ଲେବର କମିଶନରଙ୍କ ନିର୍ଦ୍ଦେଶକୁ ଅଣଦେଖା

ନୟାଗଡ଼ ଅଫିସ,୫।୬: ଶିଶୁ ଶ୍ରମିକ ସଚେତନତା ମାସ ଜୁନ୍‌ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରିବାକୁ ଲେବର କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲାରେ ଲେବର କମିଶନର ଉଦ୍‌ଘାଟନ କରି ସାରିଲେଣି। ରାଜ୍ୟର ବିଭିନ୍ନ ଜିଲାରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ଇତିମଧ୍ୟରେ ୪ଦିନ ବିତିବାକୁ ବସିଛି ହେଲେ ନୟାଗଡ଼ ଜିଲାରେ ଉକ୍ତ କାର୍ଯ୍ୟକମ ଆରମ୍ଭ ହୋଇ ପାରିନାହିଁ। ଜିଲାରେ ଅତି କମ୍‌ରେ ଗୋଟିଏ ବ୍ଳକରେ ୭ ଦିନ ଲେଖାଏଁ ୪ଟି ବ୍ଲକରେ ସଚେତନତା ମାସ ପାଳନ ପାଇଁ ୭୦ ହଜାର ଟଙ୍କା ଅନୁଦାନ ଆସିଛି। ସେହିଭଳି ଏକ ସ୍ବତନ୍ତ୍ର ଧରଣର ଶୋଭାଯାତ୍ରା କରି ଶିଶୁ ଶ୍ରମିକ ନିୟୋଜନ କରିବା ଦଣ୍ଡନୀୟ ଅପରାଧ ବୋଲି ବୁଝାଇବା ପାଇଁ ୧୦ ହଜାର ଟଙ୍କା ଅନୁଦାନ ମିଳିଛି। ପୁଣି ଜିଲାସ୍ତରୀୟ ସଭା କରିବା ପାଇଁ ୪୦ ହଜାର ଅନୁଦାନ ଆସିଛି। ଏସବୁ ସତ୍ତ୍ୱେ ଲେବର କମିଶନରଙ୍କ ନିର୍ଦ୍ଦେଶକୁ ଜିଲା ଶ୍ରମ ଅଧିକାରୀ ଅଣଦେଖା କରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ସେହିଭଳି ଟାସ୍କଫୋର୍ସ ଗଠନ ହୋଇ ସାରିଥିଲେ ମଧ୍ୟ ଶିଶୁ ଶ୍ରମିକ ଧରପଗଡ଼ ହେଉନାହିଁ। ଇତିମଧ୍ୟରେ ୩ ଜଣ ଶ୍ରମ ଅଧିକାରୀ ବଦଳି ହୋଇ ଥିଲେ ମଧ୍ୟ ଶିଶୁ ଶ୍ରମିକଙ୍କ ପାଇଁ କୌଣସି କାମ କରାଯାଉ ନ ଥିବା ଅଭିଯୋଗ ହୋଇ ଆସୁଛି।
ନୟାଗଡ଼ ଜିଲାରେ ସର୍ବଶିକ୍ଷା ଅଭିଯାନ, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଜିଲା ଶ୍ରମ ବିଭାଗ ଓ ବିଭନ୍ନ ଏନ୍‌ଜିଓ କାମ କରୁଛନ୍ତି। ସରକାରଙ୍କ ପକ୍ଷରୁ ଶିକ୍ଷାର ପ୍ରସାର ନିମନ୍ତେ ବିଭିନ୍ନ ସାକ୍ଷରତା କାର୍ଯ୍ୟକ୍ରମ ଚାଲୁ ରହିଛି। କେତେକ ବିଭାଗୀୟ ଅଧିକାରୀଙ୍କ ଅବହେଳା, ଆନ୍ତରିକତା ଅଭାବ ତଥା ଦୁର୍ନୀତିଖୋର ମନୋଭାବ ଯୋଗୁ ଜିଲାରେ ଚାଲିଥିବା ଜାତୀୟ ତଥା ରାଜ୍ୟସ୍ତରୀୟ ବିଦ୍ୟାଳୟ ଚାଲ ଅଭିଯାନ ଫେଲ ମାରୁଛି। ଏଣୁ ୧୪ ବର୍ଷରୁ କମ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ଅଭିମୁଖୀ କରାଇବା ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ତାହା ପାଣିରେ ପଡ଼ୁଛି। ଫଳରେ ଏ ସମସ୍ୟା ସରକାରଙ୍କ ବାଳ ଶ୍ରମିକ ଯୋଜନାକୁ ଉପହାସ କରୁଛି ତାହା ନୁହେଁ ସମାନ୍ତରାଳଭାବେ ସମାଜର ବିକାଶରେ ପ୍ରତିବନ୍ଧକ ହୋଇ ଠିଆ ହୋଇଛି। ନୟାଗଡ଼ ଜିଲା ସଦର ମହକୁମା ସମେତ ୮ଟି ବ୍ଳକ ଓ ୫ ସହରାଞ୍ଚଳରେ ବହୁ ଶିଶୁ ଶ୍ରମିକ ଘୁରି ବୁଲୁଛନ୍ତି। ଜିଲାର ସ୍ଥିତିକୁ ଦେଖିଲେ ବିଦ୍ୟାଳୟ ଚାଲ ଅଭିଯାନ କେତେଦୂର କାମରେ ଲାଗିଛି ତାହା କାର୍ଯ୍ୟରତ ଶିଶୁ ଶ୍ରମିକମାନଙ୍କୁ ଦେଖିବା ପରେ ଆକଳନ କରି ହେଉଛି। ତଥାପି ଜିଲାରେ ସବୁ କିଛି ଠିକ୍‌ ଚାଲିଥିବାର ପ୍ରଶାସନ ପକ୍ଷରୁ କୁହାଯାଉଛି। ଯେଉଁ ବୟସରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯାଇ ହାତରେ କଲମ, ବହି ଧରି ପାଠ ପଢ଼ିବା ଓ ଖେଳକୁଦ କରିବା କଥା ସେହି ବୟସ ସେମାନଙ୍କ ପରିବାର ପ୍ରତିପୋଷଣରେ କଟୁଛି। ଜିଲାର ବିଭିନ୍ନ ହୋଟେଲ, ଢ଼ାବା, ଦୋକାନ, ଗ୍ୟାରେଜରେ ଓ ବଡ ବଡିଆଙ୍କ ଘରେ ଶିଶୁ ଶ୍ରମିକମାନଙ୍କୁ ଦେଖିବାକୁ ମିଳୁଛି। ଏଭଳି ଦୃଶ୍ୟ ସମସ୍ତେ ଉପଭୋଗ କରୁଥିଲେ ମଧ୍ୟ କେହି ହେଲେ ବି ପ୍ରତିବାଦ କରୁନାହାନ୍ତି। ସମସ୍ତ ଶିଶୁ ଶ୍ରମିକଙ୍କ କୋମଳମତି ମନ ଭାରାକ୍ରାନ୍ତ। ଏମାନେ ଏକ ପୃଥକ୍‌ ପୃଥବୀର ମଣିଷ ପାଲଟି ଯାଇଛନ୍ତି। ଅପଲକ ଆଖିର କରୁଣ କାହାଣୀ ନେଇ ଚାହଁୁଥିବା ଏ ପିଲାମାନେ ଭିକ୍ଷୁକ ନୁହଁନ୍ତି କି ବିକଳାଙ୍ଗ ମଧ୍ୟ ନୁହଁନ୍ତି। ସେମାନଙ୍କୁ ଶିଶୁ ଶ୍ରମିକର ଆଖ୍ୟା ମଧ୍ୟ ଦିଆଯାଇପାରୁନାହିଁ। କୋମଳମତି ଶିଶୁ ଓ କିଶୋରମାନଙ୍କର ଇଏ ଏକ ଭିନ୍ନ ରୂପ। ନିଜ ପୃଥିବୀର ଜୀବନ ଯୁଦ୍ଧରେ ଏମାନେ ଜଣେ ଜଣେ ଶିଶୁ ସୈନିକ। ନିଜେ ବଞ୍ଚିବା ପାଇଁ ନୁହେଁ ଅନ୍ୟକୁ ବଞ୍ଚାଇବାଲାଗି ଏମାନଙ୍କର ଏ ଯୁଦ୍ଧ ଜରୁରୀ ହୋଇପଡିଛି। ଅନ୍ୟପକ୍ଷେ ଥଇଥାନର ବ୍ୟବସ୍ଥା ନ ଥିବାରୁ ଜିଲାରେ ଶିଶୁ ଶ୍ରମିକ କମିବା ପରିବର୍ତ୍ତେ ବଢ଼ି ଚାଲିଛି।
ଏ ସଂକ୍ରାନ୍ତରେ ୧୩ ବର୍ଷର ବାଳିକା ସସ୍ମିତା ସାହୁ କୁହନ୍ତି, ଆମ ଘର ଖୋର୍ଦ୍ଧା ଜିଲାରେ। ବାପାଙ୍କର ମୃତ୍ୟୁ ପରେ ମା’ ଓ ଆମେ ଦୁଇ ଭଉଣୀ ନୟାଗଡ଼ ଚାଲି ଆସିଛୁ। ଘର ଆମର ନାହିଁ। ମୋ ଭଉଣୀ ମୋ ଠାରୁ ୪ ବର୍ଷ ସାନ। ରୋଜଗାର ନ ଥିବାରୁ ଭିକ୍ଷା ବୃତ୍ତି କରୁଛୁ। ପାଠ ପଢ଼ିଲେ କ’ଣ ଘର ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ କୁହନ୍ତି, ଜିଲାପାଳଙ୍କ ସହ ଆଲୋଚନା ପରେ ଏହି ସପ୍ତାହରୁ ଶିଶୁ ଶ୍ରମିକ ସଚେତନତା ମାସ ଆରମ୍ଭ ହେବ। ସଚେତନତା ପାଇଁ ଟଙ୍କା ମଞ୍ଜୁର ହୋଇଛି ହେଲେ ଆମ ପାଖକୁ ଆସି ନ ଥିଲେ ମଧ୍ୟ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବୁ। ୨୦୨୨ରେ ଶିଶୁ ଶ୍ରମିକ ଧରପଗଡ଼ କରାଯାଇଥିବା ରେକର୍ଡ କହୁଛି। ସଚେତନତା ମାସ ଶେଷ ପରେ ଶିଶୁ ଶ୍ରମିକ ଧରପଗଡ଼ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri