଟିଂ କୌଶଳ ଗ୍ରହଣୀୟ। କିନ୍ତୁ ବୋଲିଂ କୌଶଳକୁ ଅନେକ ସମୟରେ ଚିଟିଂ ଭାବେ ଦେଖାଯାଏ। ବ୍ୟାଟ୍‌ ଓ ବ୍ୟାଟିଂର ସ୍ଥିତି ବିଷୟରେ ଟେକ୍‌ନୋଲୋଜିକୁ ଅନିୟନ୍ତ୍ରିତ ଭାବେ ଅନୁମତି ଦିଆଯାଇଛି। କ୍ରିକେଟ ବଲ ଏକ ଶତାବ୍ଦୀ ଧରି ସେମିତି ରହିଛି।
ଏହିସବୁ ନିୟମ ଓ ଟେକ୍‌ନିକ ବୋଲିଂକୁ କ୍ଷତି କରିନାହିଁ ବୋଲି ଆମେ ଭାବିବା ଉଚିତ ନୁହେଁ। ହାରୋଲ୍ଡ ଲର୍‌ଉଡଙ୍କ ଠାରୁ ଆରମ୍ଭ କରି ଦଳିତ କ୍ରିକେଟର ବାଲୁ ପଲଓ୍ବାଙ୍କରଙ୍କ ଯାଏ,ବୋଲିଂକୁ ନିମ୍ନ ଦୃଷ୍ଟିରେ ଦେଖାଯାଇଆସିଛି। ଆମ ଦେଶରେ ବୋଲର ଓ ବୋଲିଂକୁ କଠିନ ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ବିଶ୍ୱରେ ଏକ ଲମ୍ବା ସମୟ ଧରି ବୋଲରମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖିବାର ରେକର୍ଡ ରହିଛି, ଯାହା ତଥ୍ୟରୁ ସ୍ପଷ୍ଟ ହୁଏ। ଭାରତୀୟ ଟିମ୍‌କୁ ଦେଖନ୍ତୁ। ଆମ ବ୍ୟାଟିଂ (ଗାଭାସ୍କର, ସେହ୍ବାଗ, କୋହଲି, ତେନ୍ଦୁଲକର ଓ ଡ୍ରାଭିଡ)ବିଶ୍ୱସ୍ତରୀୟ କିନ୍ତୁ ବୋଲିଂ ଉତ୍ସାହପ୍ରଦ ନୁହେଁ। କପିଳ ଦେବ, କୁମ୍ବଲେ, ହରଭଜନ ଏବଂ ଅଶ୍ୱିନୀ ଆମର ସବୁଠୁ ଅଧିକ ଉଇକେଟ ନେଇଛନ୍ତି ଓ ପ୍ରଥମ ତିନିଜଣଙ୍କର ଉଇକେଟ ପିଛା ହାରାହାରି ରନ୍‌ ହେଉଛି ୩୦। କିନ୍ତୁ ଅଷ୍ଟ୍ରେଲିଅ କିମ୍ବା ଓ୍ବେଷ୍ଟଇଣ୍ଡିଜ ଅବା ପାକିସ୍ତାନ ଭଳି ସମାନ ଗୋଷ୍ଠୀରେ ଏମାନେ ନାହାନ୍ତି। ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ ବୋଲିଂ ଆଭରେଜ ତାଲିକାର ଉପରୁ ତଳ ଆଡକୁ ଆସିଲେ ୟଶପ୍ରୀତ ବୁମରା ୩୫ ଓ ଆର୍‌. ଅଶ୍ୱିନୀ ୭୨ ର଼୍ୟାଙ୍କ୍‌ରେ ରହିଛନ୍ତି।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri